ETV Bharat / state

ପ୍ରତିଶ୍ରୁତି ଦେଇ ଭୁଲିଗଲେ ରାଜ୍ୟ ସରକାର, ଆନ୍ଦୋଳନ ଚେତାବନୀ ଦେଲା ଶିକ୍ଷକ ସଂଘ

ସ୍ଥାୟୀ ନିଯୁକ୍ତି ପାଇଁ ଘୋଷଣା ପରେ ବି ପ୍ରତିଶ୍ରୁତି ପୂରଣ ହୋଇନାହିଁ । କଳାହାଣ୍ଡି ହାଇସ୍କୁଲ ଶିକ୍ଷକ ସଂଘ ଆନ୍ଦୋଳନ ଚେତାବନୀ ଦେଇଛି । ଅଧିକ ପଢନ୍ତୁ

author img

By

Published : May 2, 2023, 10:30 AM IST

Teachers Union give memorandum to collector
ପ୍ରତିଶ୍ରୁତି ପୂରଣରେ ବିଳମ୍ବ
ପ୍ରତିଶ୍ରୁତି ପାଳନରେ ବିଳମ୍ବ

ଭବାନୀପାଟଣା: ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଛନ୍ତି ସରକାର । ସରକାରଙ୍କ ପ୍ରତିଶ୍ରୁତି ଏବେ ପାଣିର ଗାର ସଦୃଶ୍ୟ ହୋଇଛି । ସ୍ଥାୟୀ ନିଯୁକ୍ତି ପାଇଁ ଘୋଷଣା କରିଦେଲେ ସରକାର ମାତ୍ର ଏଯାଏଁ ପ୍ରତିଶ୍ରୁତି ପୂରଣ ହୋଇନାହିଁ । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜଧାନୀରେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ । ରାଜରାସ୍ତାରେ ଗର୍ଜିବେ ଶିକ୍ଷକ ସଂଘ । ଠକା ନିଯୁକ୍ତି ହଟାଯିବାକୁ ଘୋଷଣା ହୋଇଥିଲେ ସୁଦ୍ଧା ଆଜି ଯାଏଁ କଳାହାଣ୍ଡି ହାଇସ୍କୁଲ ଶିକ୍ଷକ ସଂଘ ଉପକୃତ ହୋଇନାହାନ୍ତି । ଫଳରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ହାଇସ୍କୁଲ ଶିକ୍ଷକ ସଂଘ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଘ ।

କଳାହାଣ୍ଡି ଜିଲ୍ଲା ସରକାରୀ ହାଇସ୍କୁଲୁ ଶିକ୍ଷକ ସଂଘ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ପ୍ରଥା ହଟାଇବା ଘୋଷଣାର ୭ ମାସ ପରେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧୮୦୦୦ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରାଯାଇନାହିଁ । ଏହାର ପ୍ରତିବାଦରେ ରାଜ୍ୟ ସଂଘ ଏପ୍ରିଲ ୧-ଏପ୍ରିଲ ୧୩ ଯାଏଁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଥିଲା । ଦୀର୍ଘ ୧୩ ଦିନର ଧାରଣା ପରେ ଏପ୍ରିଲ ୧୩ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ନିୟମିତ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅନୁରୂପ ଭାବେ ବିଭାଗୀୟ ମନ୍ତ୍ରୀ ସାମାଜିକ ଗଣମାଧ୍ୟମ ସମ୍ମୁଖରେ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଓଡ଼ିଆ ନବବର୍ଷ ଭେଟି ଦେଲେ ବୋଲି ପ୍ରକାଶ କଲେ। ଏହା ପରେ ବିଭାଗୀୟ ଅଧିକାରୀଙ୍କ ଉପରେ ଆସ୍ଥା ରଖି ରାଜ୍ୟ ସଂଘ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲା ।

ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିବାର ୧୭ ଦିନ ବିତିଯାଇଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ପ୍ରେରଣ କଲେ ନାହିଁ । ଚିଠିଟି କେବଳ ନିଜ ବିଭାଗରେ ସୀମିତ ରହିଛି । ଫଳସ୍ବରୂପ ୧୮୦୦୦ ଚୁକ୍ତିଭିଭିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହେବାରୁ ବଞ୍ଚିତ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିୟମିତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ କଳାହାଣ୍ଡି ସରକାରୀ ହାଇସ୍କୁଲୁ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ ଦାବିପତ୍ର ପ୍ରଦାନ କରିବା ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, 5ଟି ସଚିବ ସମେତ ବିଭାଗୀୟ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାର ଏହି ନିୟମିତ ପ୍ରକ୍ରିୟାରେ ନିଦାବିଷ୍ଣୁ ସାଜିଥିବାରୁ ଆସନ୍ତା ୫ ଦିନ ଭିତରେ ଶିକ୍ଷକମାନଙ୍କୁ ନିୟମିତ ନକଲେ ରାଜଧାନୀର ପୁଣି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛି ସଂଘ ।

ପ୍ରତିଶ୍ରୁତି ଦେଇଥିଲେ ହେଲେ ଭୁଲି ଯାଇଛନ୍ତି ମୁଖିଆ । ଯାହାକୁ ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଲେଣି ଶିକ୍ଷକ ସଂଘ । ସ୍କୁଲ ଛାଡି ପୁଣି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଶିକ୍ଷକ । ଚକ୍ ବଦଳରେ ମାଇକ ଧରି ଚାଲିବ ନିଜ ହକ୍‌ ପାଇଁ ଲଢେଇ । ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଶିକ୍ଷକ । ଏକ ଶିକ୍ଷିତ ସମାଜ ସୃଷ୍ଟି କରିବା ପାଇଁ ଲକ୍ଷ ରଖିଥିବା ସେହି ଶିକ୍ଷକଙ୍କ ହକ୍‌ କଥାକୁ ସରକାର ଶୁଣି ନାହାନ୍ତି । ଶେଷରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଶିକ୍ଷକ ସମାଜ ।

ଇଟିିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.