ଭବାନୀପାଟଣା: ଗ୍ୟାସ ଲିକ୍ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋଟିଏ ପରିବାରର 2 ଜଣ ଗୁରୁତର ଆହତ ହୋଇଛି । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଖଲିଆକାନି ଗାଁରେ ଘଟିଛି ଏହି ଅଘଟଣ । ଗ୍ୟାସ ଲିକରୁ ନିଆଁ ଲାଗି ସମ୍ପୂର୍ଣ୍ଣ ଘର ପୋଡିଜଳା ପାଉଁଶ ହୋଇଯାଇଛି । ପରିବାରର ଦୁଇଜଣଙ୍କ ଆବସ୍ଥା ଗୁରୁତର ଥିବା ଜଣାପଡିଛି ।
ସୂଚନାଅନୁସାରେ, ଖଲିଆକାନି ଗାଁର ବିଜୟ ନାଏକଙ୍କ ସ୍ତ୍ରୀ ରଞ୍ଜୁ ନାଏକ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ ଲିକ ହୋଇଥିଲା । ଏହା ପରେ ସେ ପଡୋଶୀ ଦିନ ମହାନନ୍ଦଙ୍କୁ ଡାକି ଗ୍ୟାସ ସଜାଡ଼ିବାକୁ କହିଥିଲେ । ଗ୍ୟାସ ସଜାଡୁ ଥିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । ଫଳରେ ନିମିଶକ ମଧ୍ୟରେ ସମ୍ପୂର୍ଣ୍ଣ ଘର ପୋଡି ଯିବା ସହ ରଞ୍ଜୁ ନାଏକ ଓ ପଡୋଶୀ ଦିନ ମହାନନ୍ଦଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ଧର୍ମଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ଟନେଲରେ ଧସିଲା ମାଟି, ଚାଲିଗଲା 2 ଶ୍ରମିକଙ୍କ ଜୀବନ
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଘର ସମ୍ପୂର୍ଣ୍ଣ ଜଳି ଯାଇଛି । ଏହା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡିଜଳି ପାଉଁଶ ହୋଇଛି । ପ୍ରକାଶ ଥାଉ କି ସେପ୍ଟେମ୍ବର 13 ତାରିଖରେ ବରଗଡରେ ଗୋଡ଼ଭଗା ସ୍ଥିତ ଭାରତ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ଗୋଦାମରେ ରହିଥିବା ଅନ୍ୟ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବ୍ଲାଷ୍ଟ ହୋଇଥିଲା । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ରୋଷେଇ ପାଇଁ ଗ୍ୟାସ ଦରକାରୀ କାମ ସହଜ କରିଥାଏ । ହେଲେ ସାମାନ୍ୟ ଅସାବଧାନତାରୁ ଗ୍ୟାସ ବିପଦ ଆଣିପାରେ ।
ଇଟିଭି ଭାରତ, କଳାହାଣ୍ଡି