ETV Bharat / state

କଳାହାଣ୍ଡିରେ ଲଗାଣ ବର୍ଷା: 7 ପଞ୍ଚାୟତ ଜଳବନ୍ଦୀ, ଧୋଇ ନେଲା ରାସ୍ତା

ଗତ 3 ଦିନର ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ରହିଛି । ଜିଲ୍ଲାରେ ଥିବା ପ୍ରମୁଖ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଥିବାବେଳେ ଅନେକ ଗାଁର ରାସ୍ତା ବର୍ଷା ପାଣିରେ ଧୋଇ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Aug 8, 2019, 2:08 PM IST

କଳାହାଣ୍ଡି: ଗତ 3 ଦିନର ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ରହିଛି । ଜିଲ୍ଲାରେ ଥିବା ହାତୀ, ରେତ, ସାନ୍ଦୁଲ, ତେଲନଦୀ ଭଳି ପ୍ରମୁଖ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି । ସେହିପରି ସଦର ମହକୁମା ଭବାନୀପାଟଣାରେ ବର୍ତ୍ତମାନ ସୁଦ୍ଧା ସାମାନ୍ୟ ଠାରୁ ଅଧିକ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯଦ୍ବାରା ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଏଥିସହିତ ଲାଞ୍ଜିଗଡ, ମଦନପୁର-ରାମପୁର, ଥୁଆମୂଳ-ରାମପୁର, କଲମପୁର ବ୍ଲକର ଅନେକ ଗାଁର ରାସ୍ତା ବର୍ଷା ପାଣିରେ ଧୋଇ ହୋଇଯିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଥୁଆମୂଳ-ରାମପୁର ଗାଁର 7ଟି ପଞ୍ଚାୟତ ଜଳବନ୍ଦୀ ରହିଥିବାବେଳେ ଲାଞ୍ଜିଗଡ଼ ବ୍ଲକର ଅନେକ ଗାଁ ମଧ୍ୟ ଜଳ ଘେରରେ । ଖାଲି ସେତିକି ନୁହେଁ ତିନି ଦିନର ଲଗାଣ ବର୍ଷାରେ ଚାଷ ଜମି ମଧ୍ୟ ଜଳମଗ୍ନ ରହିବା ସହ ଚାଷ କାମକୁ ମଧ୍ୟ ପ୍ରଭାବିତ କରିଛି । ତେବେ ଏନେଇ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସାମନା କରୁଥିବାବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି । ଏହାସହ ବନ୍ୟା ପୀଡ଼ିତଙ୍କୁ ସ୍କୁଲ ଓ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ସହ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:SLUG-କଳାହାଣ୍ଡି ରେ ଲଗାଣ ବର୍ଷା ଅନେକ ଗାଁ ଜଳମଗ୍ନ ।
ରିପୋର୍ଟର-ଅଜିତ ସିଂ
ସ୍ଥାନ-କଳାହାଣ୍ଡି
ଏଙ୍କର-ଗତ ୩ ଦିନ  ଧରି କଳାହାଣ୍ଡି ଜିଲ୍ଲା ରେ ଜାରି ରହିଛି ଲଗାଣ ବର୍ଷା ।ଫଳରେ ପ୍ରଭାବିତ ହୋଇଛି ଜନ ଜୀନନ ।ଜିଲ୍ଲାର ହାତୀ,ରେତ,ସାନ୍ଦୁଲ,ତେଲନଦୀ ଭଳି ପ୍ରମୁଖ ନଦୀ ଗୁଡିକ ଜଳସ୍ଥର ବଢିଛି ଜିଲ୍ଲା ର ସଦର ମହକୁମା ଭବାନୀପାଟଣା ରେ ବର୍ତ୍ତମାନ ସୁଦ୍ଧା ସାମାନ୍ୟ ଠାରୁ ଅଧିକ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।Body:ଲାଞ୍ଜିଗଡ,ମଦନପୁର-ରାମପୁର, ଥୁଅମୂଳ ରାମପୁର, କଲମପୁର ବ୍ଲକର ଅନେକ  ଗାଁ କୁ ରାସ୍ତାଘାଟ ବର୍ଷାପାଣି ରେ ଧୋଇଯିବାରୁ ଯୋଗାଯୋଗ ବ୍ୟାହତ ହେବା ସହ ବିଭିନ୍ନ ଗାଁ ଜଳମଗ୍ନ ହୋଇପଡିଛି ।ତେବେ ତିନିଦିନ ର ଲଗାଣ ବର୍ଷାରେ ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି । ଏପରିକି ଲଗାଣ ବର୍ଷା ଚାଷ କାମ କୁ ମଧ୍ୟ ପ୍ରଭାବିତ କରିଛି । Conclusion:ଏନେଇ ଲୋକେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।ଥୁଅମୂଳ ରାମପୁର ର ୭ ଟି ପଞ୍ଚାୟତ ଯଲବନ୍ଧି ହୋଇ ରହିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ଅନେକ ଗାଁ ଜଳମଗ୍ନ ହୋଇଛି । ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ସହ ବନ୍ୟା ପିଡ଼ିତଙ୍କୁ ସ୍କୁଲ ଓ ବନ୍ୟାଆଶ୍ରୟସ୍ଥଳୀରେ ରଖାଯିବା ସହ ରନ୍ଧା ଖାଦ୍ୟ ବଣ୍ଟନ କରା ଯାଉଥିବା ସୁଚନାଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।
ବାଇଟ-ଶରତ ଚନ୍ଦ୍ର ଶ୍ରୀଚନ୍ଦନ(ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି)
ବାଇଟ-ଗୋବିନ୍ଦ ପ୍ରଧାନୀ(ଥୁଅମୂଳ ରାମପୁର ଅଞ୍ଚଳ ବାସୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.