ଭବାନୀପାଟଣା: ଓଡିଶା ପାଇଁ ଗର୍ବ ଆଣିବେ କଳାହାଣ୍ଡି ଝିଅ । ଆଗକୁ ହେବାକୁ ଥିବା ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଜୋନାଲ ଲିଗ୍ରେ ଭାହନେବେ ଭବାନୀପାଟଣା ସହରର ଅବିନାଶ ପ୍ରଧାନ ଓ ଝରଣା ରାଣୀ ପ୍ରଧାନଙ୍କ ଝିଅ ଅବନ୍ତିକା ପ୍ରଧାନ । ଆସନ୍ତା ନଭେମ୍ବର ୨୭ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କେରଳର ଖୋଜିକୋର୍ଡ ଠାରେ ଅନୁଷ୍ଠିତ ହେବ ଖେଲୋ ଇଣ୍ଡିଆ ଉଷୁ ଓମେନ୍ସ ଜୋନାଲ ଲିଗ୍ । ତେବେ ଚଳିତ ବର୍ଷ ଏହି ଖେଳରେ ଭାଗନେବେ ଭବାନୀପାଟଣାର ଅବନ୍ତିକା ପ୍ରଧାନ ।
ଅବନ୍ତିକା ପ୍ରଧାନ ଉଷୁ ସଙ୍ଘରେ ଅନେକ ଦିନରୁ କୋଚ୍ କୃଷ୍ଣଚନ୍ଦ୍ର ସାହୁଙ୍କ ନିକଟରେ ପ୍ରଶିକ୍ଷଣ ନେଇ ଆସୁଥିବାବେଳେ, ଚଳିତ ବର୍ଷ ଜାତୀୟ ଖେଲୋ ଇଣ୍ଡିଆରେ ଓଡିଶା ତରଫରୁ ଭାଗନେବେ । ସେଥିରେ କଳାହାଣ୍ଡିର ଜଣେ ଉଷୁ ଖେଳାଳି ଅବନ୍ତିକା ପ୍ରଧାନ ଚୟନ ହୋଇଛନ୍ତି । ଖେଲୋ ଇଣ୍ଡିଆ ଲିଗ୍ ପାଇଁ ଭୁବନେଶ୍ବର ଠାରେ ସିଲେକସନ୍ ଟ୍ରାଏଲ ହୋଇଥିଲା । ସେଥିରେ ପ୍ରତ୍ୟେକ ଜିଲ୍ଲାରୁ ଉଷୁ ଖେଳାଳି ମାନେ ଭାଗନେଇଥିଲେ । ଉଷୁ ଏସୋସିଏସନ୍ ଅଫ୍ ଓଡିଶାର ସଭାପତି ଏସ୍ଏସ୍ ହରିଚନ୍ଦନଙ୍କ ନେତୃତ୍ବରେ ସିଲେକ୍ସନ୍ ଟ୍ରାଏଲ୍ରେ କ୍ବାଲିଫାଏ କରିଥିବା ଖେଳାଳିମାନେ ଖେଲୋ ଇଣ୍ଡିଆ ଉଷୁ ଓମେନ୍ ଲିଗ୍ରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକା ନିବେଦିତା ସୁରଜ, ଲୁହରେ ଭିଜିଲା ଜନ୍ମମାଟି
ମନୋନୀତ ହୋଇଥିବା ଖେଳାଳିଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅବନ୍ତିକା ପ୍ରଧାନ ରହିଛନ୍ତି । ଅବନ୍ତିକା ବର୍ତ୍ତମାନ ଭବାନୀପାଟଣାସ୍ଥିତ ବିମଳା କାନଭେଣ୍ଟ ସ୍କୁଲ ଠାରେ ତୃତୀୟ ଶ୍ରେଣୀରେ ଶିକ୍ଷାଲାଭ କରୁଛନ୍ତି । ଏହି ଖବର ପ୍ରଚାର ପରେ କ୍ରୀଡ଼ାବିତଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିବାବେଳେ ଅବନ୍ତିକାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଇଟିଭି ଭାରତ, କଳାହାଣ୍ଡି