ETV Bharat / state

ଦାଦନ ଖଟିବାକୁ ଯାଇଥିବା ପୁଅର ମୃତ୍ୟୁ, ମୃତଦେହ ଫେରାଇ ଆଣିବାକୁ ପରିବାରର ଗୁହାରି - କଳାହାଣ୍ଡିରେ ଉଗ୍ରରୂପ ଧାରଣ କରିଛି ଦାଦନ ଦୁଃଖ

କଳାହାଣ୍ଡିରେ ଉଗ୍ରରୂପ ଧାରଣ କରିଛି ଦାଦନ ଦୁଃଖ । ଚାଲିଚଲା ଅଉ ଏକ ଦାଦନ ଶ୍ରମିକ ଜୀବନ । ବରଗାଁର ୨୪ ବର୍ଷୀୟ ଜଗତ ରାମ ମାଝୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

କଳାହାଣ୍ଡିରେ ଉଗ୍ରରୂପ ଧାରଣ କରିଛି ଦାଦନ ଦୁଃଖ

author img

By

Published : Apr 26, 2023, 10:22 PM IST

କଳାହାଣ୍ଡିରେ ଉଗ୍ରରୂପ ଧାରଣ କରିଛି ଦାଦନ ଦୁଃଖ

ଭବାନିପାଟଣା: କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ସାଜିଛି ଦାଦନ ଶ୍ରମିକ । ଦାଦନକୁ ରୋକିବା ପାଇଁ ସରକାର ଆନେକ ଯୋଜନା କରୁଥିବା ବେଳେ ସବୁ ଫେଲ୍‌ ମାରିଛି । କାମ ପାଇଁ ଘରଛାଡି ଯାଇଥିବା ପୁଅ ଆଉ ଫେରିଲାନି । ହେଲେ ଫେରିଛି ତାର ମୃତ୍ୟର ଖବର । କାଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ ବରଗାଁରେ ଏବେ ପୁଅର ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକେ ଗୁହାରି କରିଛନ୍ତି । ଗ୍ରାମର କିଛି ଯୁବକଙ୍କ ସହ ଦାଦନ ଖଟିବାକୁ ଯାଇଥିବା ୨୪ ବର୍ଷୀୟ ଜଗତ ରାମ ମାଝୀଙ୍କ ମୃତ୍ୟୁ ହୋଇଛି । ହେଲେ ମୃତଦେହ କିଭଳି ଫେରାଇ ଆଣିବେ ସେ ଚିନ୍ତାରେ ପରିବାର ।

ସୂଚନାନୁଯାୟୀ, ୨୪ ବର୍ଷୀୟ ଜଗତ ରାମ ମାଝୀ ଗତ ଦୁଇବର୍ଷ ତଳେ ପରିବାର ପ୍ରତିପୋଷଣ କରିବା ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଏକ କମ୍ପାନୀରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । କାମ କରିବା ସମୟରେ କୌଣସି କାରଣରୁ ସେ ତଳକୁ ଖସି ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସାଥି ଶ୍ରମିକ ଘଟଣା ସମ୍ପର୍କରେ ଜଗତ ରାମଙ୍କ ପରିବାର ଓ ସମ୍ପୃକ୍ତ ଠିକା କମ୍ପାନୀ ମାଲିକଙ୍କୁ ଜଣାଇଥିଲେ । ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକଙ୍କ ପାଦତଳୁ ମାଟି ଖାସି ଯାଇଛି । ପୁଅ ତ ଫେରିଲା ନାହିଁ କିନ୍ତୁ ପୁଅର ମୃତଦେହ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରାସ୍ତ ହୋଇଛନ୍ତି ପରିବାର । ଜିଲ୍ଲା ଶ୍ରମ ବିଭାଗ ଏଥିରେ ହସ୍ତକ୍ଷେପ କରି ମୃତଦେହ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ମୃତ ଦାଦନ ଶ୍ରମିକଙ୍କ ପରିବାର ।

ତେବେ ଦାଦନ ଦୁଃଖ ଦୂର କରିବା ପାଇଁ ସରକାରଙ୍କ ଆନେକ ଯୋଜନା କରୁଛନ୍ତି । ହେଲେ କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ହୋଇପାରୁ ନାହିଁ । ଫଳରେ ରାଜ୍ୟ ଛଡି ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଗୋଟିଏ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳକୁ ୧୦ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଥିବା ବେଳେ ଅନେକ ବନ୍ଧକରୁ ମୁକୁଳି ଘରକୁ ଫେରିଛନ୍ତି । ହେଲେ ଏଥିପ୍ରତି ନାଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି ନାଁ ସରକାର । ଫଳରେ ପେଟପାଟଣା ଆଶାରେ ହଜାରହଜାର ଶ୍ରମିକ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟି । ହେଲେ କିଛି ଫେରୁଛନ୍ତି ତ ଆଉ କିଛି ଲୋକଙ୍କ ଫେରୁଛି ମୃତଦେହ ।

ଇଟିଭି ଭାରତ, ଭବାନିପାଟଣା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.