ETV Bharat / state

ବନକର୍ମଚାରୀଙ୍କୁ ଦଳି ଦେଲା ଦନ୍ତା - ବନ କର୍ମଚାରୀ

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୁନାଗଡ଼ ରେଞ୍ଜର ଘନା ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ବନବିଭାଗ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଦଳିଦେଲା  ହାତୀ , ପ୍ରାଣହରାଇଲେ ବନ କର୍ମଚାରୀ
ଦଳିଦେଲା ହାତୀ , ପ୍ରାଣହରାଇଲେ ବନ କର୍ମଚାରୀ
author img

By

Published : Aug 6, 2021, 11:01 AM IST

ଭବାନୀପାଟଣା: ହାତୀ ଆକ୍ରମଣରେ ବନ କର୍ମଚାରୀଙ୍କ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଜୁନାଗଡ଼ ରେଞ୍ଜର ଘନା ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ବନବିଭାଗ କର୍ମଚାରୀ ଜଗନ୍ନାଥ ତ୍ରିପାଠୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଦଳିଦେଲା ହାତୀ , ପ୍ରାଣହରାଇଲେ ବନ କର୍ମଚାରୀ

ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଗୋଳାମୁଣ୍ଡା ଗାଁ ନିକଟକୁ ହାତୀ ଆସିଥିବା ନେଇ ଖବର ପାଇ ବନ ବିଭାଗର ୧୨ ଜଣିଆ ଟିମ ଘଉଡାଇବା ପାଇଁ ଘନା ସଂରକ୍ଷିତ ଜଙ୍ଗଲରକୁ ଯାଇଥିଲେ । ତେବେ ହାତୀ ଘଉଡାଇବା ସମୟରେ ହାତୀର ଆକ୍ରମଣରେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ନେଇ ବନ ବିଭାଗ ପ୍ରକାଶ କରିଛି ।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର ବରିଷ୍ଠ ଅଧିକାରୀ ଓ ପୋଲିସ ଅହଞ୍ଚି ମୃତଦେହ ଉଦ୍ଧାର କରିଛି । ଏଥି ସହ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ବନ କର୍ମଚାରୀଙ୍କ ଘର ଜୁନାଗଡ଼ ଥାନା ଅନ୍ତର୍ଗତ ସାନଡୁମେରବାହାଲ ବୋଲି ଜଣାପଡିଛି ।

କଳାହାଣ୍ଡି ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.