ETV Bharat / state

ଧାନ ମଣ୍ଡି ଆରମ୍ଭରୁ କେଁ, ଟୋକାନ ସମସ୍ୟା ନେଇ ମଣ୍ଡିରେ ଚାଷୀଙ୍କ ଧାରଣା - କଳାହାଣ୍ଡିରୋ ଟୋକନ ସମସ୍ୟା

କଳାହାଣ୍ଡି ଜିଲ୍ଲାରେ ଟୋକନ ସମସ୍ୟାକୁ ନେଇ ମଣ୍ଡିରେ ଧାରଣାରେ ଚାଷୀ । ଅଧିକ ପଢନ୍ତୁ

ଟୋକାନ ସମସ୍ୟା ନେଇ ମଣ୍ଡିରେ ଚାଷୀଙ୍କ ଧାରଣା
ଟୋକାନ ସମସ୍ୟା ନେଇ ମଣ୍ଡିରେ ଚାଷୀଙ୍କ ଧାରଣା
author img

By

Published : Dec 10, 2022, 9:45 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦେଖାଦେଇଛି ଟୋକନ ସମସ୍ୟା । ନଭେମ୍ବର ୨୫ ତାରିଖରୁ ଗରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଆଜି ଯାଏଁ ଟୋକନ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଏହାର ପ୍ରତିବାଦ କରି ଧାରଣାରେ ବସିଛନ୍ତି ଚାଷୀ ।

ଟୋକାନ ସମସ୍ୟା ନେଇ ମଣ୍ଡିରେ ଚାଷୀଙ୍କ ଧାରଣା

କଥାରେ ଅଛି "ଚାଷ କାମ ଯାହାର, କେଡେ ସୁଖ ତାହାର । ଚଷା ପୁଅ ଯୋଗାଉଛି ଦୁନିଆକୁ ଆହାର" । ଚାଷ ଜମିକୁ ଦେଖିଲେ ମନେ ପଡିଯାଏ ଏହି ଲୋକକଥା । କିନ୍ତୁ ବାସ୍ତବିକ ଏହାର ମର୍ମ ଏବେ ପାଲଟିଛି ସମ୍ପୂର୍ଣ୍ଣ ଭିନ୍ନ । କୋଟି କୁଟୁମ୍ବ ପେଟ ଚିହ୍ନୁଥିବା ଚଷା ପୁଅ ଏବେ ନିଜ ପରିବାରକୁ ଅନ୍ନ ମୁଠେ ଦେବାପାଇଁ ଅସମର୍ଥ ହେଉଛି । କାରଣ କେବେ ରୋଗପୋକ ଯୋଗୁଁ ଫସଲ ନଷ୍ଟ ହୋଇଥିବା ବେଳେ ଅଳ୍ପ କିଛି ବର୍ତ୍ତି ଯାଇଥିବା ଅମଳ ଧାନକୁ ନେଇ ମଣ୍ଡିକୁ ଗଲେ ଟୋକନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଯାହାକି ଚାଷୀର ସମସ୍ୟାକୁ ଦ୍ବିଗୁଣିତ କରୁଛି ।

ଏହା ମଧ୍ୟ ପଢନ୍ତୁ: ସହଜ ହେବ ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ ପରିବର୍ତ୍ତନ: ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ CSଙ୍କ ନିର୍ଦ୍ଦେଶ

କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୫ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ଟୋକନ ସମସ୍ୟା ଦେଖା ଦେଇଛି । ଯାହାକୁ ନେଇ ମଣ୍ଡିରେ ଧାରଣାରେ ବସିଛନ୍ତି ଚାଷୀ। ଅଭିଯୋଗ ଅନୁଯାୟୀ, ଜିଲ୍ଲାର ଧର୍ମଗଡ ବ୍ଲକ ଖଇର ପଦର ସମବାୟ ସମିତି ଅଧିନସ୍ଥ ବ୍ରାହ୍ମଣ ଚ୍ଛେଣ୍ଡିଆ ଧାନ ମଣ୍ଡିରେ ଅନେକ ଚାଷୀ ନିଜ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି । ସମବାୟ ସମିତିର ଦାୟିତ୍ଵ ହୀନତା ଯୋଗୁଁ ଏମାନଙ୍କ ପଞ୍ଜିକରଣ ହୋଇ ପାରିନାହିଁ । ଏହାକୁ ନେଇ ଶୁକ୍ରବାର ଚାଷୀମାନେ ମଣ୍ଡିରେ ଧାରଣା ଦେଇଛନ୍ତି ଏବଂ ଆଗାମୀ ୪୮ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ ନହେଲେ ରାଜରାସ୍ତା ଅବରୋଧ ପାଇଁ ଚେତାବନୀ । ଖବର ପାଇ ଘଟଣା ସ୍ଥଳରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀ ଚାଷୀ ମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.