ETV Bharat / state

ଦୂର ହେଉନାହିଁ ଦାଦନ ସମସ୍ୟା, ପୁଣି ଜଣେ ଦାଦନ ମୃତ - kalahandi dadan labour dies in hyderabad

କଳାହାଣ୍ଡି ଜିଲ୍ଲା ନୂଆଗୁଡା ଗାଁରେ ଘନଶ୍ୟାମ ରାଉତ ନାମକ ଜଣେ ଯୁବକ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ସେଠାରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

ଦୂର ହେଉନାହିଁ ଦାଦନ ସମସ୍ୟା: ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ

author img

By

Published : Dec 13, 2020, 4:03 PM IST

ଭବାନୀପାଟଣା: ପୁଣି ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ । ସରକାର ଦାଦନ ସମସ୍ୟା ଦୂର କରିବା ପାଇଁ ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନା ମାଧ୍ୟମରେ ଶ୍ରମିକଙ୍କୁ କାମ ଯୋଗଉଥିବା ବେଳେ ଏବେ ବି ଦୂର ହୋଇ ପାରିନାହିଁ ଦାଦନ ସମସ୍ୟା । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ନୂଆଗୁଡା ଗାଁରେ ଘନଶ୍ୟାମ ରାଉତ ନାମକ ଜଣେ ଯୁବକ ହାଇଦ୍ରାବାଦ ଦାଦନ ଖଟିବାକୁ ସେଠାରେ ପ୍ରାଣ ହରାଇଥିବା ଜଣାପଡିଛି ।

ଦୂର ହେଉନାହିଁ ଦାଦନ ସମସ୍ୟା: ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଜୟପାଟଣା ଥାନା ନୂଆଗୁଡା ଗାଁର ଘନଶ୍ୟାମ ବର୍ଷେ ତଳେ ନିଜ ଗାଁ ଛାଡି ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେ ସେଠାରେ ଏକ ବୋରଓ୍ବେଲ ଗାଡିରେ କାର୍ଯ୍ୟ କରୁଥିଲେ । ଗତ ଗୁରୁବାର ଦିନ ରାତିରେ ନଳକୂପ ଖୋଳିବା ସମୟରେ ସେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ରବିବାର ଘନଶ୍ୟାମଙ୍କ ମୃତଦେହ ନିଜ ମାଟି ନୂଆଗୁଡା ଗାଁକୁ ଫେରିଛି । ନିଜ ଭେଣ୍ଡିଆ ରୋଜଗାର କ୍ଷମ ପୁଅକୁ ହରାଇ ଯୁବକଙ୍କ ପରିବାର ଏବେ ବେସାହାରା ପାଲଟି ଯାଇଛି । ମୃତକଙ୍କ ପରିବାର ଏବେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ।

ପୂର୍ବରୁ ମଧ୍ୟ ଗତ 9 ତାରିଖ ଦିନ ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ଅସୁସ୍ଥତା କାରଣରୁ ଘରକୁ ଫେରୁଥିବା ସମୟରେ ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.