ETV Bharat / state

ମଣ୍ଡି ନଥିବାରୁ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ, ରାସ୍ତାରେ ଗଛ ପକାଇ କଲେ ଆନ୍ଦୋଳନ

ମଣ୍ଡି ନଥିବାରୁ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ । ଅମଳ ଧାନ ବିକ୍ରି କରିପାରୁନଥିବାରୁ ଧାନ ମଣ୍ଡି ଖୋଲିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ରାସ୍ତାରେ ଗଛ ପକାଇ ଆନ୍ଦୋଳନ କଲେ ଗଜବାହାଲ ପଞ୍ଚାୟତର ଚାଷୀ । ଅଧିକ ପଢନ୍ତୁ

author img

By

Published : Nov 11, 2022, 10:20 PM IST

ମଣ୍ଡି ନଥିବାରୁ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ

ଭବାନୀପାଟଣା: ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ଧାନ ମଣ୍ଡି ଖୋଲିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ଅମଳ ଧାନ ବିକ୍ରି କରିପାରୁନଥିବାରୁ ଆଜି କଳାହାଣ୍ଡି ଜିଲ୍ଲାରେ ମଦନପୁର ରାମପୁର ବଲାଙ୍ଗୀର ରାଜ୍ୟ ରାଜପଥ ଉପରେ ଗଛ ପକାଇ ଆନ୍ଦୋଳନ କରିଥିଲେ ଚାଷୀ ।

ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ୨୫ ତାରିଖରୁ ଆରମ୍ଭ ହେବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା । କର୍ଲାମୁଣ୍ଡା ବ୍ଳକ ର ଗଜବାହାଲ ପଞ୍ଚାୟତରେ ଧାନ ମଣ୍ଡି ନଥିବାରୁ ଧାନ ବିକ୍ରି କରିବା ପାଇଁ ଦୂର ଦୂରାନ୍ତକୁ ଯାଆନ୍ତି ଚାଷୀ ଭାଇ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ଗଜବାହାଲ ପଞ୍ଚାୟତରେ ଧାନ ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପାଖରେ ଅନେକ ଥର ଗୁହାରି କରିଛନ୍ତି ଚାଷୀ । କିନ୍ତୁ କେହି କର୍ଣ୍ଣପାତ ନକରିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଅନେକ ସମୟରେ କମ ଦରରେ ଦଲାଲ ମାନଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ ।

ଏହା ମଧ୍ୟ ପଢନ୍ତୁ: ଚାଷ ଜମିରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ତେଣୁ ଗଜବାହାଲ ପଞ୍ଚାୟତର ସମସ୍ତ ଚାଷୀ ମଣ୍ଡି ଖୋଲିବା ଦାବିରେ ଆଜି ମଦନପୁର ରାମପୁର ବଲାଙ୍ଗୀର ରାଜ୍ୟ ରାଜପଥ ଉପରେ ଗଛ ପକାଇ ଆନ୍ଦୋଳନ କରିଥିଲେ । ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଚାଷୀ ମାନେ ଚେତାବନୀ ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ: ରିମାଣ୍ଡରେ ଗଲା ଖଗେଶ୍ୱର, ପାୱାର କରିଡରରେ କମ୍ପନ

ଏନେଇ ଆନ୍ଦୋଳନକାରୀ ଚାଷୀ ଅରବିନ୍ଦ ଗହୀର କହିଛନ୍ତି, ''ଗଜବାହାଲ ପଞ୍ଚାୟତରେ ଗୋଟିଏ ମଣ୍ଡି ଖୋଲିବା ନେଇ ଅନେକ ଥର ଦାବି ହୋଇଆସୁଛି । କିନ୍ତୁ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ସେଥି ପାଇଁ ରାସ୍ତାରେ ଗଛ ପକାଇ ଆନ୍ଦୋଳନ କରାଯାଇଛି । ପଞ୍ଚାୟତରେ ଏକ ଧାନ ମଣ୍ଡି ଖୋଲିବାକୁ ଚାଷୀ ଦାବି କରିଛନ୍ତି, ଯଦି ଏହି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜାରି ରହିବ ।''

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.