ETV Bharat / state

NCRB Report 2021: ରାଜ୍ୟରେ ବଢୁଛି ମହିଳାଙ୍କ ପ୍ରତି ଅପରାଧ, ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

author img

By

Published : Sep 12, 2022, 11:57 AM IST

ଏନସିଆରବି ରିପୋର୍ଟ ୨୦୨୧ ଅନୁଯାୟୀ, ଆସାମ ଓ ଦିଲ୍ଲୀ ପରେ ଓଡିଶାରେ ମହିଳା ସର୍ବାଧିକ ଅସୁରକ୍ଷିତ । ଏହାକୁ ନେଇ ସରକାରଙ୍କ ବିରୋଧରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଳାହାଣ୍ଡି ଜୁନାଗଡ଼ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

NCRB Report 2021: ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଭବାନୀପାଟଣା: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ଏନସିଆରବି ରିପୋର୍ଟ (NCRB Report 2021) ଅନୁସାରେ ଓଡ଼ିଶାରେ ମହିଳା ନିର୍ଯ୍ୟାତନା ବଢ଼ୁଥିବାରୁ ଏହାକୁ ନେଇ ସରକାରଙ୍କ ବିରୋଧରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋଟିଏ ପଟେ ରାଜ୍ୟ ସରକାର ପୁରସ୍କାର ଗ୍ରହଣ କରୁଥିବାବେଳେ, ଅନ୍ୟ ପଟେ ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ୁଥିବା ଅଭିଯୋଗ କରିଛି BJP ।

ଏନସିଆରବି ରିପୋର୍ଟ ୨୦୨୧ ଅନୁଯାୟୀ, ଆସାମ ଓ ଦିଲ୍ଲୀ ପରେ ଓଡିଶାରେ ମହିଳା ସର୍ବାଧିକ ଅସୁରକ୍ଷିତ । ରାଜ୍ୟରେ ନାରୀ ନିର୍ଯ୍ୟାତନା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ସରକାର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ପୁରସ୍କାର ଗ୍ରହଣ କରିବାକୁ ନିନ୍ଦା କରିଛି ବିଜେପି । ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢ଼ିବା ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି ମହିଳା ମୋର୍ଚ୍ଚା ।

ସେପଟେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ମଧ୍ୟ ଆଜି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୂପମା ନାଏକଙ୍କ ନେତୃତ୍ବରେ ମହିଳା ମୋର୍ଚ୍ଚାର ସଦସ୍ୟାମାନେ ସ୍ଥାନୀୟ ଲଙ୍କେଶ୍ଵରୀ ମନ୍ଦିରରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ଜୁନାଗଡ଼ର ବିଭିନ୍ନ ଛକ ମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାର ନାରୀ ସୁରକ୍ଷାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା ।

ତେବେ ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୂପମା ନାଏକ । ସେ କହିଛନ୍ତି, "ଦିଲ୍ଲୀରୁ ଗୋଟିଏ ଛୋଟ ପୁରସ୍କାର ଆଣି ମୁଖ୍ୟମନ୍ତ୍ରୀ ଅନେକ ପ୍ରହସନ କରିଛନ୍ତି । କିନ୍ତୁ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ମହିଳା ମାନଙ୍କୁ ନ୍ୟାୟ ଦାବିରେ ଆଜି ଏହି ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି । ମହିଳାମାନଙ୍କୁ ସୁରକ୍ଷା ଦେଇପାରିନଥିବାରୁ ଆଗାମୀ ୨୦୨୪ ନିର୍ବାଚନରେ ରାଜ୍ୟବାସୀ ତାର ଉତ୍ତର ଦେବେ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.