ETV Bharat / state

ଗୁଜରାଟରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ - urging rescue workers from gujarat

କୋରୋନାକୁ ନେଇ ଏବେ ସାରା ଦେଶରେ ଲକଡାଉନ ପରିସ୍ଥିତି ଥିବାବେଳେ ଗୁଜରାଟରେ ଫସିଛନ୍ତି ଓଡ଼ିଆ ଶ୍ରମିକ । ଏଭଳି ସ୍ଥିତିରେ ସେମାନଙ୍କୁ ଉଦ୍ଧାର କରିବାକୁ ଭିଡିଓ ଜରିଆରେ ନିବେଦନ କରିଛନ୍ତି ।

kalahandi labourers trapped in Gujarat
ଭିଡିଓ ଜରିଆରେ ଓଡ଼ିଆ ଶ୍ରମିକଙ୍କ ନିବେଦନ
author img

By

Published : May 6, 2020, 11:34 AM IST

Updated : May 6, 2020, 11:39 AM IST

ଭବାନୀପାଟଣା: ବିଶ୍ବବ୍ୟାପି ଆତଙ୍କ ଖେଳାଇଥିବା କୋରୋନାକୁ ନେଇ ଏବେ ସାରା ଦେଶରେ ଜାରି ହୋଇଛି ତୃତୀୟ ପର୍ଯ୍ୟାୟ ଲକଡାଉନ । ଏହାଦ୍ବାରା ବିଶେଷ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଓ ଖଟିଖିଆ ମଣିଷ । ଯଦିଓ ରେଜିଷ୍ଟ୍ରେସନ ମାଧ୍ୟମରେ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବାର ବାଟ ସରକାର ଖୋଲିଛନ୍ତି। ତେବେ ଏହାକୁ ନେଇ ବି ରହିଛି ଅନେକ କଟକଣା।

ଭିଡିଓ ଜରିଆରେ ଓଡ଼ିଆ ଶ୍ରମିକଙ୍କ ନିବେଦନ

ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଆଦି ଜିଲ୍ଲାର ପ୍ରାୟ ୩୦୦ ଶ୍ରମିକ ଗୁଜରାଟ ଉମରଗାଁର ଦାମୋଦର ଉଲ ଓ କପଡା କାରଖାନାରେ ଶ୍ରମିକ ଭାବେ କାମ କରନ୍ତି। ବର୍ତ୍ତମାନ ଏମାନେ ନିଜ ନିଜ ଜିଲ୍ଲାକୁ ଫେରିବା ପାଇଁ ରେଜିଷ୍ଟ୍ରେସନ କରୁଥିବା ବେଳେ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରିଛନ୍ତି।

ସେଠାରେ ସେମାନେ ଭୋକ ଉପାସରେ ଦିନ କାଟୁଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଓଡ଼ିଶା ସରକାର ହସ୍ତକ୍ଷେପ କରିବା ପାଇଁ ଏକ ଭିଡିଓ ମାଧ୍ୟମରେ ଗୁହାରୀ କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Last Updated : May 6, 2020, 11:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.