ଭବାନୀପାଟଣା: ନ୍ୟାସନାଲ ହେରାଲ୍ଡ ଖବରକାଗଜ ଘୋଟାଲା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଯାହାକୁ ନେଇ ଦେଶବ୍ୟାପି ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ । ଆଜି(ଶୁକ୍ରବାର) କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା ମୁଖ୍ୟ ପୋଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୂଚନାଅନୁସାରେ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲଙ୍କ ନେତୃତ୍ୱରେ ଜିଲ୍ଲାର ଅନେକ କଂଗ୍ରେସ କର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜନୀତିକରଣ ଉଦ୍ଦେଶ୍ୟରେ କ୍ଷମତାର ଅପବ୍ୟବହାର କରି ବିଜେପି ସରକାର କଂଗ୍ରେସ ନେତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ରାହୁଲ ଗାନ୍ଧୀଙ୍କୁ ଇଡି ବାରମ୍ବାର ଡାକି ହରାଇରାଣ କରୁଥିବା ବେଳେ ଏହା ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କଡା ଚେତାବନୀ ଦେଇଛି କଳାହାଣ୍ଡି ଜିଲ୍ଲା କଂଗ୍ରେସ ।
ଇଟିଭି ଭାରତ, କଳାହାଣ୍ଡି