ଭବାନୀପାଟଣା: ଶେଷରେ ଧରା ପଡିଲେ ଆନ୍ତଃଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ଦ୍ୱାରା ଆନ୍ତଃ ଜିଲ୍ଲା ମୋଟର ସାଇକେଲ ଓ ଚାରି ଚକିଆ ଯାନ ଚୋରି ରାକେଟ ଠାବ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ପୋଲିସ ପ୍ରକାଶ କହିଛି । ଏହି ଘଟଣାରେ ୬ ଲୁଟେରା ଓ ୫ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।
କବାଡି ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ଚାଲୁଥିବା ଏହି ରାକେଟର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ । ଏହି ଘଟଣାରେ ୧୦ଟି ଚୋରା ବାଇକ, ଗୋଟିଏ ବୋଲେରୋ, ଗୋଟିଏ ମେକ୍ସ, ଟାୟାର ଓ ଡିସ୍କ ମେକ୍ସ ଗାଡି ଜବତ କରିଥିବା ବେଳେ ଅଭିଯୁକ୍ତମାନଙ୍କ ଠାରୁ ୪ଟି ଦାମୀ ମୋବାଇଲ, ଲୁହା କଟିଙ୍ଗ ମେସିନ, ଲୁଟ ପାଇଁ ବ୍ୟବହାର ହେଉଥିବା ଆଇରନ ରଡ଼, ପାଇପ, ମାରଣାସ୍ତ୍ର ଆଦି ପୋଲିସ ଜବତ କରିଛି ।
ଏଥିସହ ଘଟଣାରେ ୨ ଫେରାର ଥିବା ଏବଂ ସେମାନଙ୍କୁ ଧରିବା ଲାଗି ପୋଲିସ ଛାନଭିନ୍ ଜାରି ରଖିଛି । ସୂଚନା ଅନୁସାରେ, କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ପୋଲିସ ଏହି ଗ୍ୟାଙ୍ଗ ଉପରେ ଚାଢ଼ାଉ କରିଥିଲା । ଚଢ଼ାଉ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନେକ ତଥ୍ୟ ହାସଲ କରିଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ