ETV Bharat / state

କୃଷି ସମସ୍ୟା ପ୍ରତିବାଦ: ୪ତାରିଖରେ ବିଜେପିର କଳାହାଣ୍ଡି ବନ୍ଦ ଡାକରା

author img

By ETV Bharat Odisha Team

Published : Jan 1, 2024, 6:42 AM IST

Kalahnadi Bandh Call: ବିଭିନ୍ନ କୃଷି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପିର ଆନ୍ଦୋଳନକୁ ପୁରିଛି ୪ ଦିନ । ଆସନ୍ତା ଜାନୁଆରୀ ୪ତାରିଖରେ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି । ଅଧିକ ପଢନ୍ତୁ

କୃଷି ସମସ୍ୟା ପ୍ରତିବାଦରେ ୪ତାରିଖରେ ବିଜେପିର କଳାହାଣ୍ଡି ବନ୍ଦ ଡାକରା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ କୃଷି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପିର ଆନ୍ଦୋଳନକୁ ପୁରିଛି ୪ ଦିନ । ମାତ୍ର ଜିଲ୍ଲା ପ୍ରଶାସନର ବେଖାତିର ଓ ବେପରୁଆ ମନୋଭାବ ଯୋଗୁଁ ଆସନ୍ତା ଜାନୁଆରୀ ୪ ତାରିଖରେ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି । କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆହ୍ଵାନ କ୍ରମେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କଳାହାଣ୍ଡି ବନ୍ଦ ଡାକରା ଘୋଷଣା କରିଛନ୍ତି । ରାଜ୍ୟରେ ଦୁର୍ନୀତି ଭ୍ରଷ୍ଟାଚାର ବଢ଼ି ଚାଲିଥିବା ଅଭିଯୋଗ ନେଇ ବିଗତ ଦିନରେ ବିଜେପି କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ଲକ୍, ଆର୍ ଆଇ ଅଫିସ ଘେରାଉ କରିଥିଲା । ମଣ୍ଡି ଓ ଚାଷୀ ସମସ୍ୟା ନେଇ ଧାନ କଟନି ଛଟନି, କପା ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରଭୃତି ବିରୋଧରେ ୨୮ ତାରିଖରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲା ଜିଲ୍ଲା ବିଜେପି । ଏହି ଅବସରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ କଳାହାଣ୍ଡି ଜିଲ୍ଲା ଦୁର୍ନୀତିର ଗନ୍ତାଘର ପାଲଟିଛି ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଶେଷ ହେଲା ବିଜେପିର ୩ ଦିନିଆ ମାରାଥନ ବୈଠକ, ଶେଷ ଦିନରେ ଅଣ୍ଟା ଭିଡ଼ିଲା ସଂଯୁକ୍ତ ମୋର୍ଚ୍ଚା

ସେହିପରି ୫ଟି ବ୍ୟବସ୍ଥାକୁ ତାତ୍ସଲ୍ୟ କରିବା ସହ ବିଜେପି ଦୃଢ଼ତାର ସହ ଏହାର ବିରୋଧ କରୁଛି ଆଉ କରିବ ବୋଲି ସେ କହିଛନ୍ତି । ଚାଷୀଙ୍କୁ ଏମ୍‌ଏସ୍‌ପି ଦାବି, ମଣ୍ଡି ସମସ୍ୟା ସମାଧାନ ସହ ଛତିଶଗଡ଼କୁ ଚାଲାଣ ହେଉଥିବା ଧାନକୁ ରୋକାଯାଉ ଭଲି ଦାବି ରଖିବା ସହ ଚାଷୀଙ୍କୁ ନ୍ୟାୟ ମିଳୁ ବୋଲି ବିଜେପି ନେତା କହିଛନ୍ତି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ସାରା ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି । ଏଥର ଭଲ ଚାଷ ହୋଇଥିବା ବେଳେ ଧାନ କ୍ରୟ ପାଇଁ ପ୍ରଶାସନ ମଣ୍ଡିକୁ ଏ ଯାଏଁ ଠିକ ଭାବେ କାର୍ଯ୍ୟକାରୀ କରିନାହାନ୍ତି । ଫଳରେ ଜୟପାଟଣା , ଧର୍ମଗଡ. ଜୁନାଗଡ ଓ ଭବାନୀପାଟଣା ଭଳି ବ୍ଲକରେ ଚାଷୀ ଅମଳ ହୋଇଥିବା ଧାନକୁ ଖଳାରେ ରଖିବାକୁ ବାଧ୍ୟ ହୋଇଛି । ଏପରିକି ମିଲର୍ସ ଓ ଯୋଗାଣ ବିଭାଗ ର ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷଣ ହେଉଥିବାର ଅଭିଯୋଗ ଆଣିଛି ବିଜେପି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.