ETV Bharat / state

ମାଛ ଚାଷରେ ଆଗୁଆ କଳାହାଣ୍ଡି, ରପ୍ତାନୀ ପାଇଁ ଚାଲିଛି ଚେଷ୍ଟା

author img

By

Published : Aug 5, 2021, 5:07 PM IST

ଧାନ ଓ କପା ଉତ୍ପାଦନ କ୍ଷେତ୍ରରେ ସଫଳ କଳାହାଣ୍ଡି ଜିଲ୍ଲା ପାଇଁ ଆଉ ଏକ ଗର୍ବ । ମାଛ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି କଳାହାଣ୍ଡି । ଏଣୁ ଆଗାମୀ ଦିନରେ ଜିଲ୍ଲାରୁ ବାହାରକୁ ମାଛ ରପ୍ତାନୀ କରିବାକୁ ପ୍ରୟାସ କରୁଛି ପ୍ରଶାସନ । ଅଧିକ ପଢନ୍ତୁ...

ମାଛ ଚାଷରେ ଆଗୁଆ କଳାହାଣ୍ଡି, ରପ୍ତାନୀ ପାଇଁ ଚାଲିଛି ଚେଷ୍ଟା
ମାଛ ଚାଷରେ ଆଗୁଆ କଳାହାଣ୍ଡି, ରପ୍ତାନୀ ପାଇଁ ଚାଲିଛି ଚେଷ୍ଟା

ଭବାନୀପାଟଣା: ସ୍ୱାବଲମ୍ବୀ କରୁଛି ମାଛ । ଧାନ ଓ କପା ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କଳାହାଣ୍ଡି ଜିଲ୍ଲା ପାଇଁ ଆଉ ଏକ ଗର୍ବ ଆଣିଛି ମାଛ ଚାଷ । ଜିଲ୍ଲାରେ ଉନ୍ନତ ମାନର ମାଛ ଚାଷ ନେଇ ଏବେ ବାହର ରାଜ୍ୟକୁ ମାଛ ରପ୍ତାନୀ କରିବାକୁ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ଏହାକୁ ନେଇ ମାଛ ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ ।

କଳାହାଣ୍ଡି ଜିଲ୍ଲାର ଜୟପାଟଣା, ଜୁନାଗଡ଼, ଧର୍ମଗଡ଼ ଓ ଗୋଳାମୁଣ୍ଡା ଭଳି ବିଭିନ୍ନ ବ୍ଲକରେ କରାଯାଉଛି ଉନ୍ନତ ମାନର ମାଛ ଚାଷ । ଫଳରେ ଚାଷୀମାନେ ସ୍ୱାବଲାମ୍ବୀ ହେବା ସହ ନିଜ ଆର୍ଥିକ ସ୍ଥିତି ସୁଦୃଢ କରିବାରେ ସକ୍ଷମ ହୋଇପାରିଛନ୍ତି । ଏପରିସ୍ଥଳେ ଚାଷୀ ଆଗକୁ କିପରି ଉନ୍ନତ ପ୍ରଣାଳୀରେ ମାଛ ଚାଷ କରିପାରିବେ ତା' ଉପରେ ଗୁରୁତ୍ୱ ଦେଇଛି କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା(ସିଫା) । ସିଫା ନିର୍ଦ୍ଦେଶକ ଡାକ୍ତର ସରୋଜ ସ୍ୱାଇଁ ଜୁନାଗଡ଼ ଗୋଲାମୁଣ୍ଡା ବ୍ଲକ ସମେତ ବିଭିନ୍ନ ଅଞ୍ଚଳ ବୁଲି ମାଛ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।

କଳାହାଣ୍ଡି ଜିଲ୍ଲାକୁ ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗରୁ ମାଛ ଆମଦାନୀ ହେଉଛି । ହେଲେ ଏବେ ଜିଲ୍ଲାରେ ଉନ୍ନତ ମାନର ମାଛ ଚାଷ ହେଉଥିବାରୁ ବାହାର ରାଜ୍ୟକୁ କିଭଳି ରପ୍ତାନୀ ହେବ ସେ ନେଇ ବ୍ୟବସ୍ଥା କରାଯାଉଛି । ଆହୁରି ମଧ୍ୟ, ମାଛ ଚାଷୀଙ୍କୁ ମତ୍ସ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାର ମାଛ ଚାଷୀଙ୍କ ପାଇଁ ବିଭିନ୍ନ ତାଲିମ ଏବଂ ମାଛ ଚାଷ ସମ୍ପର୍କିତ କର୍ମଶାଳା ଆୟୋଜିତ ହେଉଛି । ଯାହା ଚାଷୀଙ୍କ ମନୋବଳ ବଢାଇବାରେ ବେଶ ସହାୟକ ହୋଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.