ETV Bharat / state

ପଛୁଆ ଅଞ୍ଚଳର ଆଗୁଆ ଝିଅ ଫୁଲମେ ମାଝି - phulme majhi example for all woman

ଘର କାମଠୁ ଆରମ୍ଭ କରି ଫାଇଟର୍ ପ୍ଲେନ୍ ଉଡାଇବା, ସବୁ କାମରେ ପୁରୁଷଙ୍କଠୁ କୌଣସି ଗୁଣରେ କମ ନୁହେଁ ଆଜିର ନାରୀ। ତମାମ ବାଧା ବିଘ୍ନ ମଧ୍ୟରେ ନିଜକୁ ପ୍ରତିଷ୍ଠା କରି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କଳାହାଣ୍ଡିର ଆଦିବାସୀ ମହିଳା ଫୁଲମେ ମାଝି, ଆଜି ସେ ଖାଲି ଜିଲ୍ଲା ନୁହେଁ, ସମଗ୍ର ଦେଶରେ ମହିଳାଙ୍କ ଅଧିକାର ପାଇଁ ଲଢୁଥିବା ପପୁଲାର ଫେସ୍।। ଅଧିକ ଖବର ପଢନ୍ତୁ...

ପଛୁଆ ଅଞ୍ଚଳର ଆଗୁଆ ଝିଅ ଫୁଲମେ ମାଝି
author img

By

Published : Nov 20, 2019, 12:23 PM IST

କଳାହାଣ୍ଡି: ଓଡିଶାର ଏକ ପଛୁଆ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲା। ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ପରିବେଷ୍ଟିତ ଏହି ଜିଲ୍ଲାରେ ଅବସ୍ଥିତ ଥିବା ଲାଞ୍ଜିଗଡ଼ ବ୍ଲକ। ଯେଉଁ ଅଞ୍ଚଳରେ ନାରୀ ଅଶିକ୍ଷିତ, ନିଜ ଅଧିକାରରୁ ସଦା ବଞ୍ଚିତ। ଅବହେଳିତ ଓ ପ୍ରତାଡ଼ିତ ନାରୀଙ୍କ ସଂଖ୍ୟା ଯେଉଁଠି ସବୁଠୁଁ ଅଧିକ, ସେଭଳି ଏକ ଦୁର୍ଗମ ଅଞ୍ଚଳରେ ତାଙ୍କର ଜନ୍ମ। ମହିଳାଙ୍କ ସ୍ବର ତ ଦୂରର କଥା, ଯେଉଁଠି ସାଧାରଣ ଲୋକଙ୍କ ସ୍ବର ବାହାରକୁ ଶୁଭେନାହିଁ, ସେମିତି ଏକ ଅଖ୍ୟାତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ମହିଳାଙ୍କ ପାଇଁ ସଂଘର୍ଷ ଜାରି ରଖିବା ସହିତ ସେମାନଙ୍କର ଅଧିକାରକୁ ସୁରକ୍ଷା କରିବା ଦିଗରେ ଅହରହ ଉଦ୍ୟମ ଜାରି ରଖିଥିବା ମହିଳା ଜଣକ ହେଉଛନ୍ତି ଫୁଲମେ ମାଝୀ। ଅତି କମ୍ ବୟସରୁ ନିଜ ପରିବାରର ଦୁର୍ଦ୍ଦଶା ଦେଖି ଶିକ୍ଷା ଓ ସଚେତନତାର ପଥରେ ପଥିକ ହୋଇ ଫୁଲମେ ଆଜି ସମଗ୍ର ନାରୀ ସମାଜ ପାଇଁ ଆଦର୍ଶ ସାଜିଛନ୍ତି।

ଗତ କେଇ ଦଶନ୍ଧୀ ତଳେ ଲାଞ୍ଜିଗଡ଼ ବ୍ଲକରେ ଯେତେବେଳେ ଲୋକେ ମହିଳା ଶିକ୍ଷାକୁ ନାକ ଟେକୁଥିଲେ। ସେତେବେଳେ ନିଜସ୍ବ ଉଦ୍ୟମରେ ପାଠପଢି ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିନେଇଥିଲେ ଫୁଲମେ। ଗୋଟିକ ପରେ ଗୋଟିଏ ସାମାଜିକ ଆନ୍ଦୋଳନରେ ସାମିଲ ହୋଇ ସେ ଆଦିବାସୀ ମହିଳା ସମାଜରେ ନିଜକୁ ସାବ୍ୟସ୍ତ କରିଥିଲେ।

ଦୀର୍ଘ କାଳ ସମାଜସେବା ପରେ ନିଜର ଏକ ସ୍ବେଚ୍ଛାସେବୀ ସଂସ୍ଥା ଗଠନ କରି ଏହାରି ମାଧ୍ୟମରେ କେବଳ ଲାଞ୍ଜିଗଡ଼ ନୁହେଁ ସମଗ୍ର କଳାହାଣ୍ଡି ଜିଲ୍ଲାର ପଞ୍ଚାୟତସ୍ତରୀୟ ପ୍ରତିନିଧିଙ୍କୁ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ତାଲିମ ଦେଇ ଆସୁଛନ୍ତି। ନିଜର ଉଲ୍ଲେଖନୀୟ ସମାଜସେବା ପାଇଁ ସେ ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିବାବେଳେ ନେହେରୁ ଯୁବକେନ୍ଦ୍ର ଦ୍ବାରା ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ପଛୁଆ ଅଞ୍ଚଳର ଆଗୁଆ ଝିଅ ଫୁଲମେ ମାଝି

ଜଣେ ଜନପ୍ରିୟ ନାରୀନେତ୍ରୀ ଭାବେ ସେ ନିଜ ପଞ୍ଚାୟତ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ସାମାଜିକ ସଚେତନତା, ମଦ ବିରୋଧୀ ଆନ୍ଦୋଳନ ଓ ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ବହୁ ପୁରସ୍କାରର ଅଧିକାରୀଣି ଫୁଲେମ। ସମାଜସେବା ପାଇଁ ତାଙ୍କୁ ଜଣେ ମାଷ୍ଟର ଟ୍ରେନର ଭାବେ ସାରା ଦେଶ ଭ୍ରମଣ କରିବାର ସୁଯୋଗ ମିଳିଥିଲା। ଖାଲି ସେତିକି ନୁହେଁ ସାମାଜିକ ଓ ପରିବେଶ ଆନ୍ଦୋଳନ ଦିଗରେ ଉକ୍ରୃଷ୍ଟ ଯୋଗଦାନ ପାଇଁ ଲଣ୍ଡନ ଭଳି ବିଦେଶ ଯାତ୍ରାର ମଉକା ମିଳିଛି।

ତେବେ ଅତି ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିବା ଫୁଲମେ ଜନସେବା ଭିତରେ ନିଜ କଥା ଭାବିବାକୁ ସତେ ଯେମିତି ପାଶୋରି ଯାଇଛନ୍ତି। ଆଦିବାସୀ ଓ ଦଳିତଙ୍କ ପାଇଁ ସାରା ଜୀବନ ଉତ୍ସଗ କରି ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସେ। ତେବେ ସଚେତନତାର ପଥରେ ପଥିକ ଥିବା ଫୁଲେମ ସମଗ୍ର ନାରୀ ସମାଜ ପାଇଁ ଏକ ମିସାଲ ସଦୃଶ।

କଳାହାଣ୍ଡିରୁ ଅଜିତ୍ ସିଂ,ଇଟିଭି ଭାରତ

Intro:ଯେଉଁ ଅଞ୍ଚଳରେ ନାରୀ ଅଶିକ୍ଷିତ, ନିଜ ଅଧିକାରରୁ ସଦା ବଂଚିତ, ଅବହେଳିତ ଓ ପ୍ରତାଡ଼ିତ ନାରୀଙ୍କ ସଂଖ୍ୟା ଯେଉଁଠି ଅଧିକ, ସେଇଭଳି ଏକ ଦୁର୍ଗମ ଅଞ୍ଚଳରେ ତାଙ୍କର ଜନ୍ମ। ମହିଳାଙ୍କ ସ୍ୱର ଉଠିବା ତ ଦୂରର କଥା, ଯେଉଁଠି ସାଧାରଣ ଲୋକଙ୍କ ସ୍ୱର ବାହାରକୁ ଶୁଭେନାହିଁ, ସେମିତି ଏକ ଅଖ୍ୟାତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ମହିଳାମାନଙ୍କ ପାଇଁ ସଂଘର୍ଷ ଜାରି ରଖିବା ସହିତ ମହିଳାମାନଙ୍କର ଅଧିକାରକୁ ସୁରକ୍ଷା କରିବା ଦିଗରେ ଅହରହ ଉଦ୍ୟମ ଜାରି ରଖିଥିବା ମହିଳା ଜଣକ ହେଉଛନ୍ତି ଫୁଲମେ ମାଝୀ। ଅତି କମ୍ ବୟସରୁ ନିଜ ପରିବାରର ଦୁର୍ଦ୍ଦଶା ଦେଖି ଶିକ୍ଷା ଓ ସଚେତନତାର ପଥରେ ପଥିକ ହୋଇ ଫୁଲମେ ଆଜି ସମଗ୍ର ନାରୀ ସମାଜ ପାଇଁ ଆଦର୍ଶ ସାଜିଛନ୍ତି। ଫୁଲମେଙ୍କ ସଂପର୍କରେ ଜାଣିବାକୁ ହେଲେ ପ୍ରଥମେ ତାଙ୍କ ପାଖାପାଖି ଅଞ୍ଚଳ ଅର୍ଥାତ୍ ଦଶନ୍ଧୀ ଦଶନ୍ଧୀ ଧରି ଅବହେଳିତ ରହି ଆସିଥିବା କଳାହାଣ୍ଡି ଜିଲ୍ଲା ଓ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳ ପରିବେଷ୍ଟିତ ଲାଞ୍ଜିଗଡ଼ ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ।
Body:ଗତ କେଇ ଦଶନ୍ଧୀ ତଳେ ଲାଞ୍ଜିଗଡ଼ ବ୍ଲକରେ ଯେତେବେଳେ ଲୋକେ ମହିଳା ଶିକ୍ଷାକୁ ନାକ ଟେକୁଥିଲେ। ସେତେବେଳେ ନିଜସ୍ୱ ଉଦ୍ୟମରେ ପାଠପଢି ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିନେଇଥିଲେ ଫୁଲମେ। ଗୋଟିକ ପରେ ଗୋଟିଏ ସାମାଜିକ ଆନ୍ଦୋଳନରେ ସାମିଲ ହୋଇ ସେ ଆଦିବାସୀ ମହିଳା ସମାଜରେ ନିଜକୁ ସାବ୍ୟସ୍ତ କରିଥିଲେ। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ସହିତ କାମ କରି ସେ ଅଞ୍ଚଳର ଜନସାଧାରଣମାନଙ୍କ ମଧ୍ୟରେ ପ୍ରିୟଭାଜନ ହୋଇଥିବାବେଳେ ତାଙ୍କ ଉପରେ ଲୋକଙ୍କ ଭରସା ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ଗ୍ରାମ ପଞ୍ଚାୟତର ଲୋକେ ତାଙ୍କୁ ଦୁଇଦୁଇ ଥର ସରପଞ୍ଚ ଭାବେ ନିର୍ବାଚିତ କରିଛନ୍ତି। ସେହିପରି ମହିଳା ସଂଗଠନ ଗଠନ କରି ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ବିଭିନ୍ନ ସାମାଜିକ ସଚେତନତା, ମଦ ବିରୋଧୀ ଆନ୍ଦୋଳନ ସହିତ ମହିଳା ସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ସେ ପ୍ରଶଂସିତ ହୋଇଛନ୍ତି। ଦୀର୍ଘ କାଳ ସମାଜସେବା ପରେ ନିଜର ଏକ ସ୍ୱେଚ୍ଛାସେବୀ ସଂସ୍ଥା ଗ୍ଧପରିବର୍ତ୍ତନଗ୍ଦ ଗଠନ କରି ଏହାରି ମାଧ୍ୟମରେ କେବଳ ଲାଞ୍ଜିଗଡ଼ ନୁହେଁ ସମଗ୍ର କଳାହାଣ୍ଡି ଜିଲ୍ଲାର ପଞ୍ଚାୟତସ୍ତରୀୟ ପ୍ରତିନିଧିମାନଙ୍କୁ ନିଜ ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ତାଲିମ ଦେଇ ଆସୁଛନ୍ତି। ନିଜର ଉଲ୍ଲେଖନୀୟ ସମାଜସେବା ପାଇଁ ସେ ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିବାବେଳେ ନେହେରୁ ଯୁବକେନ୍ଦ୍ର ଦ୍ୱାରା ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଉଲ୍ଲେଖନୀୟ ସମାଜସେବା ପାଇଁ ତାଙ୍କୁ ଜଣେ ମାଷ୍ଟର ଟ୍ରେନର ଭାବେ ସାରା ଦେଶ ଭ୍ରମଣ କରିବାର ସୁଯୋଗ ଜୁଟିଥିବାବେଳେ ସାମାଜିକ ଓ ପରିବେଶ ଆନ୍ଦୋଳନ ଦିଗରେ ଉକ୍ରୃଷ୍ଟ ଯୋଗଦାନ ପାଇଁ ଲଣ୍ଡନ ଭଳି ବିଦେଶ ଯାତ୍ରାର ମଉକା ମିଳିଛି। ଜଣେ ଜନପ୍ରିୟ ନାରୀନେତ୍ରୀ ଭାବେ ସେ ନିଜ ପଞ୍ଚାୟତ ଅଞ୍ଚଳରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ମହିଳା ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରାପତ୍ତା, ଲୋକଙ୍କ ଖାଦ୍ୟ ସୁରକ୍ଷା, ମହିଳା ସୁରକ୍ଷା ଓ ସଚେତନତା ଦିଗରେ ନିଜସ୍ୱ ଉଦ୍ୟମରେ ଆଜି ଅନେକ ସଫଳତା ହାସଲ କରିଛନ୍ତି। ତାଙ୍କ ନେତୃତ୍ୱରେ ଲାଞ୍ଜିଗଡ଼ ବ୍ଲକରେ ମହିଳାମାନଙ୍କ ଦ୍ୱାରା ମଦ ବିରୋଧୀ ଆନ୍ଦୋଳନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ ଅଛନ୍ତି।Conclusion: ବିଶେଷକରି ଆଦିବାସୀ ଓ ଦଳିତ ବର୍ଗ ଓ ଗରିବ ତଥା ଅସହାୟ ଶିଶୁମାନଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା ପାଇଁ ଉଦ୍ୟମ କରି ସେ ସାଧାରଣ ଲୋକଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ଅତି ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିବା ଫୁଲମେ ଜନସେବାକୁ ନିଜର ବ୍ରତ କରିଥିବାବେଳେ ନିଜ କଥା ଭାବିବାକୁ ସତେ ଯେମିତି ଭୁଲିଯାଇଛନ୍ତି। ସମସ୍ତଙ୍କ ପ୍ରିୟ ଫୁଲମେ ନାନୀ ଆଜି ବି ଅବିବାହିତ ଓ ସମଗ୍ର ଆଦିବାସୀ ଓ ଦଳିତ ଲୋକେ ହିଁ ମୋର ପରିବାର ଏଣୁ ସଂସାର ଗଢିବାର ଅବକାଶ ନାହିଁ ବୋଲି ସେ କହନ୍ତି। ଫୁଲମେଙ୍କ ଭଳି ଜଣେ ମହିଳା ଆଜିର ମହିଳା ସଶକ୍ତିକରଣ ଦିଗରେ ଏକ ଉପଯୁକ୍ତ ଉଦାହରଣ ବୋଲି ନିଃସଙ୍କୋଚରେ କୁହାଯାଇପାରିବ।
ବାଇଟ-ଫୁଲମେ ମାଝୀ (ସମାଜସେବୀ)
ବାଇଟ-ବନୀତା ମାଝୀ (ସ୍ଥାନୀୟ ବାସିନ୍ଦା)
ବାଇଟ-ରାଜୀବ ମାଝୀ (ସ୍ଥାନୀୟ ବାସିନ୍ଦା)
ପିଟୁସି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.