ETV Bharat / state

ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ, ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ - ହତ୍ୟାକଣ୍ଡର ଶୁଣାଣୀ କରି ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ 2018 ମସିହାରେ ହୋଇଥିବା ଦୁଷ୍କର୍ମ ଘଟଣାର ଶୁଣାଣୀ କରି ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ 22 ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭବାନୀପାଟଣା ପୋକ୍ସୋ ସ୍ଵତନ୍ତ୍ର କୋର୍ଟ । ସେପଟେ ଏକ ହତ୍ୟାକଣ୍ଡର ଶୁଣାଣୀ କରି ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ ଓ 20 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସେସନ କୋର୍ଟ । ଅଧିକ ପଢ଼ନ୍ତୁ

ଦୁଇଟି ପୃଥକ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁୁଣାଣୀ କରି ଦୋଷୀକୁ ଜେଲ ପଠାଇଲେ କୋର୍ଟ

author img

By

Published : Feb 1, 2023, 5:06 PM IST

ଭବାନୀପାଟଣା: ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ 20 ବର୍ଷ କାରାଦଣ୍ଡ ନିର୍ଦ୍ଦେଶ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋସ୍କୋ ସ୍ଵତନ୍ତ୍ର କୋର୍ଟ ନାବାଳିକା ଦୁଷ୍କର୍ମ ଘଟଣାର ଶୁଣାଣୀ କରି ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ 22 ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆହୁରି 1 ବର୍ଷ 1 ମାସ ସଶ୍ରମ କାରାଦଣ୍ଡ ପାଇଁ ଆଦେଶଦେଇଛନ୍ତି । ପୀଡ଼ିତା ନାବାଳିକାଙ୍କୁ ସରକାରଙ୍କ ତରଫରୁ 6 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିଭଳି ସେସନ କୋର୍ଟରେ ଏକ ହତ୍ୟାକାଣ୍ଡର ଶୁଣାଣୀ ହୋଇଛି । ଆସାମୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେବା ସହ 20 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ 2018 ଜୁନ 11 ତାରିଖରେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ମାଲିଯୁବାଙ୍ଗ ଗାଁର ରୋହିଦାସ ହରିଜନ ସେହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ବିଜେପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ କରିଥିଲା ପୋଲିସ । ପରେ ଅଭିଯୁକ୍ତ ରୋହିଦାସକୁ ଗିରଫ କରି କୋର୍ଟଚାଲାଣ କରିଥିଲା ବିଜେପୁର ଥାନା ପୋଲିସ । ଆଜି ଏହି ମାମଲାର ଶୁଣାଣି ଭବାନୀପାଟଣା ପୋକ୍ସୋ କୋର୍ଟରେ ହୋଇଥିଲା । ସ୍ବତନ୍ତ୍ର ଜଜ୍ ଶୁଭରଞ୍ଜନ ମହାନ୍ତି 19 ଜଣ ସାକ୍ଷ୍ୟଙ୍କ ବୟାନ ଓ ପ୍ରମାଣକୁ ଆଧାରକରି ଅଭିଯୁକ୍ତ ରୋହିଦାସ ହରିଜନକୁ ଦୋଷୀ ସାବ୍ୟସ୍ତ କରିବା ସହ 20 ବର୍ଷ ସଶ୍ରମ କାରାଦଣ୍ଡ ଓ 22 ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି 1 ବର୍ଷ 1 ମାସ ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ଏହା ସହିତ ପୀଡ଼ିତା ନାବାଳିକାଙ୍କୁ ସରକାରଙ୍କ ତରଫରୁ 6 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ସରକାରୀ ଓକିଲ ରୋହିତ ମିଶ୍ର ।

ସେପଟେ ସେସନ କୋର୍ଟରେ ହୋଇଛି ହତ୍ୟାକଣ୍ଡ ଘଟଣାର ଶୁଣାଣୀ । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଭବାନୀପାଟଣା ସହରସ୍ଥିତ ସେସନ କୋର୍ଟ ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଏକ କ୍ରସରରେ ଗତ 29.11.2017 ତାରିଖରେ ବିଶ୍ବନାଥପୁର ଗାଁର ସାନ୍ଦା ମାଝୀ ଓ କାକା କାନ୍ଦୁ ମାଝୀଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ କାନ୍ଦୁ ଏକ ଟାଙ୍ଗିଆରେ ସାନ୍ଦାଙ୍କୁ ହତ୍ୟା କରିଥିଲା । ବିଶ୍ଵନାଥପୁର ଥାନା 89, 98.00.90 ପକ୍ଷରୁ ଏନେଇ ଏକ ମାମଲା ରୁଜୁ ହୋଇଥିଲା । କାନ୍ଦୁ ମାଝୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଜି ଭବାନୀପାଟଣା ସହରସ୍ଥିତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ଜିଲ୍ଲା ଦୌରାଜଜ ଦୀପ୍ତିରଞ୍ଜନ କାନୁନଗୋ ମାମଲାର ଶୁଣାଣି କରି ଅଭିଯୁକ୍ତ କାନ୍ଦୁ ମାଝୀକୁ ଆଜୀବନ କାରାଦଣ୍ଡାଦେଶ ଓ 20 ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆହୁରି 6 ମାସ ଜେଲ୍‌ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନିଦର୍ଶିନୀ ରଥ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.