ETV Bharat / state

ଅଗଷ୍ଟ ୩୧ରୁ ଉତ୍‌କେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ, ଟ୍ରାଏଲ୍ ଶେଷ

author img

By ETV Bharat Odisha Team

Published : Aug 29, 2023, 7:47 PM IST

କଳାହାଣ୍ଡି ଉତ୍‌କେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ । ଅଗଷ୍ଟ ୭ରେ DGCA ଏହାକୁ ଲାଇସେନ୍ସ ଦେଇଥିଲେ । ଅଗଷ୍ଟ ୧୫ରୁ ବିମାନ ଉଡ଼ାଇବାକୁ ଅନୁମତି ମିଳିଥିବାବେଳେ ଆସନ୍ତା ଅଗଷ୍ଟ ୩୧ରୁ ଏହି ସେବା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ । ଅଧିକ ପଢ଼ନ୍ତୁ

ଅଗଷ୍ଟ ୩୧ରୁ ଉତ୍‌କେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ

ଭୁବନେଶ୍ବର/କଳାହାଣ୍ଡି: ଆସନ୍ତା ଅଗଷ୍ଟ ୩୧ରୁ କଳାହାଣ୍ଡି ଉତ୍‌କେଲା ବିମାନ ବନ୍ଦରରୁ ଉଡ଼ିବ ବିମାନ । ଅଗଷ୍ଟ ୭ରେ DGCA ଏହାକୁ ଲାଇସେନ୍ସ ଦେଇଛି । ଅଗଷ୍ଟ ୧୫ରୁ ବିମାନ ଉଡ଼ାଇବାକୁ ଅନୁମତି ମିଳିଛି । ଏଥିରେ ୯ଟି ସିଟ୍‌ ରହିବ । ଏହାକୁ ଇଣ୍ଡିଆ ୱାନ୍‌ ଚଳାଇବ । ଏଥିରେ ଯାତ୍ରୀଙ୍କ ପାଇଁ ଟିକେଟର ଦାମ ୯୯୯ ଟଙ୍କା ରହିଥିବାବେଳେ ଏହା ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ବର ଛାଡ଼ି ୮ଟା ୨୫ ମିନିଟ୍‌ରେ ଉତ୍‌କେଲାରେ ପହଞ୍ଚିବ । ସେହିପରି ଉତ୍‌କେଲାରୁ ସକାଳ ୮ଟା ୫୦ ମିନିଟରେ ବାହାରି ୧୦ଟାରେ ଭୁବନେଶ୍ବର ପହଞ୍ଚିବ ବିମାନ ।

ତେବେ ଏନେଇ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି, "ଆଜି ଭୁବନେଶ୍ବର- କଳାହାଣ୍ଡି ଉତ୍‌କେଲା ବିମାନ ବନ୍ଦରକୁ ବିମାନର ଟ୍ରାଏଲ ଲ୍ୟାଣ୍ଡିଂ ହୋଇଥିଲା । ଏହି ଟ୍ରାଏ ସଫଳ ରହିଛି । ଅଗଷ୍ଟ ୩୧ ତାରିଖରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହା ଉଦ୍‌ଘାଟନ କରିବେ । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଫ୍ଲାଗ୍‌ ଅଫ କରିବେ । ଯାତ୍ରୀଙ୍କ ବୁକିଂ ଉପରେ ସବୁ ନିର୍ଭର କରେ । ଏହା ରାଜ୍ୟର ପଞ୍ଚମ ବିମାନ ବନ୍ଦର । ଯାହା ସପ୍ତାହରେ ୭ ଦିନ ଯାକ ବିମାନ ସେବା ଯୋଗାଇବ ।"

ଏହା ମଧ୍ୟ ପଢ଼ନ୍ତୁ...ଉତ୍କେଲା ବିମାନ ବନ୍ଦରକୁ ଗ୍ରୀନ ସିଗନାଲ, ଆକାଶ ଛାତି ଚିରି ଉଡ଼ିବେ କଳାହାଣ୍ଡି ବାସିନ୍ଦା

ଅନ୍ୟପଟେ ନୂଆ ATC (Air traffic control )ର ପାରାଲାଲ୍‌ ଅପରେସନ୍‌ ଆରମ୍ଭ ହୋଇଛି । ଏହା ଏକ ମାସ ପରୀକ୍ଷାମୂଳକ ଭାବେ ଚାଲିବ । ସଫଳ ହେଲେ ଅପରେସନ ଆରମ୍ଭ ହେବ । ଏଥିରେ ସୁରକ୍ଷା ବଢିବ । ବିମାନ ହ୍ୟାଣ୍ଡଲିଂ ବି ବଢ଼ିବ । ଗତ ୨୪ ତାରିଖରେ ଏହା ଉଦ୍‌ଘାଟନ ହୋଇଛି । BHEL ଓ ଭୁବନେଶ୍ବର ବିମାନ ବନ୍ଦର ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛନ୍ତି । ଏହା ଦେଶର ଅନନ୍ୟ ATC ଅଟେ ।

ସୂଚନାଯୋଗ୍ୟ, ଉତ୍‌କେଲା ସର୍ବପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ କରିବ । ଏହା ଓଡିଶାର ପଞ୍ଚମ କାର୍ଯ୍ୟକ୍ଷମ ବିମାନବନ୍ଦର ହୋଇଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ପୁଣି ଏହି ବିମାନ ବନ୍ଦରକୁ 3C ଘୋଷଣା ମଧ୍ୟ କରିଛନ୍ତି । ତେବେ ରନ୍‌ୱେ ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଛି । ସେଥିରେ ରନ୍‌ୱେ ୧୮ ଶହ ମିଟର ହେବ । ଯେଉଁଥିରେ ବଡ଼ ବିମାନ ମଧ୍ୟ ଅବତରଣ କରିପାରିବ ବୋଲି ସୂଚନା ମିଳିଛି । ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ କରୁଥିବାବେଳେ ଏବେ ଏଥିରେ ଯୋଡ଼ିହୋଇଛି ଭବନୀପାଟଣା । ରାଜ୍ୟରେ ଉତ୍‌କେଲା ବିମାନ ବନ୍ଦରକୁ ମିଶାଇ ରାଜ୍ୟରେ ୫ଟି ବିମାନ ବନ୍ଦର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର/କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.