ETV Bharat / state

ଚିନ୍ତାରେ ନଇକୂଳିଆ: କୂଳ ଲଙ୍ଘୁଛି ହାତୀ ନଦୀ, ବନ୍ୟାଞ୍ଚଳ ଭିତରେ ଆଶ୍ରୟସ୍ଥଳୀ - river problem

ପଥର ବନ୍ଧ ନଥିବା ଯୋଗୁଁ ଏବେ ଧୀରେ ଧୀରେ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି ହାତୀ ନଦୀ କୂଳରେ ଥିବା ବାଲିଛଡ଼ା ଗାଁ। ସେପଟେ ବନ୍ୟାଞ୍ଚଳ ଭିତରେ ଥିବା ଆଶ୍ରୟସ୍ଥଳୀ ପାଣି ଘେରରେ ରହୁଥିବାରୁ ଗ୍ରାମବାସୀଙ୍କ ଚିନ୍ତା ବଢିଛି। ଅଧିକ ପଢନ୍ତୁ

ଚିନ୍ତା ବଢାଇଛି ହାତୀ ନଦୀ
ଚିନ୍ତା ବଢାଇଛି ହାତୀ ନଦୀ
author img

By

Published : Jul 20, 2023, 10:16 PM IST

ଚିନ୍ତା ବଢାଇଛି ହାତୀ ନଦୀ

ଭବାନୀପାଟଣା: ବାଲିଛଡା ଗାଁ ନଦୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖା ଦେଇଛି । ହାତୀ ନଦୀ କୂଳ ଲଙ୍ଘୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି କଳାହାଣ୍ତି ଜିଲ୍ଲାର ବାଲିଛଡା ଗ୍ରାମବାସୀ । ହାତୀ ନଦୀ କୂଳରେ ରହିଛି ବାଲିଛଡା ଗାଁ । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଚିରସ୍ରୋତା ହୋଇଛି ହାତୀ ନଦୀ । ହେଲେ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।

ପ୍ରତି ବର୍ଷ ବର୍ଷା ଋତୁରେ ହାତୀ ନଦୀରେ ବନ୍ୟା ଆସେ । ଆଉ ତା'ପରେ ବନ୍ୟା ଜଳ କୂଳ ଲଙ୍ଘି ଗାଁ ଭିତରକୁ ମାଡ଼ି ଆସେ । ବର୍ଷା ଋତୁ ଚାଲିଥିବାରୁ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ରହିଛନ୍ତି ବାଲିଛଡା ଗ୍ରାମବାସୀ । ବର୍ଷା ଋତୁରେ ବନ୍ୟା ସ୍ଥିତି ସୃଷ୍ଟି ହେଉଥିବାରୁ ହାତୀନଦୀ କୂଳରେ ଥିବା କଲମପୁର ବ୍ଲକର ଟେମରା, ପରୁଆଗୁଡ଼ା, ମାଟିଖାଲ, ବିରିପୁର, ଜାମପଡ଼ା, ବଙ୍କାପଲା, ଖଣ୍ଡି ଡଙ୍ଗରୀଗୁଡ଼ା ଓ ସାନକୁଟୃ ଆଦି ଗାଁର ଲୋକେ ପ୍ରଭାବିତ ହୋଇଥାଆନ୍ତି ।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବନ୍ୟାଞ୍ଚଳ ଭିତରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ଫଳରେ ବନ୍ୟା ସମୟରେ ଆଶ୍ରୟସ୍ଥଳୀ ମଧ୍ୟ ପାଣି ଘେରରେ ରହିଥାଏ । ଆଶ୍ରୟସ୍ଥଳୀକୁ ଯିବା ପାଇଁ ଭଲ ରାସ୍ତା ଖଣ୍ତିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଇଛି । ତେବେ ଜିଲ୍ଲାରେ ୨୦୧୦ ମସିହାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା । ତତ୍କାଳୀନ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତରେ ଆସି ନଦୀ କୂଳିଆ ଗାଁର ସୁରକ୍ଷା ପାଇଁ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଜଳ ସମ୍ପଦ ବିଭାଗ ମାଧ୍ୟମରେ ପଥରବନ୍ଧ ନିର୍ମାଣ ପାଇଁ ଘୋଷଣା କରିଥିଲେ। ଏନେଇ ଟେଣ୍ଡର ଚୁକ୍ତିନାମା ମଧ୍ୟ ହୋଇଥିଲା । ହେଲେ କମ୍ପାନୀ ନିମ୍ନ ମାନର କାମ କରିଥିବା ଯୋଗୁଁ ଏ ମାମଲା ଏବେ ଅଦାଲତରେ ରହିଥିଲା ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ପ୍ରବଳ ବର୍ଷିବ, ଅକସ୍ମାତ୍ ବନ୍ୟା ପରିସ୍ଥିତି ନେଇ ଚେତାବନୀ

ପରବର୍ତ୍ତୀ ସମୟରେ, ବାଲିଛଡ଼ା ଗାଁର ପାଖାପାଖି 300 ମିଟରରେ ପଥର ପ୍ୟାଚିଂ କାମ କରାଯାଇଛି । ହେଲେ ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥିବା ଦେଖିବାକୁ ମିଳିଛି । ସେପଟେ ପଥର ବନ୍ଧ ନଥିବା ଯୋଗୁଁ ଏବେ ଧୀରେଧୀରେ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି ହାତୀ ନଦୀ କୂଳରେ ଥିବା ଗାଁ । ଏଣୁ ବର୍ଷା ଆସିଲେ ଗ୍ରାମବାସୀଙ୍କ ଦୁଃଖ ବଢ଼ି ଯାଉଛି । ଅନ୍ୟପଟେ କଲମପୁର ବିଡ଼ିଓ ବିଜୟ ମାଡାଙ୍ଗୀ କହିଛନ୍ତି, "ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଥିବା ବେଳେ ଯଥାଶୀଘ୍ର ଏହାର ସ୍ଥାୟୀ ପ୍ରତିକାର କରାଯିବ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.