ଭବାନୀପାଟଣା: ହତ୍ୟା ମାମଲାରେ ବାପା ପୁଅକୁ ଆଜୀବନ କାରାଦଣ୍ଡାଦେଶ (father and son life imprisonment)। ଜୁନାଗଡ ଥାନା ଚିଚୈଗୁଡାରେ ୨୦୧୬ରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ଏଭଳି ରାୟ ଶୁଣାଇଛନ୍ତି ଧର୍ମଗଡ ଅତିରିକ୍ତ ଦୌରାଜଜ ବନ୍ଦନା କର । ସଵୁ ସାକ୍ଷୀ ପ୍ରମାଣକୁ ଆଧାର କରି ମାନ୍ଯବର କୋର୍ଟ ଅଭିଯୁକ୍ତ ଜଗତ ଜୁଏଡ ଓରଫ ଡମବୁଢା ଏବଂ ପୁଅ ପବିତ୍ର ଜୁଏଡ ଓରଫ ମଣ୍ଟୁ କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଆର୍ଥିକ ଦଣ୍ଡ ଶୁଣାଇଛନ୍ତି ।
ଗତ ୨୦୧୬ ମସିହାରେ ଅଭିଯୁକ୍ତ ବାପ ପୁଅ ଏକ ଛୋଟ ଘଟଣାକୁ ନେଇ ଉକ୍ତ ଗାଁର ଶ୍ରୀମୂଖ ଵାଗକୁ ନିର୍ମମ ହତ୍ଯା କରିବା ସହ ଶ୍ରୀମୂଖର ପୁଅ କୁନା ବାଗଙ୍କୁ ଟାଙ୍ଗୀଆ ହାଣି ଗୁରୁତର ଆହତ କରିଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ