ETV Bharat / state

ଆସିଛି ପର୍ଯ୍ୟଟନ ଋତୁ: ପର୍ଯ୍ୟଟକଙ୍କୁ ଟାଣୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରକୃତି କୋଳରେ ବିତୁଛି ସମୟ - ଫୁର୍ଲିଝରନ ଜଳପ୍ରପାତ

ଫୁର୍ଲିଝରଣ ଜଳପ୍ରପାତରେ ଉନ୍ନୟନ ମୂଳକ କାମ ହାତକୁ ନିଆଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଶିଶୁ ଉଦ୍ୟାନର ବ୍ୟବସ୍ଥା କରାଯାଇଛି । ସେହିପରି ରାବଣଧାରା ଜଳପ୍ରପାତକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ ହୋଇ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପର୍ଯ୍ୟଟକ ଦାବି କରିଛନ୍ତି । ଅଧିକ ପଢନ୍ତୁ

waterfall attract tourist
waterfall attract tourist
author img

By

Published : Dec 27, 2022, 9:08 PM IST

Updated : Dec 27, 2022, 9:51 PM IST

waterfalls attract tourist

ଭବାନୀପାଟଣା: ଆସିଛି ପର୍ଯ୍ୟଟନ ଋତୁ। କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ କରୁଛି ଆନମନା। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଫୁର୍ଲିଝରନ ଓ ରାବଣ ଧାର ଜଳପ୍ରପାତ ର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି ଆନମନା ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘାର କଳାହାଣ୍ଡି ଜିଲ୍ଲା । ଘଞ୍ଚ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଛୋଟ ବଡ ଅନେକ ଜଳପ୍ରପାତ ରହିଛି। ଯାହା ରାଜ୍ୟ ତଥା ରାଜ୍ୟ ବାହାର ଅନେକ ପର୍ଯ୍ୟଟକଙ୍କୁ ଟାଣି ଆଣିଛି କାରଣ ଆସିଛି ପର୍ଯ୍ୟଟନ ଋତୁ। ପ୍ରକୃତ କୋଳରେ କିଛି ସମୟ ଅତି ବାହିତ କରିବା ପାଇଁ କିଏ ବା ନଚାହେଁ। ଆଉ ଯେତେବେଳେ ପର୍ଯ୍ୟଟନ ଋତୁ ଆସେ ସମସ୍ତଙ୍କ ମନରେ ଉଙ୍କି ମାରେ କଳାହାଣ୍ଡି ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ବୁଲି ଦେଖିବା ପାଇଁ।

ତେବେ ଭବାନୀପାଟଣା ସଦର ମହକୁମାର ଅନତି ଦୂରରେ ଅବସ୍ଥିତ ରାବଣ ଧାର ଜଳପ୍ରପାତ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ରାବଣ ଧାର ଜଳପ୍ରପାତରେ ବନ ବିଭାଗ ପକ୍ଷରୁ ଏକ ରେସ୍ତୋରାଁ ମଧ୍ୟ ଖୋଲାଯାଇଛି। ଏହା ସହ ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିବା ପାଇଁ ଅନେକ ଗୁଡିଏ ନବୀକରଣ ମଧ୍ୟ କରାଯାଇଛି। ଯେଉଁଥି ପାଇଁ ଏଠାକୁ ଛୁଟି ଆସିଛନ୍ତି ଅନେକ ପର୍ଯ୍ୟଟକ।

ତେବେ କିଏ ବଣଭୋଜିର ମଜା ନେଉଛି ତ ପୁଣି ଆଉ କିଏ ନିଜ କ୍ୟାମେରା ଲେନ୍ସ ରେ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ କଏଦ କରୁଛି। ସେପଟେ ଯୁବ ପିଢ଼ି ମଧ୍ୟ ସେଲ୍ଫି ଓ ରିଲସ ତିଆରି କରି ଏହାର ଖୁବ ମଜା ଉଠାଉଛନ୍ତି । ହେଲେ ରାବଣଧାରା ଜଳପ୍ରପାତ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ ହୋଇ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପର୍ଯ୍ୟଟକମାନେ ଦାବି କରିଛନ୍ତି।

ସେହିପରି ନୈସର୍ଗିକ ସୌନ୍ଦର୍ଯ୍ୟରେ ଭରପୁର ଫୁର୍ଲିଝରନ ଜଳପ୍ରପାତ ରେ ମଧ୍ୟ ଲାଗିଲାଣି ପାର୍ଯ୍ୟଟଙ୍କ ଭିଡ। ଘଞ୍ଚ ଜଙ୍ଗଲ ମଧ୍ୟରେ କୁଳୁକୁଳୁ ନାଦରେ ଅବିରତ ଝରି ଚାଲିଛି ଫୁର୍ଲିଝରନ ଜଳପ୍ରପାତ । ବହୁ ଝରଣାର ପାଣି ବିଶାଳ ପଥର ଖଣ୍ଡରେ ପଡୁଥିବାର ଦୃଶ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ଭବାନୀପାଟଣାରୁ ମାତ୍ର ୧୬ କିମି ଦୂରରେ ଥିବା ଏହି ଜଳପ୍ରପାତକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂଆ ରୂପରେଖ ଦିଆଯାଇଛି। ନୂଆବର୍ଷ ଉପଲକ୍ଷେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଲୋକଙ୍କ ସୁଅ ଛୁଟୁଛି ।

ଏହା ମଧ୍ୟ ପଢନ୍ତୁ-କାଇଯୋଡା ଜଳପ୍ରପାତ: 150ଫୁଟ୍ ଉଚ୍ଚରୁ ଝରୁଛି ଜଳ, ମନମୋହୁଛି ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ

ଫୁର୍ଲିଝରନ ଜଳପ୍ରପାତ ପ୍ରକୃତିର ଏକ ଅନନ୍ୟ ଅବଦାନ । ପ୍ରାୟ ୪୦ ଫୁଟ ଉପରୁ ପାଣି ପଡୁ ଥିବାର ଦୃଶ୍ୟ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଛି । ଏହି ଜଳପ୍ରପାତ ବର୍ଷ ତମାମ ଚିରସ୍ରୋତା ହୋଇଥିବାରୁ ବର୍ଷ ତମାମ ଏଠି ପର୍ଯ୍ୟଟକ ଆସୁଥିଲେ ହେଁ ନଭେମ୍ବର ପହିଲାରୁ ଜାନୁଆରୀ ମାସ ଯାଏଁ ପର୍ଯ୍ୟଟକଙ୍କ ଭିଡ ଲାଗି ରହେ । ଭୋଜି ଭାତର ଆସର ସାଙ୍ଗକୁ ସୂର୍ଯ୍ୟ ଅସ୍ତ ହେବା ମାତ୍ରକେ ସମସ୍ତେ ସେଲଫି ନେବାରେ ଲାଗିଯାନ୍ତି । ଚଳିତ ବର୍ଷ ଜିଲ୍ଲା ଓ ଜିଲ୍ଲା ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ଦେଖିବାକୁ ମିଳିଛି ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ଉନ୍ନୟନ ମୂଳକ କାମ ହାତକୁ ନିଆଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଶିଶୁ ଉଦ୍ୟାନ ର ବ୍ୟବସ୍ଥା କରାଯାଇଛି । ତେବେ ମୋବାଇଲ ନେଟୱାର୍କ ନ ଥିବାରୁ ସେଠାରେ ଏକ ପୋଲିସ ଚୌକି ଓ ପାନୀୟ ଜଳ ର ବ୍ୟବସ୍ଥା ପାଇଁ ପର୍ଯ୍ୟଟକ ଆବଶ୍ୟକତା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Dec 27, 2022, 9:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.