ETV Bharat / state

ଅସହ୍ୟ ତାତିରେ ଜଳୁଛି କଳାହାଣ୍ଡି, ମୁଣ୍ଡଫଟା ଖରା ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ କାଟ

ତତଲା କଡ଼େଇରେ ଭାଜି ହେଉଛି କଳାହାଣ୍ଡି ଜିଲ୍ଲା । ଦିନ ୧୧ଟା ପରେ ଘରୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ ହୋଇପଡ଼ିଛି । ଅଧିକ ପଢ଼ନ୍ତୁ

heat wave in kalahandi
କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଜାରି
author img

By

Published : Jun 11, 2023, 7:24 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କଲବଲ କରୁଛି ଗ୍ରୀଷ୍ମ ତାତି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ସକାଳ ୧୧ ଟାରୁ ୩ଟା ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଅନୁଭୂତ ହେଉଛି । ଯାହା ଫଳରେ ଦିନ ୧୧ଟା ପରେ ଘରୁ ବାହାରିବା ସହରବାସୀଙ୍କ ପାଇଁ ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡୁଛି । ବର୍ତ୍ତମାନ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ: Weather Update: ରଜରେ ବି କଲବଲ କରିବ ତାତି, 15 ପରେ ପ୍ରାକ ମୌସୁମୀ ଆସିବା ସମ୍ଭାବନା

ପ୍ରଚଣ୍ଡ ରୌଦ୍ର ତାପରେ ଭୟଭୀତ ଜୀବଜଗତ । ଜରୁରୀ କାମ ଥିଲେ ହିଁ ଲୋକ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ ମୁହଁରେ କଳା ଚଷମା ଓ ପାଣି ବୋତଲ ନେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି । ସେହିପରି ଗତ କିଛି ଦିନ ହେଲା ଜିଲ୍ଲାରେ ତାପମାତ୍ର ଅଧିକ ରହୁଥିବାରୁ ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ଭିଡ ଜମୁଛି । ଅନ୍ୟପଟେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଏନେଇ ଜିଲ୍ଲାବାସୀ କହିଛନ୍ତି, "ସୌନ୍ଦର୍ଯ୍ୟକରଣ ନାଁରେ ସହରରୁ ସମସ୍ତ ଗଛ କାଟିଦିଆଗଲା । ଯାହା ଫଳରେ ଅଧିକ ମାତ୍ରାରେ ଖରା ଅନୁଭୂତ ହେଉଛି । ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଅଧିକ ଦାଉ ସାଧୁଛି । ବିନା ବର୍ଷା ପବନରେ ଦିନ ଦ୍ବିପ୍ରହରେ ଦୀର୍ଘ ସମୟ ପାଇଁ ବିଦ୍ୟୁତ କାଟ କରାଯାଉଛି । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇ ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଉଚିତ ।"

ଏପଟେ ସମସ୍ତ ଜରୁରୀକାଳୀନ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଭବାନୀପାଟଣା ପୌର ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି," ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ପିଇବା ଉଚିତ । ଦିନ ୧୧ଟାରୁ ୩ଟା ସମୟ ମଧ୍ୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ଅଂଶୁଘାତକୁ ଦୃଷ୍ଟିରେ ରଖି ସମସ୍ତ ଡାକ୍ତରଖାନାରେ ଆଗୁଆ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.