ETV Bharat / state

ମଣ୍ଡିରେ ପଡିରହିଛି ଧାନ, ହାଡଭଙ୍ଗା ଶୀତରେ କଷ୍ଟ ଉପାର୍ଜିତ ଧାନକୁ ଜଗିଛି ଚାଷୀ - କଳାହାଣ୍ଡିରେ ଧାନକୁ ଜଗିଛି ଚାଷୀ

ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ, ଶୀତୁଆ ରାତିରେ ଉପାର୍ଜିତ ଧାନକୁ ଜଗିଛି ଚଷା ପୁଅ । ଧାନ ସଂଗ୍ରହ ପାଇଁ ଆସୁଥିବା ମିଲର୍ସ ଧାନର ମାନକୁ ନେଇ ୮ ରୁ ୯ କେଜି କଟନୀ କରିବାକୁ କହୁଥିବାବେଳେ ଚାଷୀ ମନ ବଳାଉନାହାନ୍ତି । ଅଧିକ ପଢନ୍ତୁ

ମଣ୍ଡିରେ ପଡିରହିଛି ଧାନ,   ହାଡଭଙ୍ଗା ଶୀତରେ କଷ୍ଟ ଉପାର୍ଜିତ ଧାନକୁ ଜଗିଛି ଚାଷୀମଣ୍ଡିରେ ପଡିରହିଛି ଧାନ,   ହାଡଭଙ୍ଗା ଶୀତରେ କଷ୍ଟ ଉପାର୍ଜିତ ଧାନକୁ ଜଗିଛି ଚାଷୀ
ମଣ୍ଡିରେ ପଡିରହିଛି ଧାନ, ହାଡଭଙ୍ଗା ଶୀତରେ କଷ୍ଟ ଉପାର୍ଜିତ ଧାନକୁ ଜଗିଛି ଚାଷୀ
author img

By

Published : Dec 30, 2021, 11:58 AM IST

ଭବାନୀପାଟଣା : ଖୋଲା ଆକାଶ ତଳେ ମଣ୍ଡିରେ ପଡିଛି ଧାନ। ଶୀତୁଆ ରାତିରେ ଉପାର୍ଜିତ ଧାନକୁ ଜଗିଛି ଚଷା ପୁଅ। ନା ଆଖିକୁ ନିଦ ଅଛି ନା ପେଟକୁ ଭୋକ । ଖରା ବର୍ଷା ରୋଗ ପୋକ ସହ ଲଢି ଫସଲ ଅମଳ କରିଥିବା ଚାଷୀ ଏବେ ଧାନବିକ୍ରି ନେଇ ଚିନ୍ତାରେ । ଭବାନୀପାଟଣା ବ୍ଲକ କୁତୁରୁଖମାର ଧାନ ମଣ୍ଡିରେ ପଡିରହିଛି ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ । ଧାନ ସଂଗ୍ରହ ପାଇଁ ଆସୁଥିବା ମିଲର୍ସ ଧାନର ମାନକୁ ନେଇ ୮ ରୁ ୯ କେଜି କଟନୀ କରିବାକୁ କହୁଥିବା ବେଳେ ଚାଷୀ ମନ ବଳାଉନାହାନ୍ତି । ଫଳରେ ଚାଷୀଙ୍କ ହାତରେ ଟୋକନ ଥିବାବେଳେ ବିକ୍ରିକୁ ନେଇ ଏବେ ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ । ଏପଟେ ମଣ୍ଡିରେ ହାଡଭଙ୍ଗା ଶୀତରେ ଘାଇଲା ହେଉଛି କଳାହାଣ୍ଡି ଜିଲ୍ଲାର ଚାଷୀ । ମଣ୍ଡିରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ।

ମଣ୍ଡିରେ ପଡିରହିଛି ଧାନ, ହାଡଭଙ୍ଗା ଶୀତରେ କଷ୍ଟ ଉପାର୍ଜିତ ଧାନକୁ ଜଗିଛି ଚାଷୀ

ସେପଟେ କୋକସରା ବ୍ଲକ ଡାଲଗୁମା ମଣ୍ଡିରେ ମଧ୍ୟ ଅବସ୍ଥା ସମାନ । ଚାଷୀଙ୍କୁ ଟୋକନ ମିଳିଛି ହେଲେ ଧାନର ମାନକୁ ନେଇ ମିଲର୍ସ ଧାନ କୁଇଣ୍ଟାଲ ପିଛା ୭ ରୁ ୮ କେଜି କଟନୀ ପାଇଁ କହୁଥିବାବେଳେ ଚାଷୀ ଅରାଜି ହେଉଛନ୍ତି । ଫଳରେ ମଣ୍ଡିରୁ ଧାନ ଉଠି ପାରୁନି କି ଅନ୍ୟ ଚାଷୀଙ୍କୁ ଟୋକନ ମିଳିପାରୁନି । ଏସବୁ ଭିତରେ ଚାଷୀ ଅମଳ ଧାନକୁ ନେଇ ମଣ୍ଡି ଓ ଖଳାରେ ଜଗି ରହିଛି । କିଛି ଚାଷୀ ଏସବୁ ଦେଖି ଦଲାଲକୁ କମ ଦରରେ ମଧ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକି ଯୋଗାଣ ବିଭାଗର ପାରିବା ପଣିଆ ଉପରେ ସ୍ରୁଷ୍ଟି କରିଛି ଅନେକ ପ୍ରଶ୍ନବାଚୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.