ETV Bharat / state

ଲାଞ୍ଚୁଆ ଡେପୁଟି କଲେକ୍ଟର ସସପେଣ୍ଡ

author img

By

Published : Jul 26, 2020, 4:27 PM IST

Updated : Jul 26, 2020, 6:41 PM IST

କର୍ତ୍ତବ୍ୟରେ ଅବହେଳା କରି ସସପେଣ୍ଡ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ । 2015 ବ୍ୟାଚର ଓଏଏସ ଅଫିସର ଅନିଶା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ତହସିଲଦାର ଥିଲେ । ଅଧିକ ପଢନ୍ତୁ...

ଲାଞ୍ଚୁଆ ଡେପୁଟି କଲେକ୍ଟର ସସପେଣ୍ଡ
ଲାଞ୍ଚୁଆ ଡେପୁଟି କଲେକ୍ଟର ସସପେଣ୍ଡ

ଭୁବନେଶ୍ବର: କର୍ତ୍ତବ୍ୟରେ ଅବହେଳା କରି ସସପେଣ୍ଡ ହେଲେ କଳାହାଣ୍ଡି ଉପଜିଲ୍ଲାପାଳ । ରାଜ୍ୟ ସରକାର କଳାହାଣ୍ଡି ଉପଜିଲ୍ଲାପାଳ ଅନିଶା ଦାସଙ୍କୁ ସସପେଣ୍ଡ କରିଛନ୍ତି । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

Kalahandi sub-district magistrate was suspended for negligence
ଲାଞ୍ଚୁଆ ଡେପୁଟି କଲେକ୍ଟର ସସପେଣ୍ଡ

2015 ବ୍ୟାଚର ଓଏଏସ ଅଫିସର ଅନିଶା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ତହସିଲଦାର ଥିଲେ । ଏବେ ସେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ବିନା ଅନୁମତିରେ ଛୁଟିରେ ଯାଇପାରିବେ ନାହିଁ ।

ନିକଟରେ ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲି ମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ବାଲିମାଫିଆ, ଦଲାଲ ଏବଂ ତହସିଲଦାର କଥା ହେଉଥିବାର ଅଡିଓ ଟେପରେ ଲକ୍ଷେ ଟଙ୍କା ଦେଲେ ମୋରମ ବୋଝେଇ ଟ୍ରକକୁ ବିନା କୌଣସି ଫାଇନରେ ଛାଡି ଦିଆଯିବ ବୋଲି ଦଲାଲ ଅଭିଜିତ ମହଲ ଓ ବାଲି ମାଫିଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 26, 2020, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.