ETV Bharat / state

ସ୍ବଧାର ଗୃହ ବନ୍ଦ କଲା ଜିଲ୍ଲା ପ୍ରଶାସନ, ଅନ୍ତେବାସୀଙ୍କ ଧାରଣା - ସ୍ବଧାର ଗୃହ ବନ୍ଦ ନକରିବା ଦାବିରେ ଅନ୍ତେବାସୀଙ୍କ ଧାରଣା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଦୀର୍ଘ ବର୍ଷ ଧରି ଚାଲୁଥିବା ସୁଧାର ଗୃହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଏହାକୁ ବିରୋଧ କରି ଧାରଣା ଦେଲେ ଅନ୍ତେବାସୀ । ଅଧିକ ପଢ଼ନ୍ତୁ

Inmates protest in kalahandi
କଳାହାଣ୍ଡିରେ ସ୍ବଧାର ଗୃହ ବନ୍ଦ ନକରିବା ଦାବିରେ ଅନ୍ତେବାସୀଙ୍କ ଧାରଣା
author img

By

Published : Apr 2, 2023, 10:58 PM IST

କଳାହାଣ୍ଡିରେ ସ୍ବଧାର ଗୃହ ବନ୍ଦ ନକରିବା ଦାବିରେ ଅନ୍ତେବାସୀଙ୍କ ଧାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟ ଦୁଆରଶୁଣି ଠାରେ ଥିବା ସ୍ବଧାର ଗୃହ ବନ୍ଦକୁ ଆନ୍ତେବାସୀଙ୍କ ବିରୋଧ । ୨୦୦୫ ମସିହାରୁ ଗଙ୍ଗାଧର ଯୁବକ ସଂଘ ଦ୍ଵାରା ପରିଚାଳିତ ସୁଧାର ଗୃହକୁ ପ୍ରଶାସନର ବନ୍ଦ ପ୍ରକ୍ରିୟାକୁ ବିରୋଧ କରି ଅନ୍ତେବାସୀମାନେ ଧାରଣା ଦେଇଛନ୍ତି । ଦୀର୍ଘ ସମୟ ଧରି ପ୍ରଶାସନ ପକ୍ଷରୁ ସ୍ବଧାରଗୃହ ଅନ୍ତେବାସୀଙ୍କୁ କୌଣସି ସହାୟତା ମିଳିନଥିବା ବେଳେ ହଠାତ ସେମାନଙ୍କୁ ଉଠାଇବାକୁ ଅନ୍ତୋବାସୀମାନେ ଦୃଢ଼ ପ୍ରତିବାଦ କରିଛନ୍ତି ।

କେତେବେଳେ ସ୍ୱାମୀ ଦ୍ୱାରା ନିର୍ଯ୍ୟାତନାର ଶିକାର ତ ପୁଣି ଆଉ କେତେବେଳେ ଯୌନ ଶୋଷଣର ଶିକାର ହୋଇ ଯୁବତୀ ଓ ମହିଳାମାନେ ଏଠାରେ ସାମୟିକ ଆଶ୍ରୟ ନେଉଥିଲେ । ପ୍ରଶାସନ ସହାୟତାରେ ଅତୀତରେ ଏଠାକାର କେତେକ ଅନ୍ତେବାସୀଙ୍କୁ ବିବାହ କରାଯାଇଥିଲା ଏବଂ ଅନ୍ୟ କେତେକଙ୍କୁ ଥଇଥାନ ମଧ୍ୟ କରାଯାଇଥିବାର ସୂଚନା ରହିଛି । ଧୀରେ ଧୀରେ ଜିଲ୍ଲା ପ୍ରଶାସନର ଆବେହେଲା ଯୋଗୁଁ ଗତ ଦୁଇ ବର୍ଷ ଧରି ଏହି ଅନୁଷ୍ଠାନକୁ ଅନୁଦାନ ରାଶି ବନ୍ଦ କରି ଦିଆଯାଇଥିଲା । ଯାହାକୁ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଅନ୍ତେବାସୀ । ଏପରିକି ତତ୍କାଳୀନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋସ୍ନାମୟୀ ପାତ୍ର ଗଙ୍ଗାଧର ଯୁବକ ସଙ୍ଘର ଲାଇସେନ୍ସ ନବୀକରଣ ପାଇଁ ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହେଇଥିଲା । ଏନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହେବା ପରେ ଉକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା ।

ଗତ ଡିସେମ୍ବର ୧ ତାରିଖ ଦିନ ତତ୍କାଳୀନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ବିରୁଦ୍ଧରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଟଙ୍କା ଲାଞ୍ଚ ନେବାକୁ କେନ୍ଦ୍ର କରି ସମ୍ପୃକ୍ତ ଏନଜିଓ କଳାହାଣ୍ଡି ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ବିନା କୌଣସି କାରଣରେ ଗତ ୨୪ ତାରିଖ ଏହି ଗଙ୍ଗାଧର ଯୁବକ ସଂଘକୁ ଜିଲ୍ଲାପାଳ କଳା ତାଲିକା ଭୁକ୍ତ କରିଥିବା ଅଭିଯୋଗ ହୋଇଛି । ଏହି ସ୍ବଧାର ଗୃହ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦେଶକ ଦେଇଥିବା ବେଳେ ଏଠାରେ ରହୁଥିବା ଅନ୍ତେବାସୀଙ୍କୁ ଧର୍ମଗଡ଼ର ଏକ ଅନୁଷ୍ଠାନକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସମସ୍ତ ଅନ୍ତେବାସୀଙ୍କୁ ଧର୍ମଗଡ଼ ସ୍ଥାନାନ୍ତର ସମୟରେ ଅନ୍ତେବାସୀ ଆଶ୍ରମ ଛାଡି କୁଆଡେ ଯିବେ ନାହିଁ ବୋଲି ଧାରଣା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଖବର ପାଇ ଭବାନୀପାଟଣା ଉପ ଜିଲ୍ଲାପାଳ ବିଶ୍ଵଜିତ ଦାସ, ତହସିଲଦାର ଉପେନ୍ଦ୍ର ଲୁହା ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପହଞ୍ଚି ଅନ୍ତେବାସୀଙ୍କ ସହ ଆଲୋଚନା କରିବା ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା ।

ଏନେଇ ଅନ୍ତେବାସୀ କହିଛନ୍ତି, ଦୁଇ ବର୍ଷ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଉନଥିଲା । ଆଜି ହଠାତ ଆସି ସ୍ବଧାର ଗୃହ ବନ୍ଦ କରିବା ସହ ଆମକୁ ଧର୍ମଗଡ଼ ନେବାକୁ କହୁଛନ୍ତି । ଦୀର୍ଘ ବର୍ଷ ଧରି ଘଟ ଛାଡ଼ି ଆମେ ଏଠାରେ ରହିଛୁ । ଏହି ସ୍ଥାନ ଛାଡ଼ି ଆମେ କେଉଁଆଡ଼େ ଯିବୁନାହିଁ ।" ତେବେ ସକାଳରୁ ଧାରଣାରେ ବସିଥିବା ଦୁଇଜଣ ଅନ୍ତେବାସୀ ଯୁବତୀ ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.