ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ ଉପରେ ଜିଏସଟି ବିଭାଗର ଚଢାଉ । କମ୍ପାନୀ ୧୨ ଲକ୍ଷ ଟଙ୍କାର ଜିଏସଟି ଫାଙ୍କିଥିବା ନେଇ ଜଣାପଡିଛି ।
ସୂଚନାଯୋଗ୍ୟ, କଲିକତାରୁ ଏକ ରେଡିମେଡ କପଡା ବୋଝେଇ ଟ୍ରକ ସୁପରଫାଷ୍ଟ କମ୍ପାନୀକୁ ଆସିଥିଲା । ଏହି ସମୟରେ ଏନଫୋର୍ସମେଣ୍ଟ ଟିମ୍ ଟ୍ରକ ଉପରେ ଚଢାଉ କରିଥିଲେ । ଟ୍ରକଟି ମାଲଗୁଡିକର ଆବଶ୍ୟକୀୟ ଜିଏସଟି କାଗଜପତ୍ର ଦର୍ଶାଇ ପାରିନଥିବାବେଳେ ଏନଫୋର୍ସମେଣ୍ଟ ଟିମ୍ ଟ୍ରକକୁ ଜବତ କରି ଭବାନୀପାଟଣାସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ତଦନ୍ତ ଜାରି କରିଛନ୍ତି ।
ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ ୧୨ ଲକ୍ଷ ଟଙ୍କାର ଜିଏସଟି ଫାଙ୍କିଥିବା ସିଟିଓ ନୀଳାଦ୍ରି ବିହାରୀ ଦାଢିଆ ସୂଚନା ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ