ETV Bharat / state

ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଦଳରେ ରହି କାର୍ଯ୍ୟ କରିବି: ବଳଭଦ୍ର ମାଝୀ - କଳାହାଣ୍ଡି ବିଜେଡି ଖବର

ଦୁଇ ବର୍ଷ ପରେ ମୁହଁ ଖୋଲିଲେ ବଳଭଦ୍ର । ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳରେ କାର୍ଯ୍ୟ କରିଆସୁଥିବା ବଳଭଦ୍ର ମାଝୀ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ ପାଇବାରୁ ବଞ୍ଚିତ ରହିଥିଲେ । ଏହାପରେ ରାଜନୀତିରୁ ନିବୃତ୍ତ ରହିଥିଲେ ବଳଭଦ୍ର । ଅଧିକ ପଢନ୍ତୁ

ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଦଳରେ ରହି କାର୍ଯ୍ୟ କରିବି: ବଳଭଦ୍ର ମାଝୀ

author img

By

Published : Feb 7, 2022, 10:31 PM IST

ଭବାନୀପାଟଣା: ଦୁଇ ବର୍ଷ ପରେ ମୁହଁ ଖୋଲିଲେ ବଳଭଦ୍ର । ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳରେ କାର୍ଯ୍ୟ କରିଆସୁଥିବା ବଳଭଦ୍ର ମାଝୀ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ ପାଇବାରୁ ବଞ୍ଚିତ ରହିଥିଲେ । ଏହାପରେ ରାଜନୀତିରୁ ନିବୃତ୍ତ ରହିଥିଲେ ବଳଭଦ୍ର । ବିଜେଡିର କୌଣସି କାର୍ଯ୍ୟକ୍ରମରେ ତାଙ୍କ ଦେଖା ନମିଳିବାରୁ ସେ ଦଳରେ ଅଛନ୍ତି ନା ନାହିଁ ତାକୁ ନେଇ ଜିଲ୍ଲାରେ ଚର୍ଚ୍ଚାର ଜୋର ଧରିଥିଲା ।

ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଦଳରେ ରହି କାର୍ଯ୍ୟ କରିବି: ବଳଭଦ୍ର ମାଝୀ

ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରୁ ଅନେକ ଥର ଟିକେଟ ପାଇଁ ନିର୍ବାଚିତ ହୋଇଥିଲେ ବଳଭଦ୍ର । ସରକାର ଗଠନ ପରେ ଅନେକ ଥର ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ନିଜ କାର୍ଯ୍ୟ ତୁଲାଇଥିବା ବେଳେ ଆଜି(ସୋମବାର) ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି ବଳଭଦ୍ର । ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ବିଜୁ ଜନତା ଦଳ ଗଠନ ସମୟରେ ସେ ନବୀନ ପଟ୍ଟନାୟକଙ୍କ ସହ ଥିଲେ ଓ ବର୍ତ୍ତମାନ ମଧ୍ୟ ସେ ଦଳରେ ଅଛନ୍ତି ଓ ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ସେ ଦଳରେ ରହି ଦଳ ପାଇଁ କାର୍ଯ୍ୟ କରିବା ସହ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.