ETV Bharat / state

ଗ୍ରାମାଞ୍ଚଳରେ ଟେଷ୍ଟିଂ ବୃଦ୍ଧି କରନ୍ତୁ ସରକାର: କଳାହାଣ୍ଡି ସାଂସଦ - କଳାହାଣ୍ଡି ସାଂସଦ ବସନ୍ତ ପଣ୍ତା

ଗ୍ରାମାଞ୍ଚଳରେ କୋଭିଡ ଟେଷ୍ଟିଂ ବଢାଇବାକୁ ସରକାରଙ୍କୁ ଅନୁରୋଧ କଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ତା । ଟେଷ୍ଟିଂ କମୁଥିବାରୁ ଅକାଳରେ ବହୁ ସଂକ୍ରମିତଙ୍କ ଜୀବନ ଯାଉଛି । ଏଣୁ ଓଡିଶା ସରକାର ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଗ୍ରାମାଞ୍ଚଳରେ ଟେଷ୍ଟିଙ୍ଗ ବୃଦ୍ଧି କରନ୍ତୁ ସରକାର

author img

By

Published : May 17, 2021, 7:35 PM IST

ଭବାନୀପାଟଣା: ଗ୍ରାମାଞ୍ଚଳରେ କୋଭିଡ ଟେଷ୍ଟିଂ ବଢାଇବାକୁ ସରକାରଙ୍କୁ ଅନୁରୋଧ କଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ତା । ଟେଷ୍ଟିଂ କମୁଥିବାରୁ ଅକାଳରେ ବହୁ ସଂକ୍ରମିତଙ୍କ ଜୀବନ ଯାଉଛି । ଏଣୁ ଓଡିଶା ସରକାର ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଗ୍ରାମାଞ୍ଚଳରେ ଟେଷ୍ଟିଙ୍ଗ ବୃଦ୍ଧି କରନ୍ତୁ ସରକାର

ପ୍ରତ୍ୟେକ ସ୍ଥାନରେ ଟେଷ୍ଟିଂ ବୃଦ୍ଧି କରାଯିବା ଆବଶ୍ୟକ ରହିଛି। ରାଜ୍ୟରେ ଲକଡାଉନ କାରଣରୁ ଅନେକ ପ୍ରବାସୀ ଘରକୁ ଫେରି ଆସୁଛନ୍ତି । ଏଥିପାଇଁ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି। ଏଣୁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟର ପାଇଁ ସାଂସଦ ଦାବି କରିଛନ୍ତି ।

ସେହିପରି ପୂର୍ବରୁ ଯେପରି ଔଷଧ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା, ସେହି ବ୍ୟବସ୍ଥାକୁ ପୁନର୍ବାର କରାଯିବାର ଆବଶ୍ୟକତା ଅଛି । ଏହାସହ କୋଭିଡ ମ୍ୟାନେଜମେଣ୍ଟ କରିବା ପାଇଁ ପ୍ରତ୍ୟେକ ଗାଁରେ ଆଶା କର୍ମୀ, ବିଭିନ୍ନ ସ୍ବାସ୍ଥ୍ୟକର୍ମୀ ଓ ବିଭିନ୍ନ ଦଳର ଲୋକ, ସମାଜର ପ୍ରତିଷ୍ଠିତ ଵ୍ୟକ୍ତିଙ୍କୁ ନେଇ ଟିମ ଗଠନ କରନ୍ତୁ ସରକାର ବୋଲି ସେ କହିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.