ETV Bharat / state

ରାତି ପାହିଲେ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ବଳିପ୍ରଥାକୁ ବିଶ୍ବାସ କହିଲେ ଶ୍ରଦ୍ଧାଳୁ

author img

By

Published : Oct 2, 2022, 9:54 PM IST

Updated : Oct 2, 2022, 10:40 PM IST

ରାତି ପାହିଲେ ମା' ମାଣିକେଶ୍ବରୀଙ୍କ ଛତର ଯାତ୍ରା । ଏନେଇ କଳାହାଣ୍ଡିର ଭବାନୀପାଟଣା ସହର ଚଳଚଞ୍ଚଳ ହୋଇ ଉଠିଛି । ଅଧିକ ପଢ଼ନ୍ତୁ

ରାତି ପାହିଲେ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ବଳିପ୍ରଥାକୁ ବିଶ୍ବାସ କହିଲେ ଜିଲ୍ଲାପାଳ
ରାତି ପାହିଲେ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ବଳିପ୍ରଥାକୁ ବିଶ୍ବାସ କହିଲେ ଜିଲ୍ଲାପଳ

ଭବାନୀପାଟଣା: କଳାହାଣ୍ଡିର ଭବାନୀପାଟଣା ସହରରେ ରାତି ପାହିଲେ ଆରମ୍ଭ ହେବ ମା' ମାଣିକେଶ୍ବରୀଙ୍କ ଛତର ଯାତ୍ରା (Manikeswari Chatar jatra)। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି ଜିଲ୍ଲା । ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିକେଶ୍ବୀରୀ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ମା'ଙ୍କ ଦର୍ଶନ ଓ ଆର୍ଶିବାଦ ଭିକ୍ଷା ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ ।

ରାତି ପାହିଲେ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ବଳିପ୍ରଥାକୁ ବିଶ୍ବାସ କହିଲେ ଜିଲ୍ଲାପାଳ

ଏହି ଅବସରରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ଦେବୀଙ୍କ ପାଖରେ ଅର୍ପଣ କରିଥାନ୍ତି କୁକୁଡ଼ା, ବୋଦା, ଛେଳି । ଏହାପରେ ରକ୍ତମୟ ହୋଇଯାଏ ଯାତ୍ରାସ୍ଥଳୀ । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଥାନ୍ତି । ଏହାସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳେ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି କଡ଼ା ରହିଛି ।

ସୁରକ୍ଷା ବ୍ୟବସ୍ଥା ପାଇଁ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ 22ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିଛନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ମା'ଙ୍କ ରୀତିନୀତି ଅନୁଯାୟୀ ହଜାର ହଜାର ବର୍ଷ ଧରି ଏହି ଯାତ୍ରାକୁ ପାଳନ କରିଆସୁଛନ୍ତି କଳାହାଣ୍ଡିବାସୀ । ଗତ ଦୁଇ ବର୍ଷ କୋରୋନା ସଂକ୍ରମଣ ପାଇଁ ବିନା ଭକ୍ତରେ ଛତର ଯାତ୍ରା ପାଳନ ହୋଇଥିଲା । ହେଲେ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଦୁଇ ବର୍ଷ ପରେ ମା'ଙ୍କୁ ଦର୍ଶନ କରିବେ ଭକ୍ତ ।

ତେବେ ଏ ସମ୍ପର୍କରେ ସ୍ଥାନୀୟ ଶ୍ରଦ୍ଧାଳୁ କହିଛନ୍ତି, ''ମାଣିକେଶ୍ବରୀଙ୍କ ଆର୍ବିଭାବ ସହ ଯୋଡ଼ିକି ଅଛି ବଳି ପ୍ରଥା । ଏହାକୁ ଅଲଗା କରି ଦେଖାଯାଇ ପାରିବନି । ବଳି ପ୍ରଥା କଳାହାଣ୍ଡିବାସୀଙ୍କର ଏକ ପରମ୍ପରା । ଏହା କଳାହାଣ୍ଡିର ଜୀବନଶୈଳୀ ସହ ଯୋଡ଼ି ହେଇ ଅଛି । ଆଦିବାସୀ ସଂସ୍କୃତିରେ ଯାହା ନିୟମ ଅଛି ତାହା ଭିତରୁ ଛତର ଯାତ୍ରାରେ ହେଉଥିବା ଏହି ବଳି ପ୍ରଥା ପରମ୍ପରା ଏକ ବଡ଼ ପରମ୍ପରା ।''

ଇଟିଭି ଭାରତ, କଳାହାଣ୍ଡି

Last Updated : Oct 2, 2022, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.