ETV Bharat / state

ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ - ରବି ଧାନ ବିକ୍ରିରେ ଲାଗିଛି କଟକଣା

ଚଳିତ ରବି ଧାନ ବିକ୍ରିରେ ଲାଗିଛି କଟକଣା । ଏନେଇ କଳାହାଣ୍ଡି ଜିଲ୍ଲା କଲମପୁରଠାରେ ଚାଷୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

author img

By

Published : Apr 15, 2021, 2:18 PM IST

ଭବାନୀପାଟଣା: ଚଳିତ ରବି ଧାନ ବିକ୍ରିରେ ଲାଗିଛି କଟକଣା । ଏନେଇ କଳାହାଣ୍ଡି ଜିଲ୍ଲା କଲମପୁରଠାରେ ଚାଷୀଙ୍କ ବିକ୍ଷୋଭ । ପୂର୍ବରୁ ଚାଷୀମାନେ ଆଟ, ମାଲ ,ବେରନା ଓ ବାହାଲ କିସମ ଚାଷ ଜମିରୁ ନିଜ କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରିଆସୁଛନ୍ତି । ତେବେ ଆଗାମୀ ରବି ୠତୁଠାରୁ ଚାଷୀମାନେ କେବଳ ବାହାଲ ଜମିରୁ ଉତ୍ପାଦନ ହେଇଥିବା ଧାନକୁ ବିକ୍ରି କରି ପାରିବେ ବୋଲି ପଞ୍ଜୀକରଣ ହେଉଥିବା ଧାନ କ୍ରୟ ସଂସ୍ଥା ଦ୍ବାରା ଜଣାପଡିଛି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।

ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ବିଶେଷ କରି ଏହି ସବୁ କିସମ ଅର୍ଥାତ ଆଟ, ମାଲ, ବେରନା ଏବଂ ବାହାଲ ଜମିରେ ଚାଷ କରିଆସୁଥିବା ବେଳେ କେବଳ ବାହାଲ କିସମ ଜମିରୁ ଉତ୍ପାଦନ ହେଇଥିବା ଧାନକୁ ବିକ୍ରି ପାଇଁ ଅନୁମତି ମିଳିଛି । ତେବେ ବାକିତକ ଜମିରୁ ଉପାର୍ଜିତ ହେଉଥିବା ଧାନକୁ କିଭଳି ବିକିବେ, ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ଆଜି ଚାଷୀ ନେତା ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ବରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କଲମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.