ETV Bharat / state

ଦେଶ ଭକ୍ତି ସହ ଦେବୀ ଭକ୍ତିର ମିଶ୍ରଣ, ଝଲସିବ ନକଟିଗୁଡା ପୂଜା ମଣ୍ଡପ - କଳାହାଣ୍ଡିରେ ଦୁର୍ଗା ପୂଜା ପ୍ରସ୍ତୁତି

କଳାହାଣ୍ଡି ଜିଲ୍ଲାର ଦୁର୍ଗା ପୂଜାରେ ଏଥର ମୁଖ୍ୟ ଆକର୍ଷଣ ସାଜିବ ଭାରତର ରାଷ୍ଟ୍ରପତି ଭବନ । ଦେଶ ଚଳିତ ବର୍ଷ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବାରୁ ନକଟିଗୁଡା ପୂଜା କମିଟି ପକ୍ଷରୁ ରାଷ୍ଟ୍ରପତି ଭବନ ସଦୃଶ ତୋରଣ ନିର୍ମିତ ହେଉଛି । ଫଳରେ ଦେବୀ ଭକ୍ତି ସହ ଦେଶ ଭକ୍ତିର ମିଶ୍ରଣରେ ଝଲସି ଉଠିବା ସହର । ଦେଖନ୍ତୁ ଏହି ରିପୋର୍ଟ

ଦେଶ ଭକ୍ତି ସହ ଦେବୀ ଭକ୍ତିର ମିଶ୍ରଣ, ଝଲସିବ ନକଟିଗୁଡା ପୂଜା ମଣ୍ଡପ

author img

By

Published : Sep 22, 2022, 8:21 PM IST

ଭବାନୀପାଟଣା: ଆସିଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତ ଜନନୀ ମା' ଦୁର୍ଗା । ଏନେଇ ଚାରିଆଡେ ଉତ୍ସବର ମାହୋଲ । ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲାଣି ତୋରଣ ସଜ୍ଜା । ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଦୀର୍ଘ ଦୁଇ ବର୍ଷ ଧରି କୋରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ପାଳିତ ହେବ ଦୁର୍ଗାପୂଜା । ଚଳିତ ବର୍ଷ ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ନକଟିଗୁଡା ପୂଜ କମିଟି ପକ୍ଷରୁ ଆକର୍ଷଣ ସାଜିବ ଭାରତର ରାଷ୍ଟ୍ରପତି ଭବନ ।

ଦେଶ ଭକ୍ତି ସହ ଦେବୀ ଭକ୍ତିର ମିଶ୍ରଣ, ଝଲସିବ ନକଟିଗୁଡା ପୂଜା ମଣ୍ଡପ

ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଆକର୍ଷଣକୁ ବିଶେଷ ଗୁରୁତ୍ବ ଦିଆଯାଇଥିବା ବେଳେ ଚଳିତ ବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ଭାରତର ରାଷ୍ଟ୍ରପତି ଭବନ ସଦୃଶ ତୋରଣ ତିଆରି କରିବା ଆରମ୍ଭ ହୋଇଛି । ଦେଶ ସ୍ଵାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ରାଷ୍ଟ୍ରପତି ଭବନ ସହ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରା ଦୃଶ୍ୟମାନ ହେବ ।

ସାରା ସହରକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ କରିବା ଲାଗି ବ୍ୟବସ୍ଥା ହୋଇଛି । ଫଳରେ ଦେବୀ ଭକ୍ତି ସହ ଦେଶ ଭକ୍ତିର ମିଶ୍ରଣରେ ଝଲସି ଉଠିବା ସହର । ଯାହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଲାଣି । ସେପଟେ ସହରର ସବୁଠୁ ପୁରୁଣା ଜନତା ଦୁର୍ଗା ପୂଜା କମିଟି ପକ୍ଷରୁ ମଧ୍ୟ ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ପୋଡିକୁ ବିଶେଷ ଗୁରୁତ୍ବ ଦିଆଯାଇଥିବା ବେଳେ ମୂର୍ତ୍ତି କାରିଗର ମାନେ ମଧ୍ୟ ମାଆଙ୍କ ମୂର୍ତ୍ତି ନିର୍ମାଣରେ ଲାଗି ପଡିଛନ୍ତି ।

ମାଆଙ୍କ ମୂର୍ତ୍ତି ନିର୍ମାଣରେ କୋଲକାତା ଷ୍ଟାଇଲର ଛାପ ଛାଡ଼ିବାକୁ ମୂର୍ତ୍ତି କାରିଗର ମାନେ ଲାଗିପଡ଼ିଛନ୍ତି । ଏ ନେଇ ମୂର୍ତ୍ତି କାରିଗର କହିଛନ୍ତି, " ମୂର୍ତ୍ତିର ମାଟି କାମ ସରିଥିବା ବେଳେ ରଙ୍ଗ ଦିଆ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ବର୍ଷ ମୂର୍ତ୍ତି ଗଢା ସାଙ୍ଗକୁ ସାଜସଜ୍ଜା କୋଲକାତା ଷ୍ଟାଇଲରେ କରାଯାଇଛି । ସାଜସଜ୍ଜା ପାଇଁ କୋଲକାତା ଡିଜାଇନ ଉପରେ ବିଶେଷ ଭାବରେ ଫୋକସ କରାଯାଇଛି ।"

କୋରୋନା କଟକଣା ପାଇଁ ଦୀର୍ଘ ୨ ବର୍ଷ ଧରି ଫିକା ପଡ଼ିଥିଲା ପୂଜା ମାହୋଲ । ତେବେ ଚଳିତ ବର୍ଷ କୋରୋନାର ପ୍ରକୋପ କମିଥିବା ବେଳେ କଟକଣା ମଧ୍ୟ ହଟିଛି । ଲୋକଙ୍କୁ ମଣ୍ଡପରେ ମା' ଦୁର୍ଗାଙ୍କୁ ଦର୍ଶନ ଲାଗି ଅନୁମତି ଦିଆଯାଇଛି । ଏଣୁ ଏଥର ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିବାକୁ ଥିବା ଆଶା ରହିଥିବା ବେଳେ ଧୁମଧାମରେ ପୂଜାକୁ ପାଳନ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.