ETV Bharat / state

ଡାଇରିଆ ଆତଙ୍କ, ତିର୍ଲିଆମ ଗାଁରେ ପହଞ୍ଚି ସମସ୍ୟା ବୁଝିଲା ପ୍ରଶାସନ

author img

By

Published : Aug 23, 2022, 12:00 PM IST

Updated : Aug 23, 2022, 12:15 PM IST

କଳାହାଣ୍ଡି ଜିଲ୍ଲା ତିର୍ଲିଆମ ଗାଁରେ ଜଙ୍ଗଲ ରାସ୍ତାର 3 କିମି ଚାଲି ଚାଲି ଲୋକଙ୍କ ପାଖରେ ପହଞ୍ଚିଲା ପ୍ରଶାସନ । ଅଧିକ ପଢନ୍ତୁ

ପହଞ୍ଚିଲେ ପ୍ରଶାସନିକ ଅଧିକାରୀ
ପହଞ୍ଚିଲେ ପ୍ରଶାସନିକ ଅଧିକାରୀ

ଭବାନୀପାଟଣା: ତିର୍ଲିଆମ ଗାଁରେ ଡାଇରିଆ ଆତଙ୍କ । କଳାହାଣ୍ଡି ଜିଲ୍ଲା ସାହାଜଖୋଲ ଜଙ୍ଗଲ ରାସ୍ତାର 3 କିମି ଚାଲି ଚାଲି ତିର୍ଲିଆମ ଗାଁର ଲୋକଙ୍କ ପାଖରେ ପହଞ୍ଚିଲା ପ୍ରଶାସନ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ତିର୍ଲିଆମ ଗାଁରେ ରୁହନ୍ତି ୨୬ ଜନଜାତି ପରିବାର । ଗତକିଛି ଦିନ ହେଲା ଗାଁରେ ଡାଇରିଆରେ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ଗୁରୁତର ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋକସରା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।

ତିର୍ଲିଆମ ଗାଁରେ ପହଞ୍ଚି ସମସ୍ୟା ବୁଝିଲା ପ୍ରଶାସନ

ଏହା ବି ପଢନ୍ତୁ...ଆକ୍ସନ ମୁଡରେ ଅବକାରୀ ବିଭାଗ, ସାବାଡ ହେବେ ମଦ ମାଫିଆ

ଗାଁର ସ୍ଥିତି ପରଖିବା ପାଇଁ ଗାଁରେ ପହଞ୍ଚିଥିଲେ ପ୍ରଶାସନ । ସାହାଜଖୋଲ ଜଙ୍ଗଲ ମଧ୍ୟରେ ୩ କିଲୋମିଟର ଚାଲି ଚାଲି ଧର୍ମଗଡ ଉପ ଜିଲ୍ଲାପାଳ ପି ସଚିନ ପ୍ରକାଶ, କୋକସରା ତହସିଲଦାର ରାକେଶ ପରୁଆ, ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଫନିନ୍ଦ୍ର ଅର୍କ , ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ତିର୍ଲିଆମ ଗାଁରେ ପହଞ୍ଚିଥିଲେ । ପ୍ରଶାସନିକ ଅଧିକାରୀମାନେ ଗାଁରେ ପହଞ୍ଚିବା ପରେ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ । ବର୍ତ୍ତମାନ ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଗ୍ରାମବାସୀଙ୍କୁ ବିଶୋଧିତ ପାଣି ପିଇବା, ପରିବେଶକୁ ସଫାସୁତୁରା ରଖିବା ନିମନ୍ତେ ବୁଝାଇଥିଲେ । ଏହି ଅବସରରେ ଗାଁରେ ଥିବା ନଳକୂପ ଏବଂ ପାଣି ଟାଙ୍କିରେ ବ୍ଲିଚିଙ୍ଗ ପକାଇ ବିଶୋଧନ କରାଯାଇଥିବା ଦେଖିବାକୁ ମିଳିଛି । ଉପ ଜିଲ୍ଲାପାଳ ପି ସଚିନ ପ୍ରକାଶ ଗାଁ ସ୍କୁଲକୁ ଯାଇ ଶିକ୍ଷକ ଏବଂ ପିଲାଙ୍କ ସହ କଥା ହୋଇ ସମସ୍ୟା ବୁଝିଥିଲେ ।

ଗତ ସାତ ଦିନ ତଳେ କଳାହାଣ୍ଡି ଆମପାଣି ପଞ୍ଚାୟତର ତିର୍ଲିଆମ ଗାଁରେ ଡାଇରିଆ ଆତଙ୍କ ଦେଖା ଦେଇଥିଲା । ଗ୍ରାମରେ ଝାଡବାନ୍ତିରେ ଅନେକ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗାଁକୁ ଯାଇଥିଲେ । କୋକସରା ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିଥିଲେ । ଏହି ମେଡ଼ିକାଲ ଟିମ ଗାଁରେ ଚିକିତ୍ସା କରିବା ସହ ଔଷଧ ବଣ୍ଟନ କରିଥିଲେ । ତିର୍ଲିଆମ ଗାଁର ନୁନୋଇ ମାଝୀ,ଲଛମା ମାଝୀ,କମଳ ମାଝୀ,ରୁଦମା ମାଝୀ,ଦୁର୍ଯୋ ମାଝୀ ଓ ଜଣେ ୬ ବର୍ଷର ଶିଶୁ ବେବି ମାଝୀଙ୍କୁ ଚିକିତ୍ସା କରିଥିଲେ । ସେହିପରି ଗାଁର ନୁନୋଇ ମାଝୀ ଓ ବେବି ମାଝୀଙ୍କ ଅଧିକ ଚିକିତ୍ସା ନିମନ୍ତେ କୋକସରା ଡାକ୍ତରଖାନାକୁ ପଠାଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 23, 2022, 12:15 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.