ETV Bharat / state

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିଲା କଳାହାଣ୍ଡି ବିଜେଡି, ନୂଆ ଓଡିଶା ଗଠନ ପାଇଁ ନେଲେ ଶପଥ

ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 26ତମ ତିରୋଧାନ ଦିବସ ପାଳିଛନ୍ତି କଳାହାଣ୍ଡି ବିଜେଡି ନେତା ଓ କର୍ମୀ । ଅଧିକ ପଢନ୍ତୁ

ବିଜୁ ପଟ୍ଟନାୟକ ତିରୋଧାନ ଦିବସ
kalahandi bjd celebrates biju pattnaik death anniversary
author img

By

Published : Apr 17, 2023, 12:46 PM IST

ବିଜୁ ପଟ୍ଟନାୟକ ତିରୋଧାନ ଦିବସ

ଭବାନୀପାଟଣା: ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତିରୋଧାନ ଦିବସ । ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 26ତମ ତିରୋଧାନ ଦିବସ ପାଳିଛନ୍ତି ବିଜେଡି ନେତା ଓ କର୍ମୀ । ତିରୋଧାନ ଦିବସରେ ଝଡର ଇଗଲଙ୍କୁ ଝୁରୁଛି ଓଡ଼ିଶା । କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଭବାନୀପାଟଣାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଟଲମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କଳାହାଣ୍ଡି ବିଜେଡି କର୍ମୀ ଓ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ।

ଭବାନୀପାଟଣା ସହରରେ ଥିବା ରାଧାକୃଷ୍ଣ ମନ୍ଦିର ପୋଖରୀରେ ପ୍ରଥମେ ସାମୂହିକ ତିଳ ତର୍ପଣ ଦାନ କରାଯାଇଥିଲା । ପରେ ମେଡ଼ିକାଲ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ସମସ୍ତ ବିଜେଡି ନେତା ଓ କର୍ମୀ। ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ପୌର ଅଧକ୍ଷା ସଂଯୁକ୍ତା ବେହେରା, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ବିଧାୟକ ଅନାମ ନାଏକଙ୍କ ସମେତ ସମସ୍ତ ନେତା ଓ କର୍ମୀ ସାମିଲ ହୋଇଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାସହ ନିଜ ଅଞ୍ଚଳକୁ ଏକ ବିକଶିତ ଅଞ୍ଚଳ କରିବା ସହ ଦଳର ଏକ ଶୃଙ୍ଖଳିତ ସଦସ୍ୟ ଭାବରେ କାର୍ଯ୍ୟ କରିବା ବିଜୁ ପଟ୍ଟନାୟକଙ୍କ ସ୍ବପ୍ନକୁ ପୁରାଣ କରିବା ଓ ନୂତନ ବିକଶିତ ଓଡିଶା ଗଠନ ନେଇ ଶପଥ ନେଇଛନ୍ତି ବିଜେଡି ନେତା ଓ କର୍ମୀ।

ଏହି ଅବସରରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ''ଯେ ଆମ ଇତିହାସ ବିଜୁ ବାବୁଙ୍କ ସେବା, ତ୍ୟାଗ ଏବଂ ନିରନ୍ତର ସଂଗ୍ରାମର ଜୀବନ୍ତ ଆଲେଖ୍ୟ । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ବ ଦେଇ ଆସିଥିଲେ । ଏହି ମହାନ୍ ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଓଡ଼ିଶା ଆମ ପରିବାର, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରି ଆସିଥିବା ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜିଲ୍ଲାବାସୀଙ୍କ କଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ନିବେଦନ କରୁଛି ।''

1916 ମସିହା ମାର୍ଚ୍ଚ ୫ ତାରିଖରେ ଜନ୍ମ ହୋଇଥିଲେ ଓଡିଆ ମାଟିର କୃତ୍ତି ସନ୍ତାନ ବିଜୁ ପଟ୍ଟନାୟକ । ପିତା ଲକ୍ଷ୍ମୀନାରାୟଣ ଓ ମାତା ଆଶା ଦେବୀଙ୍କର ଅନେକ ସ୍ବପ୍ନ ବାସ୍ତବରେ ରୂପାୟନ କରିଥିଲେ । 1997 ମସିହା ଏପ୍ରିଲ 17 ତାରିଖରେ ବିଜୁ ପଟ୍ଟାୟନାକଙ୍କ ଦେହାନ୍ତ ହୋଇଥିଲା । ୮୧ ବର୍ଷ ବୟସରେ ମହାନିଦ୍ରାରେ ଶୋଇଗଲେ ବିଜୁ ପଟ୍ଟନାୟକ । କଳିଙ୍ଗ ଆକାଶରୁ ଏକ ଦୀପ୍ତିମାନ ନକ୍ଷେତ୍ର ଖସି ପଡିଥିଲା । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ସମସ୍ତ ପଞ୍ଚାୟତ, ନିର୍ବାଚନମଣ୍ଡଳୀ ଓ ବ୍ଲକରେ ବିଜୁ ଜନତା ଦଳ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଇଟିିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.