ETV Bharat / state

ମଣ୍ଡିରୁ ଜବତ ହେଲା ବେଆଇନ ଧାନ: ୨ ଦଲାଲ ଅଟକ - ଧାନ ମଣ୍ତିରେ ପ୍ରଶାସନର ଚଢାଉ

କଳାହାଣ୍ତିରେ ଧାନ ମଣ୍ତିରେ ପ୍ରଶାସନର ଚଢାଉ । ମଣ୍ଡିରୁ ୧୮୩ ଧାନ ବସ୍ତା ହେଲା ଜବତ । ଅଧିକ ପଢନ୍ତୁ

ମଣ୍ଡିରୁ ଜବତ ହେଲା ବେଆଇନ ଧାନ : ୨ ଦଲାଲ ଅଟକ
ମଣ୍ଡିରୁ ଜବତ ହେଲା ବେଆଇନ ଧାନ : ୨ ଦଲାଲ ଅଟକ
author img

By

Published : Jan 13, 2022, 4:44 PM IST

ଭବାନୀପାଟଣା : ଧାନ ମଣ୍ତିରେ ପ୍ରଶାସନର ଚଢାଉ । ମଣ୍ଡିରୁ ୧୮୩ ଧାନ ବସ୍ତା ହେଲା ଜବତ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ରେଙ୍ଗସାପାଲି ଅଞ୍ଚଳରେ ଥିବା ଧାନମଣ୍ଡି ଗୁଡିକୁ ବାହାର ଅଞ୍ଚଳରୁ ବେଆଇନ ଭାବେ ଧାନ ଆଣି ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏନେଇ ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ଏହି ବେଆଇନ ଧାନକୁ ଧରିବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା ।ଏନେଇ ଆଜି (ଗୁରୁବାର) ତହସିଲଦାର ସର୍ବେଶ୍ୱର ଜାଲ ଫରଙ୍ଗ ପେକ୍ସ ଅଧିନ ରେଙ୍ଗସାପାଲି ମଣ୍ଡିରୁ ୧୮୩ବସ୍ତା ଧାନକୁ ଜବତ କରିଛନ୍ତି ।

ପ୍ରଶାସନ ଚଢ଼ାଉ ସମୟରେ ଦୁଇ ଜଣଙ୍କୁ ସନ୍ଦେହରେ ଅଟକାଇ ପଚାରଉଚରା କରାଯାଇଥିଲା। ଏହାସହ ସେମାନଙ୍କ ଟୋକନ ଯାଞ୍ଚ କରାଯାଇଥିଲା । ପରେ ଟୋକନ ଲିଷ୍ଟରେ ଉଭୟଙ୍କର ଚାଷୀ ପରିଚୟ ନ ଥିବାରୁ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ପ୍ରକୃତ ଚାଷୀ ଧାନ ନେଇ ମଣ୍ଡିରେ ଦିନଦିନ ଧରି ଜଗି ରହୁଥିବାବେଳେ ଦଲାଲମାନେ ବାହାରୁ ଧାନ ଆଣି ବିକ୍ରି କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ସୂଚନା ଦେଇଛି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.