ETV Bharat / state

ପୋଲିସ ଛତ୍ରଛାୟାରେ ଚାଲିଛି ବେଆଇନ ମଦ କାରବାର - Illegal liquor trade under police in Kalahandi Nabarangpur border

କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଚାଲିଛି ବେଆଇନ ମଦ କାରବାର । ପୋଲିସର ଛାତ୍ରଛାୟା ତଳେ ଚାଲିଛି ବେଧଡ଼କ ଚୋରା ମଦ କାରବାର ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଅଧିକ ପଢନ୍ତୁ...

illegal-liquor-trade-under-police-in-kalahandi-nabarangpur-border
କଳାହାଣ୍ଡି ନବରଙ୍ଗପୁର ସୀମାନ୍ତରେ ପୋଲିସ ଛତ୍ରଛାୟାରେ ଚାଲିଛି ବେଆଇନ ମଦ କାରବାର
author img

By

Published : Jun 27, 2020, 9:45 PM IST

ଭବାନୀପାଟଣା: ପୋଲିସ ସୁରକ୍ଷା ବଳୟରେ ବେଆଇନ ମଦ କାରବାର । କୋରୋନା କଣ୍ଟ୍ରୋଲକୁ ନେଇ ଲକଡାଉନ ଜାରି ରହିଥିବା ବେଳେ ବନ୍ଦ ହୋଇଛି ରାଜ୍ୟର ସମସ୍ତ ଦେଶୀ ମଦ ଦୋକାନ ଓ ଭାଟି। ସେପଟେ କିନ୍ତୁ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୋଲିସର ଛାତ୍ରଛାୟା ତଳେ ଚାଲିଛି ବେଧଡ଼କ ଚୋରା ମଦ କାରବାର ।

କଳାହାଣ୍ଡି ନବରଙ୍ଗପୁର ସୀମାନ୍ତରେ ପୋଲିସ ଛତ୍ରଛାୟାରେ ଚାଲିଛି ବେଆଇନ ମଦ କାରବାର

ସୂଚନା ଅନୁଯାୟୀ କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଗୋତମୁଣ୍ଡା ଅଞ୍ଚଳରେ ବେଆଇନ ମଦ କାରବାର ଚାଲିଛି । ସୀମାନ୍ତରେ ଶାନ୍ତି ପାଇଁ ପୋଲିସ ପୋଷ୍ଟ ଅଛି କିନ୍ତୁ ଆଇନର ରକ୍ଷକ ହିଁ ଭକ୍ଷକ ସାଜି ମଦ ମାଫିଆଙ୍କୁ ସୁରକ୍ଷା ଯୋଗାଇ ଆସୁଛି । ମୋଟା ଅଙ୍କର ବଟି ଦେଇ ସୀମାନ୍ତରେ ମଦ ମାଫିଆ ରାଜ କରୁଥିବା ବେଳେ ଅତିଷ୍ଠ ଗ୍ରାମବାସୀ ଶେଷରେ ବାଧ୍ୟହୋଇ ନିଜେ ଜବତ କଲେ ୩୦୦ ଲିଟର ବେଆଇନ ଦେଶୀ ମଦ । ମଦ ବେପାରୀଙ୍କୁ ଅଟକ ରଖିଲେ ।

ସେପଟେ ମଦ ମାଫିଆ ମାନେ ଚକମା ଦେଇ ଖସିଯାଇଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗ ଅବକାରୀ ବିଭାଗ ସମସ୍ତ ବିଷୟରେ ଅବଗତ ଥାଇ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.