ETV Bharat / state

ଦେବଗଡ଼ ଜିଲ୍ଲାପାଳ ଓ SPଙ୍କୁ NHRCଙ୍କ ରିପୋର୍ଟ ତଲବ

ଦେବଗଡ଼ ଜିଲ୍ଲାପାଳ, ଏସ୍ପି ଓ ରାଜ୍ୟ ଶକ୍ତି ବିଭାଗ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ । ଅଧିକ ପଢ଼ନ୍ତୁ

human rights commission seeks report to collector and sp of deogarh
ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ, ଦେବଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ NHRCଙ୍କ ରିପୋର୍ଟ ତଲବ
author img

By

Published : Nov 22, 2022, 1:04 PM IST

ଭବାନୀପାଟଣା: ଦେବଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ । ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ । ଆସନ୍ତା 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ସୂଚନା ଅନୁଯାୟୀ, ଗତ ଜାନୁଆରୀ ୧୯ ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଗାଁର ପାର୍ବତୀ ସାହୁ ନିଜ ଘର ସମ୍ମୁଖରେ ଘାସ ସଫା କରୁଥିବାବେଳେ କୌଣସି ମତେ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସିଥିଲେ ।

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ, ଦେବଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କୁ NHRCଙ୍କ ରିପୋର୍ଟ ତଲବ

ବିଦ୍ୟୁତ ଆଘାତରେ ପାର୍ବତୀ ଅଚେତ ହେବା ସହ ଗୁରୁତର ହୋଇ ପଡ଼ିଥିଲେ । ପରିବାର ଓ ଗ୍ରାମବାସୀ ଗୁରୁତର ଅବସ୍ଥାରେ ପାର୍ବତୀଙ୍କୁ ଚିକିତ୍ସା ପାଇଁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲାର ମାନବାଧିକାର ସୁରକ୍ଷା କର୍ମୀ ଦିଲ୍ଲୀପ ଦାସ ଜାତୀୟ ମାନବାଧିକ କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ରାୟଗଡ଼ା ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି, ଜାନୁଆରୀ ୧୧ ତାରିଖରେ ପକ୍ଷ ରଖିବାକୁ ନିର୍ଦ୍ଦେଶ

ତାଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଜାତୀୟ ମାନବାଧିକାର କମିଶନ ଏକ ମାମଲା (କେସ୍‌ ନଂ ୧୨୦୬/୧୮/୨୦/୨୦୨୨) ପଞ୍ଜିକରଣ କରି ରାଜ୍ୟ ଶକ୍ତି ବିଭାଗ ସଚିବ, ଦେବଗଡ଼ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି । ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ଗତଦ 20 ତାରିଖରେ ଏହି ନୋଟିସ ଜାରି ହୋଇଥିବାବେଳେ, ଏଥିରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.