ଭବାନୀପାଟଣା: ଶୁକ୍ରବାର ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟିବା ସହ ପ୍ରବଳ ବେଗରେ ପବନ ବୋହିଥିଲା । ଏଥିସହ ଘଡଘଡି ଓ କୁଆପଥର ମାଡ ମଧ୍ୟ ହୋଇଥିଲା । ପ୍ରାୟ ୩ ଘଣ୍ଟା ଧରି ମୂଷଳଧାରାରେ ହୋଇଥିବା ବର୍ଷା ଯୋଗୁଁ କିଛି ସମୟ ପାଇଁ ଅସ୍ତବ୍ୟସ୍ତ ହୋଇପଡିଥିଲା ଜନ ଜୀବନ ।
ଏହା ସହ କିଛି ସ୍ଥାନରେ ଅମଳ ଫସଲ ଓଦା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ