ଭବାନୀପାଟଣା: ବନବାସୀଙ୍କ ଆନ୍ଦୋଳନ ପ୍ରତ୍ୟାହାର । ଦାବି ପୂରଣ ଆଶା ଦେଖାଇଲା ପ୍ରଶାସନ । କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲରେ ବସବାସ କରୁଥିବା ବନବାସୀଙ୍କୁ ବିତାଡିତ କରିବା ଘଟଣାରେ ପୂର୍ଣ୍ଣଛେଦ ପଡିଛି।
ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ବିତାଡିତ ପରିବାରଙ୍କ ମଧ୍ୟରେ ଆଲୋଚନା ପରେ ସମାଧାନର ବାଟ ବହାରିଛି । ବନବାସୀଙ୍କ ଦ୍ବାରା ଉପସ୍ଥାପନ କରିଥିବା ଦାବି ଗୁଡିକୁ ପ୍ରଶାସନ ମାନିନେବା ପରେ ବିବାଦର ଅବସାନ ଘଟିଛି । ଗତ ୩୦ ତାରିଖ ଦିନ ଜଙ୍ଗଲରେ ବସବାସ କରୁଥିବା ବନବାସୀଙ୍କ ଉପରେ ଆକ୍ରମଣ କରିବା ସହ ଘର ଭାଙ୍ଗି ଦେଇଥିବା ବେଳେ ମହିଳା ମାନଙ୍କ ଅସଦାଚରଣ କରିବା ନେଇ ଆମପାଣି ଥାନାରେ ଅଭିଯୋଗ ହୋଇଥିଲା।
ତେବେ ପୋଲିସ କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ବନବାସୀ ମାନେ ଦୀର୍ଘ ୩୦ ଦିନ ଧରି ଆନ୍ଦୋଳନରେ ବସିଥିଲେ। ଆନ୍ଦୋଳନକୁ ଅନେକ ନେତା ଓ ବିଭିନ୍ନ ସଂଗଠନ ସମର୍ଥନରେ ଆନ୍ଦୋଳନରେ ସାମିଲ ହୋଇଥିଲେ ଯାହା ଆଜିର ଏହି ଆଲୋଚନା ପରେ ନିଷ୍କର୍ସ ବାହାରି ପାରିଛି ।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ