ETV Bharat / state

ଜୟପାଟଣା ବଜାର ପାଲଟିଛି ଗୋରୁ ଚାଲାଣର କେନ୍ଦ୍ରସ୍ଥଳୀ, ଚେଇଁ ଶୋଇଛି ପ୍ରଶାସନ ! - କଳାହାଣ୍ଡିିରେ ବେଆଇନ ଗୋରୁ ଚାଲାଣ

ଗୋରୁ ଚାଲାଣର ହବ ପାଲଟିଛି କଳାହାଣ୍ଡିର ଜୟପାଟଣା ବଜାର (Jaypatana Bazaar)। ବାହାର ଜିଲ୍ଲା ତଥା ରାଜ୍ୟକୁ ବେଆଇନ ଭାବେ ଶହଶହ ଗୋରୁ ଚାଲାଣ ହେଉଥିବା ବେଳେ ଏଥିପ୍ରତି ପ୍ରଶାସନର ନିଘା ନଥିବା ଏବେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜୟପାଟଣା ବଜାର ସାଜିଛି ଗୋରୁ ଚାଲାଣର କେନ୍ଦ୍ରସ୍ଥଳୀ, ପ୍ରଶାସନ ନିରବ

author img

By

Published : Dec 18, 2021, 9:34 AM IST

Updated : Dec 18, 2021, 10:19 AM IST

ଭବାନୀପାଟଣା: ଗୋରୁ ଚାଲାଣର ହବ ପାଲଟିଛି କଳାହାଣ୍ଡିର ଜୟପାଟଣା ବଜାର (Jaypatana Bazaar)। ଏହି ସାପ୍ତାହିକ ବଜାରରେ ଜିଲ୍ଲା ଅନେକ ଅଞ୍ଚଳରୁ ବହୁ ସଂଖ୍ୟାରେ ଗୋରୁ ଚାଲାଣ ହେଉଛି । ମହୁଲପାଟଣା ଓ ଢୁଲୁଘାଟି ଦେଇ ବାହାର ଜିଲ୍ଲା ତଥା ରାଜ୍ୟକୁ ବେଆଇନ ଭାବେ ଶହଶହ ଗୋରୁ ଚାଲାଣ ହେଉଥିବା ବେଳେ ଏଥି ପ୍ରତି ପ୍ରଶାସନର ନିଘା ନଥିବା ଏବେ ଅଭିଯୋଗ ହୋଇଛି । ଫଳରେ ଦିନକୁ ଦିନ ଅଞ୍ଚଳରେ ଗୋରୁଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି ।

ଜୟପାଟଣା ବଜାର ପାଲଟିଛି ଗୋରୁ ଚାଲାଣର କେନ୍ଦ୍ରସ୍ଥଳୀ, ଚେଇଁ ଶୋଇଛି ପ୍ରଶାସନ !

ଗୋରୁ ଦଲାଲ ମାନେ ଗାଁ ମଧ୍ୟକୁ ଯାଇ କମ ଟଙ୍କାରେ ଗାଇଗୋରୁ କିଣି ଉଚ୍ଚ ଦରରେ ଚାଲାଣ କରୁଛନ୍ତି । ତେବେ ଗୋରୁ ଚାଲାଣ ହେଉଛି ସତ ହେଲେ ଏତେ ସଂଖ୍ୟକ ଗୋରୁ ଯାଉଛି କୁଆଡେ, ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ପରୋକ୍ଷରେ ଏହି ଅଭିଯୋଗ ଗୋମାଂସ ବ୍ୟାପାରକୁ ଇଙ୍ଗିତ କରୁଛି ।

ସୂଚନା ଅନୁଯାୟୀ ସୀମାନ୍ତ ଜିଲ୍ଲା ନବରଙ୍ଗପୁର ଓ ଆନ୍ଧ୍ର ପ୍ରଦେଶରେ ଏହି ମାଂସ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଗୋରୁ ବଜାର ଦାୟିତ୍ବରେ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ରହିଥିବା ବେଳେ ଏଥିରେ କର୍ମଚାରୀ ମାନେ ବହୁ ଅନିୟମିତତା କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଏହି ଅବାଧ ଗୋ-ଚାଲାଣକୁ ରୋକା ନଗଲେ ଆଗାମୀ ଦିନରେ ସମାଜ ଉପରେ ଏହାର ଘୋର ପ୍ରଭାବ ପଡିଛି ବୋଲି ମତ ପ୍ରକାଶ ପାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Dec 18, 2021, 10:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.