ETV Bharat / state

ପିଠିରେ ବଢୁଛି ମାଂସ ପିଣ୍ଡୁଳା, ବଞ୍ଚିବାକୁ କାନ୍ଦି କାନ୍ଦି ଗୁହାରି କରୁଛନ୍ତି କବିତା - ସହାୟତା ଅପେକ୍ଷାରେ ଅସହାୟ ଯୁବତୀ

ପିଠିରେ ହୋଇଥିବା ଛୋଟିଆ ଆବୁ ଏବେ ମାଂସ ପିଣ୍ଡୁଳା ହୋଇ ଯନ୍ତ୍ରଣା ଦେଉଛି । ନା ଭଲରେ ଖାଇ ପାରୁଛନ୍ତି, ନା ଶୋଇ ପାରୁଛନ୍ତି । ନିଜ ବୟସରେ ପିଲାମାନେ ପାଠ ପଢି କଲେଜ ଯାଉଥିବା ବେଳେ ପିଠିରେ ମାଂସ ପିଣ୍ଡୁଳାକୁ ବୋହି ଜୀବନର ଭିକ୍ଷା ମାଗୁଛନ୍ତି ୨୩ ବର୍ଷୀୟ କବିତା ମାଝୀ । ପଢନ୍ତୁ ଏହି ଅସହାୟ ଯୁବତୀଙ୍କ କରୁଣ କାହାଣୀ ।

ଗରୀବ ଯୁବତୀଙ୍କ ଚିକିତ୍ସାରେ ଅର୍ଥ ବାଧକ
ଗରୀବ ଯୁବତୀଙ୍କ ଚିକିତ୍ସାରେ ଅର୍ଥ ବାଧକ
author img

By ETV Bharat Odisha Team

Published : Nov 23, 2023, 3:23 PM IST

Updated : Nov 23, 2023, 3:39 PM IST

ପିଠିରେ ବଢୁଛି ମାଂସ ପିଣ୍ଡୁଳା

ଭବାନୀପାଟଣା: କଲେଜ ଯିବି ପାଠ ପଢ଼ିବି, ଭଲ ଚାକିରି କରିବି । ଏଭଳି ଉଜ୍ବଳ ଭବିଷ୍ୟତ ଗଢିବା ପାଇଁ ସ୍ଵପ୍ନ ଦେଖୁଥିବା ଜଣେ ଛାତ୍ରୀର ଜୀବନ ଏବେ ଯନ୍ତ୍ରଣାଦାୟକ ହୋଇପଡ଼ିଛି । ପାଠପଢା ବୟସରେ ପିଠି ଉପରେ ଦୁଃଖର ପାହାଡ ଲଦି ଦେଇଛି ଦଇବ । ପିଠିରେ ହୋଇଥିବା ଛୋଟିଆ ଆବୁ ଏବେ ମାଂସ ପିଣ୍ଡୁଆ ହୋଇ ଯନ୍ତ୍ରଣା ଦେଉଛି । ନା ସେ ଭଲରେ ଖାଇ ପାରୁଛନ୍ତି, ନା ଶୋଇ ପାରୁଛନ୍ତି । ଅସହ୍ୟ ଯନ୍ତ୍ରଣା ଯୋଗୁଁ ଆଖୁରୁ ଲୁହ ସୁଖୁ ନାହିଁ କି ଦୁଃଖ ସରୁନି । ଗରୀବ ବାପା ପାଖରେ ଚିକିତ୍ସା ପାଇଁ ଟଙ୍କା ନଥିବାରୁ କାନ୍ଦି କାନ୍ଦି ସାହାଯ୍ୟର ଭିକ୍ଷା ମାଗିଛନ୍ତି ଅସହାୟ ଯୁବତୀ କବିତା ମାଝୀ ।

ଆଦିବାସୀ ଯୁବତୀ କବିତା ମାଝୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ବ୍ଲକ ଅନ୍ତର୍ଗତ ଶ୍ରୀମସ୍କା ଟିଟିରିପଡ଼ା ଗାଁର ଶୁକ୍ରୁ ମାଝୀଙ୍କ ୨୩ ବର୍ଷୀୟା ମଝିଆ ଝିଅ । ଛୋଟ ବେଳେ ପୁରା ଠିକଠାକ୍ ଥିଲେ କବିତା । ଗାଁ ନିକଟରେ ଥିବା ଗୋ କନ୍ୟାଶ୍ରମରେ ରହି ଭଲ ପାଠ ପଢୁଥିଲେ । କିନ୍ତୁ ମାଟ୍ରିକ ପରୀକ୍ଷା ଦେଇ ସାରିବା ପରେ ହଠାତ୍ ପିଠିର ଡାହାଣ ଭାଗରେ ଗୋଟିଏ ଛୋଟ ଆବୁ ହୋଇଥିଲା । ଯାହାକି ଧୀରେ ଧୀରେ ମାଂସ ପିଣ୍ଡୁଳା ଆକାର ନେଇ ଦିନକୁ ଦିନ ବଢ଼ି ଚାଲିଛି । ବର୍ତ୍ତମାନ କବିତାଙ୍କ ପକ୍ଷେ ବଞ୍ଚିବା କଷ୍ଟ ହୋଇପଡ଼ିଛି । ନା ସେ ଶୋଇ ପାରୁଛନ୍ତି, ନା ଖାଇ ପାରୁଛନ୍ତି, ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ବାପା ଶୁକ୍ରୁ ମାଝୀ ଜଣେ ଗରିବ ଆଦିବାସୀ । ଜଙ୍ଗଲରୁ କାଠ କାଟିଲେ ନହେଲେ ମୂଲ ଲାଗିଲେ ପରିବାର ଚଳେ । ନିଜେ ଦିନକୁ ଦି ଓଳି ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଥିବା ବେଳେ ଝିଅର ରୋଗ ଭଲ କରିବାକୁ ଲକ୍ଷାଧିକ ଟଙ୍କା ବା ଆଣିବେ କୁଆଡୁ । ଝିଅର ଚିକିତ୍ସାରେ ଅର୍ଥ ଅଭାବ ଯୋଗୁଁ ଏବେ ଚିନ୍ତାରେ ପୁରା ପରିବାର ।

ଏହା ମଧ୍ୟ ପଢନ୍ତୁ: ବିଛଣାରେ ରୋଜଗାରିଆ ପୁଅ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଏନେଇ ଶୁକ୍ରୁ ମାଝୀ କହୁନ୍ତି ଯେ, ଲୋକଙ୍କ ଠାରୁ ଋଣ କରଜ କରି ସେ ଝିଅକୁ ଚିକିତ୍ସା ପାଇଁ ପ୍ରଥମେ ଭବାନୀପାଟଣା ସରକାରୀ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର କବିତାକୁ କଟକ ନେବା ପାଇଁ କହିଥିଲେ । କିନ୍ତୁ କଟକରେ ମଧ୍ୟ ଡାକ୍ତର ଚିକିତ୍ସା କରିବା ବଦଳରେ କିଛି ଦିନ ପରେ ଫେରାଇ ଦେଇଥିଲେ । ଶେଷରେ ଛତିଶଗଡ଼ର ଏକ ଘରୋଇ ମେଡିକାଲକୁ ଯାଇଥିଲେ । ସେଠାରେ କବିତାଙ୍କ ଚିକିତ୍ସା ପାଇଁ ୧୧ ଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିଥିଲେ ଡାକ୍ତର । ହେଲେ ଗରୀବ ଅସହାୟ ବାପା କେଉଁଠି ଏତେ ଟଙ୍କା ପାଇବେ ! ତେଣୁ ଉପାୟଶୂନ୍ୟ ହୋଇ ଝିଅକୁ ଘରକୁ ଫେରାଇ ଆଣିଥିଲେ । ଏବେ ଭଗବାନଙ୍କ ଭରସାରେ ଅଛନ୍ତି ପରିିବାର ।

ଗରୀବ ଶୁକ୍ରୁ ମାଝୀ ଝିଅର ଚିକିତ୍ସା ପାଇଁ କିପରି ଏତେ ଟଙ୍କା ଯୋଗାଡ କରିବେ ସେହି ଚିନ୍ତାରେ ଘାଣ୍ଟି ହେଉଥିବା ବେଳେ ଏପଟେ ଏବେ ବି ପାଠ ପଢି ବଡ ଚାକିରି କରିବାର ଆଶା ବାନ୍ଧିଛନ୍ତି କବିତା । ତେଣୁ କବିତାଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି । ଏନେଇ ଆମେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇ ଚେଷ୍ଟା କରିଥିଲୁ । ହେଲେ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ହେଁ କବିତାଙ୍କୁ ସରକାରୀ ସହାୟତା ମାଧ୍ୟମରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ଓ ଏକ ସ୍ବାସ୍ଥ୍ୟ ଟିମ୍ ତାଙ୍କ ନିକଟକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Nov 23, 2023, 3:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.