ETV Bharat / state

ଆଲେପି-ଧନବାଦ ଟ୍ରେନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ

author img

By

Published : Nov 12, 2022, 11:04 PM IST

ଚେନ ଟାଣିବାରୁ ଆଲେପି ଧନବାଦ ଟ୍ରେନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଗଲା ଶହ ଶହ ଯାତ୍ରୀଙ୍କ ଜୀବନ । ଅଧିକ ପଢନ୍ତୁ

ଆଲେପି ଧନବାଦ ଟ୍ରେନରେ ଲାଗିଲା ନିଆଁ
ଆଲେପି ଧନବାଦ ଟ୍ରେନରେ ଲାଗିଲା ନିଆଁ

ଭବାନୀପାଟଣା: ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ, ଆଲେପି ଧନବାଦ ଟ୍ରେନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ହଜାର ହଜାର ଯାତ୍ରୀ। ଟ୍ରେନଟି ଆଲେପିରୁ ବାହାରି ଧନବାଦ ଯାଉଥିବା ବେଳେ ଆଜି ଅପରାହ୍ନ ୪ଟା ୫୦ ମିନିଟରେ ଟ୍ରେନଟି ରାୟଗଡା ଷ୍ଟେସନ ଛାଡି ଥିଲା।

ଆଲେପି-ଧନବାଦ ଟ୍ରେନରେ ଲାଗିଲା ନିଆଁ

ଏହି ସମୟରେ କଳାହାଣ୍ଡି ଜିଲ୍ଲା ରୁପ୍ରା ରୋଡ଼ ଷ୍ଟେସନ ନିକଟରେ କେହି ଜଣେ ଯାତ୍ରୀ ଟ୍ରେନଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଚେନ ଟାଣି ଥିଲେ । ଫଳରେ ଟ୍ରେନରେ ନିଆଁ ଲାଗିଯାଇଥିଲା । ଟ୍ରେନରେ ନିଆଁ ଲାଗିଥିବା ଜାଣିପାରି ସମସ୍ତ ଯାତ୍ରୀ ଭୟବୀତ ହୋଇପଡି ଟ୍ରେନରୁ ଓହ୍ଲାଇ ପଡିଥିଲେ ।

ଏନେଇ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲା ଅନେକ ଯାତ୍ରୀଙ୍କ ଜୀବନ । ନିଆଁ ଆୟତ ହେବାପରେ ଟ୍ରେନଟି ଯାତ୍ରା ଆରମ୍ଭ କରିଥିଲା । ତେବେ ଚେନ ଟାଣି ଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ରେଳ ବିଭାଗ ପୋଲିସ ଲାଗି ପଡିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୁପ୍ରା ରୋଡ଼ ଷ୍ଟେସନ ଅଧିକାରୀ ସୂଚନା ଦେଇଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.