ETV Bharat / state

ଅଭାବୀ ବିକ୍ରିର ଶିକାର ସୂର୍ଯ୍ୟମୁଖୀ ଚାଷୀ: ନାହିଁ ବଜାର, ମିଳୁନି ଉଚିତ୍‌ ମୂଲ୍ୟ

author img

By

Published : Mar 12, 2023, 10:28 AM IST

ଅର୍ଥକାରୀ ଫସଲ ସୂର୍ଯ୍ୟମୁଖୀ । ହେଲେ ଅନେକ ଅଞ୍ଚଳରେ ବଜାର ସୁବିଧା ନଥିବାରୁ ଉଚିତ୍ ମୂଲ୍ୟ ପାଉନାହାନ୍ତି ସୂର୍ଯ୍ୟମୁଖୀ ଚାଷୀ । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ଅଞ୍ଚଳରେ ଏହି ସମସ୍ୟା ଦେଖାଯାଇଛି । ଅଧିକ ପଢନ୍ତୁ

ଅଭାବୀ ବିକ୍ରିର ଶିକାର ସୂର୍ଯ୍ୟମୁଖୀ ଚାଷୀ
ଅଭାବୀ ବିକ୍ରିର ଶିକାର ସୂର୍ଯ୍ୟମୁଖୀ ଚାଷୀ
ସୂର୍ଯ୍ୟମୁଖୀ ଚାଷ

ଭବାନୀପାଟଣା: ସୂର୍ଯ୍ୟଙ୍କ କିରଣ ପଡିଲେ ଖିଲି ଖିଲି ହୋଇ ହସିଉଠେ ସୂର୍ଯ୍ୟମୁଖୀ କ୍ଷେତ । ପାଖୁଡା ମେଲାଇ ନିଜର ଅପରୂପ ସୌନ୍ଦର୍ଯ୍ୟରେ ଦେଖଣାହାରୀଙ୍କୁ ବିଭୋର କରେ ଫୁଲେଇ ସୂର୍ଯ୍ୟମୁଖୀ । ପୁଣି ସଞ୍ଜ ନଇଁଲେ ହଳଦୀ ପାଖୁଡା ବନ୍ଦ କରି ଝାଉଁଳି ଯାଏ । କେବଳ ସୌନ୍ଦର୍ଯ୍ୟ ନୁହେଁ, ବରଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅର୍ଥକାରୀ ଫସଲ ପାଲଟିଛି ସୂର୍ଯ୍ୟମୁଖୀ ଫୁଲ । ଏହାକୁ ଦେଶରେ ଲାଭକାରୀ ଫସଲ ଭାବେ ଗଣାଯାଏ । କୁହାଯାଏ, ଯିଏ ସୂର୍ଯ୍ୟମୁଖୀ ଫୁଲ ଚାଷ କରିଛି ଘରେ ତା'ର କେବେବି ଅଭାବ ରହେନି । ହେଲେ ବଜାର ବ୍ୟବସ୍ଥା କିମ୍ବା ମଣ୍ଡି ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳର ସୂର୍ଯ୍ୟମୁଖୀ ଚାଷୀ । ଉଚିତ୍ ମୂଲ୍ୟ ମିଳୁନଥିବାରୁ ଚାଷୀ ହତାଶ ହେଉଛନ୍ତି ।

କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ବହୁଳ ଭାବେ ସୂର୍ଯ୍ୟମୁଖୀ ଚାଷ କରାଯାଏ । ଭବାନୀପାଟଣାରୁ ଲାଞ୍ଜିଗଡ଼ ରାସ୍ତାର ଉଭୟ ପାର୍ଶ୍ଵରେ ଏକର ଏକର ଜମିରେ ସୂର୍ଯ୍ୟମୁଖୀ ଖିଲି ଖିଲି ହସୁଥିବାର ଦେଖିବାକୁ ମିଳେ । ଯାହାକୁ ଦେଖି ରାସ୍ତାରେ ଯାଉଥିବା ପଥିକ ମଧ୍ୟ ଘଡ଼ିଏ ଅଟକି ଯାଉଛି । ଯଦିଓ ସ୍ଥାନୀୟ ଅଞ୍ଚଳରେ ଚାଷ ଭଲ ହେଉଛି, କିନ୍ତୁ ତେଲ ବିକ୍ରି କରିବାକୁ ନାହିଁ ବଜାର । ବଜାର ଅଭାବରୁ ଏଠିକାର ସୂର୍ଯ୍ୟମୁଖୀ ଚାଷୀ ନିଜ ଫସଲର ଉଚିତ୍ ମୂଲ୍ୟ ପାଉନାହାନ୍ତି । ଫଳରେ ସଞ୍ଜରେ ସୂର୍ଯ୍ୟମୁଖୀର ମୁହଁ ଭଳି ମଳିନ ପଡିଯାଉଛି ଚାଷୀଙ୍କ ବେଉଶା ।

ତୈଳବୀଜ ଫସଲ ସୂର୍ଯ୍ୟମୁଖୀ । ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ ଦିନକୁ ଦିନ ଏହାର ଚାହିଦା ବଢିବାରେ ଲାଗିଛି । ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ବିହନ ଓ ସାର ଚାଷୀଙ୍କୁ ଯୋଗାଇ ଦିଆଯାଉଛି । ଫଳରେ ସୂର୍ଯ୍ୟମୁଖୀ ଚାଷ ପାଇଁ ଲୋକଙ୍କ ମନରେ ଆଗ୍ରହ ବଢୁଛି । ଏହି ଅଞ୍ଚଳରେ ପ୍ରାୟ ୪୦ ପ୍ରତିଶତ ଚାଷୀ ସୂର୍ଯ୍ୟମୁଖୀ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଏଠାକାର ଅଞ୍ଚଳବାସୀ ପୂର୍ବରୁ ଡାଲି ଜାତୀୟ ଶସ୍ୟ ଚାଷ କରି ପେଟ ପୋଷୁଥିଲେ । ହେଲେ ଦିନ ବଦଳିବା ସହ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଆଉ ଆଗଭଳି ଭଲ ଫସଲ ହେଲାନି । ତେଣୁ ପରବର୍ତ୍ତୀ ସମୟରେ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିବାକୁ ନିଷ୍ପତ୍ତି ନେଲେ ।

ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଅଧିକ ଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହି ଚାଷ କରି କିଏ ଲାଭବାନ ହେଉଛି ତ ଆଉ କେଉଁଠି ଉପଯୁକ୍ତ ତାଲିମ ଓ ଅଭାବୀ ବିକ୍ରି ପାଇଁ କ୍ଷତି ସହୁଛି ଚାଷୀ । ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା କିମ୍ବା ସୂର୍ଯ୍ୟମୁଖୀ ତେଲ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା କରାଯାଇ ପାରିଲେ ଲାଞ୍ଜିଗଡ ଅଞ୍ଚଳରେ ଦିନେ ସୂର୍ଯ୍ୟମୁଖୀ ଚାଷ ଲୋକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଭଲ ରୋଜଗାର ଦେବ ବୋଲି କୁହାଯାଇଛି ।

ସୂର୍ଯ୍ୟମୁଖୀ ଚାଷ କେବଳ ଯେ ଲାଞ୍ଜିଗଡ଼ ଅଞ୍ଚଳରେ ନୁହେଁ ବରଂ ଜିଲ୍ଲାର ଥୁଆମୂଳ ରାମପୁର, ମଦନପୁର ଆରମ୍ଭ, କଲମପୁର, ଜୟପାଟଣା ଭଳି ଅନେକ ଅଞ୍ଚଳରେ ବହୁଳ ଚାଷ କରାଯାଏ । କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ତାଲିମ, ପ୍ରୋତ୍ସାହନ ଓ ସୂର୍ଯ୍ୟମୁଖୀର ମାର୍କେଟିଂ ବ୍ୟବସ୍ଥା କରାଗଲେ ଭଲ ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି ଚାଷୀ କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.