ETV Bharat / state

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କୁ ଅସମ୍ମାନ, ପୂର୍ବତନ ମନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା - fir lodge against former minister in kalahandi

ପୂର୍ବତନ ମନ୍ତ୍ରୀ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ, ଜିତେନ୍ଦ୍ର ମେହେର ଓ ରାମକୃଷ୍ଣ ମେହେରଙ୍କ ନାଁରେ ଜୁନାଗଡ ଥାନାରେ ଏତଲା ଦିଆଯାଇଛି । ଅଧିକ ପଢ଼ନ୍ତୁ

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କୁ ଅସମ୍ମାନ, ପୂର୍ବତନ ମନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାମରେ ମାମଲା

author img

By

Published : Dec 20, 2021, 6:35 AM IST

ଭବାନୀପାଟଣା: ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ, ଜିତେନ୍ଦ୍ର ମେହେର ଓ ରାମକୃଷ୍ଣ ମେହେରଙ୍କ ନାଁରେ ଜୁନାଗଡ ଥାନାରେ ଏତଲା ଦିଆଯାଇଛି । କଳାହାଣ୍ଡି ଜିଲ୍ଲା କୁନାଗଡ ବ୍ଲକ ଚିଚୈଗୁଡା ଗାଁରେ ଉନ୍ମୋଚନ ହେବାକୁ ଥିବା ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିର ଫଳକକୁ ନେଇ ବିବାଦ ଦେଖାଦେଇଥିଲା । ଫଳକରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ରହିଥିବାରୁ ଏହାକୁ ବିରୋଧ କରି ସ୍ଥାନୀୟ ବିଜେପି କର୍ମୀମାନେ ଫଳକକୁ ଭଙ୍ଗାରୁଜା କରିଥିଲେ ।

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କୁ ଅସମ୍ମାନ, ପୂର୍ବତନ ମନ୍ତ୍ରୀଙ୍କ ସମେତ ୩ ଜଣଙ୍କ ନାମରେ ମାମଲା

ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ଉତ୍ତେଜନା ଦେଖା ଦେଇଥିଲା । ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି । ଚିଚୈଗୁଡା ଗାଁ ସମାଜସେବୀ ପ୍ରଦ୍ୟୁମ୍ନ ମେହେର ଜୁନାଗଡ଼ ଥାନାରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ଓ ତାଙ୍କ ଦୁଇଜଣ ସହଯୋଗୀଙ୍କ ନାମରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.