ଭବାନୀପାଟଣା: ଅନଲାଇନ ଠକେଇ ମାମଲାରେ ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ । ଭବାନୀପାଟଣାରୁ ଅନଲାଇନ ଠକେଇ ମାମଲାରେ ଉତ୍ତରପ୍ରଦେଶ ହରିପୁର ଠାରୁ ୫ ସାଇବର ଠକ ଗିରଫ ହୋଇଛନ୍ତି । ମୋବାଇଲ ଫୋନ ଜରିଆରେ ଅଭିଯୁକ୍ତ ଲଟେରୀ ଟଙ୍କା ପୈଠ ଲୋଭ ଦେଖାଇ ଅନଲାଇନ ଠକେଇ କରୁଥିଲେ। ଗିରଫ ୫ ଜଣ ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶରର ଅଭିଳାଷ ସିଂ, ପରବେଜ ଅହମ୍ମଦ, ବାହୀଦ ଖାଁ,ସାରୁଖ ଖାଁ,ଜୁନେଦ ଏହମ୍ମଦ ।
ସେମାନଙ୍କ ଠାରୁ ମୋଟ ୫୨ ହଜାର ୩୮୮ ଟଙ୍କା ଓ ୧୦ଟି ମୋବାଇଲ ଜବତ କରାଯାଇଛି । ଗତ ୯ ତାରିଖରେ ଭବାନୀପାଟଣା ସହରର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଗଙ୍ଗାଧର ସୁବୁଦ୍ଧି ୨ ଲକ୍ଷ ୬୮ ହଜାର ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କଳାହାଣ୍ଡି ପୋଲିସ ଏକ ମାମଲା ରୁଜ୍ଜୁ କରି ୩ଟି ସ୍ବାର୍ଡ ଗଠନ କରି ଛାନଭିନ ଆରମ୍ଭ କରିଥିଲା । ସାଇବର ଟ୍ରାକିଂ ସାହାଯ୍ୟରେ ୫ ଜଣ ସାଇବର ଠକଙ୍କୁ ଉତ୍ତର ପ୍ରଦେଶରରୁ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଭବାନୀପାଟଣା ଏସଡିପିଓ ସୂଚନା ଦେଇଛନ୍ତି।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ