ETV Bharat / state

ପୁଣି ପ୍ରବାସୀଙ୍କ ବସ ଦୁର୍ଘଟଣାଗ୍ରସ୍ତ, 12 ଆହତ 3 ଗୁରୁତର - କଳାହାଣ୍ଡି ବସ ଦୁର୍ଘଟଣା

କନ୍ଧମାଳ ଓ କଳାହାଣ୍ଡି ଜିଲା ସୀମାନ୍ତ ଅଞ୍ଚଳର କିନାରୀପଡା ନିକଟରେ ପ୍ରବାସୀଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଫୁଲବାଣୀ ବସ ଦୁର୍ଘଟଣା
ଫୁଲବାଣୀ ବସ ଦୁର୍ଘଟଣା
author img

By

Published : May 26, 2020, 2:11 PM IST

ଫୁଲବାଣୀ: ପ୍ରବାସୀ ଓଡ଼ିଆଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । କନ୍ଧମାଳ ଓ କଳାହାଣ୍ଡି ଜିଲା ସୀମାନ୍ତ ଅଞ୍ଚଳର କିନାରୀପଡା ନିକଟରେ ପ୍ରବାସୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରବାସୀ ଓଡ଼ିଆ ଗୋଆରୁ ଟ୍ରେନ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପହଁଚିଥିଲେ । ସେଠାରୁ ସ୍ଥାନୀୟ ପ୍ରଶାସନ ସହାୟତାରେ ଏକବସ ଯୋଗେ ଗଞ୍ଜାମ ଅଞ୍ଚଳକୁ ଯାଉଥିଲେ । ତେବେ ଦ୍ରୁତ ଗତିରେ ଆସୁଥିବାରୁ ଟ୍ରକ ସହ ପ୍ରବାସୀଙ୍କ ଗାଡି ସାମ୍ନା ସାମ୍ନି ଧକ୍କା ହୋଇଥିବା ଜଣାପଡିଛି । ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଏଥିରେ 12 ଜଣ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ବସ ରେ 47 ପ୍ରବାସୀ ଯାତ୍ରୀ ଥିଲେ। ସମସ୍ତଙ୍କୁ ପ୍ରଥମେ ତୁମୁଡିବନ୍ଧ ଡାକ୍ତରଖାନାରେ ଭର୍ତି କରାଯିବା ପରେ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିଲା । ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱରେ ସମସ୍ତ ପ୍ରବାସୀଙ୍କୁ ନିଜ ନିଜ ଜିଲାକୁ ପଠାଇବା ନିମନ୍ତେ ବନ୍ଦୋବସ୍ତ କରାଯାଉଛି । ବର୍ତ୍ତମାନ ସମସ୍ତ ପ୍ରବାସୀଙ୍କୁ ଜଳେସପଟା ସଂଘରୋଧ କେନ୍ଦ୍ରରେ ରଖାଯାଇଛି। ଫୁଲବାଣୀ ଜିଲ୍ଲା ମେଡିକାଲରେ ଥିବା ଆହତଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଆବଶ୍ୟକ ହେଲେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.