ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା ପ୍ରଜ୍ଞା ପଣ୍ଡା ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଉଚ୍ଚତମ ସୁନ୍ଦର ଫଟୋଚିତ୍ର ତିଆରି କରି ସେ ଏହି ସଫଳତା ପାଇଛନ୍ତି । ସେ କରିଥିବା ଏହି ଫଟୋଚିତ୍ରର ଲମ୍ବ ୧୪ ଇଞ୍ଚ ରହିଥିବା ବେଳେ ଉଚ୍ଚତା ୧୮ ଇଞ୍ଚ ରହିଛି ।
ଏହି ସଫଳତା ପରେ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡାଙ୍କ ଝିଅ ହେଉଛନ୍ତି ପ୍ରଚେତା ପ୍ରଜ୍ଞା । ଆଗାମୀ ଦିନରେ ଏହିପରି ଫୋଟୋଚିତ୍ର ତିଆରି କରି ଗିନିଜ ବୁକରେ ସ୍ଥାନ ପାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ସେ ।
ଇଟିଭି ଭାରତ, କଳାହାଣ୍ତି