କଳାହାଣ୍ଡି: ଜିଲ୍ଲାର ଆମପାଣି ବୁଢାରଜାଙ୍କ ବାର୍ଷିକ ଦଶହରା ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ସମୟରେ କୋଭିଡ ନିୟାମାବଳୀ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଜାରି ହୋଇଛି କଟକଣା ।
୭ ତାରିଖ (ଶନିବାର) ଦଶହରା ଦିନ ସକାଳୁ ରବିବାର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ପ୍ରଶାସନ । ଧର୍ମଗଡ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ସୁଚନା ଦେଇଛନ୍ତି ଉପ-ଜିଲ୍ଲାପାଳ । ଏହା ସହ ବିନା ଭକ୍ତରେ ଏହି ଦଶହରା ପାଳନ ହେବା ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମଧ୍ୟ ବାରଣ କରାଯାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ