ETV Bharat / state

ପ୍ରଚଣ୍ଡ ଖରାକୁ ବିଜୁଳି କାଟରେ ଅସ୍ତବ୍ୟସ୍ତ କଳାହାଣ୍ଡି - day time

ଭବାନୀପାଟଣା ସହରରେ ତାପମାତ୍ରାର ଅହେତୁକ ବୃଦ୍ଧି ସହ ବିଜୁଳି କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସକାଳ ହେଲା ମାତ୍ରେ ବାହାରକୁ ବାହାରିବା ଲୋକଙ୍କ ପାଇଁ ଏକପ୍ରକାର ମୁସ୍କିଲ ହୋଇ ପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : May 6, 2019, 11:12 PM IST

ଭବାନୀପାଟଣା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ସତେ ଯେପରି ତତଲା କଡେଇରେ ଭାଜି ହୋଇଯାଉଛି କଳାହାଣ୍ଡିର ଭବାନୀପାଟଣା ସହର । ସହରର ତାପମାତ୍ରା ଏବେ ୪୩ ଡିଗ୍ରୀରୁ ଅଧିକ । ସମସ୍ତ ପ୍ରକାର ଜରୁରୀ କାଲୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଣ୍ଡି ଜିଲ୍ଳା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଖରାର ତାତିରୁ ରକ୍ଷା ପାଇବା ପାଇଁ କାହା ମୁଣ୍ଡରେ ଟୋପି, ଗାମୁଛା ତ କିଏ ବ୍ୟବହାର କରୁଛି କଳା ଚଷମା । ଗତ କିଛି ଦିନ ହେଲା ଭବାନୀପାଟଣା ସହରର ତାପମାତ୍ରା ଅତ୍ୟଧିକ ରହୁଛି । ମନକୁ ଟିକିଏ ଶାନ୍ତି ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ସମସ୍ତଙ୍କ ଭିଡ ଜମୁଛି ଲସି ଓ ଆମ୍ୱରସ ଦୋକାନରେ । ଲସି କିମ୍ୱା ଆମ୍ୱ ରସ ଟିକିଏ ପିଇ ଦେଇ ବେଶ୍‍ ଆଶ୍ୱସ୍ଥ ଅନୁଭବ କରୁଛନ୍ତି ଲୋକେ ।

ତାପମାତ୍ରାର ଅହେତୁକ ବୃଦ୍ଧି ସହ ବିଜୁଳି କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସକାଳ ହେଲେ ଖରାକୁ ଲୋକଙ୍କ ଚିନ୍ତା ବଢି ଯାଉଛି । ସଂଧ୍ୟା ହେଲେ ଲୋକ ଘରୁ ବାହାରକୁ ଆସୁଛନ୍ତି । ଯେଉଁ ମାନଙ୍କ କାମ ଅଛି ସେମାନେ ଛତା, ଟୋପି କିମ୍ୱା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଦିନ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାସ୍ତାଘାଟ ଶୁନ୍‍ଶାନ୍‍ ହୋଇ ଯାଉଛି । ତେବେ ସବୁ ପ୍ରକାର ଜରୁରୀ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ସ୍ଲଗ-ଭବାନୀପାଟଣା ସହର ରେ ତାପମାତ୍ରା ୪୩ ଡିଗ୍ରୀ-ଜନଜୀବନ ଅସ୍ତବ୍ୟସ୍ତ'' ।
ରିପୋଟର-ଅଜିତ ସିଂ 
ସ୍ଥାନ-କଳାହାଠି
ତାରିଖ-୦୬-୦୫-୧୯
ଫର୍ମାଟ-ପେକେଜ 
                                        ଏଙ୍କର 
ପ୍ରଚଠ ଗ୍ରୀଷ୍ମ ପ୍ରବାହ । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତ ବ୍ୟସ୍ତ ଜୀବନ ଯାତ୍ରା । ସତେ ଯେପରି ତତଳା କଡେଇରେ ଭାଜି ହୋଇଯାଉଛି ଭବାନୀପାଟଣା ସହର । ସହରର ତାପମାତ୍ରା ଏବେ ୪୩ ଡିଗ୍ରୀରୁ ଅଧିକ । ସମସ୍ତ ପ୍ରକାର ଜରୁରୀ କାଲୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିଛି କଳାହାଠି ଜିଲ୍ଳା ପ୍ରଶାସନ  । 
ଭିଓ-୦୧-ଆକାଶରେ ସୂର୍ଯ୍ୟଙ୍କ ପ୍ରଖର ରୂପ । ପ୍ରଚଠ ରୌଦ୍ର ତାପରେ ଭୟଭିତ ଜୀବଜଗତ । ଖରାର ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଠରେ ଟୋପି,ଗାମୁଛା ପିନ୍ଧିଛି ତ ଆଉ କାହାର ସାହା କଳା ଚଷମା । ଗତ କିଛି ଦିନ ହେଲା ଭବାନୀପାଟଣା ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି । ଏବେ ମନକୁ ଟିକିଏ ପୂର୍ତ୍ତୀ ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ସମସ୍ତ ଙ୍କ ଭିଡ ଜମୁଛି ଲସି ଓ ଆମ୍ୱରସ ଦୋକାନରେ । ଲସି କିମ୍ୱା ଆମ୍ୱ ରସ ଟିକିଏ ପିଇ ଦେଇ ବେଶ୍‍ ଆଶ୍ୱସ୍ଥ ଅନୁଭବ କରୁଛନ୍ତି ଲୋକେ । 
ବାଇଟ-ପ୍ରବୀଣ ପଠା (ଭବାନୀପାଟଣା ବାସିନ୍ଦା)
ବାଇଟ-ପ୍ରଦୀପ ଦାସ (ଭବାନୀପାଟଣା ବାସିନ୍ଦା)
ଭିଓ-୦୨-ତାପମାତ୍ରାର ଅହେତୁକ ଭାବେ ବୃଦ୍ଧି ସହ ବିଜୁଳି କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି ।  ସକାଳ ହେଲେ ଲୋକଙ୍କ ଚିନ୍ତା ବଢି ଯାଉଛି । ସଂଧ୍ୟା ହେଲେ ଲୋକ ଘରୁ ବାହାରକୁ ଆସୁଛନ୍ତି । ଯେଉଁ ମାନଙ୍କ କାମ ଅଛି ସେମାନେ ଛତା,ଟୋପି କିମ୍ୱା ମୁଠରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଦିନ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଜିଲ୍ଲ୍ଳାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାଜରାସ୍ତା, ରାସ୍ତାଘାଟ ଶୁନ୍‍ଶାନ୍‍ ହୋଇ ଯାଉଛି ।ତେବେ ସବୁ ପ୍ରକାର ଜରୁରୀ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ଜିଲ୍ଲାପାଳ କଳାହାଠି ।
ବାଇଟ-ଅମରଲାଲ ସିଂ (ଭବାନୀପାଟଣା ବାସିନ୍ଦା) 
ବାଇଟ-ଗାଭାଲି ପରାଗ ହର୍ଷଦ (ଜିଲ୍ଲାପାଲ କଳାହାଠି)

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.