ETV Bharat / state

ବଜାରରୁ ନକଲି ନୋଟ ଜବତ , ଜଣକୁ ଅଟକ ରଖି ପୋଲିସର ଜିମାଦେଲେ ଗ୍ରାମବାସୀ

author img

By

Published : Dec 14, 2022, 10:39 PM IST

କଳାହାଣ୍ଡିରେ ଜାଲ ନୋଟ ରାକେଟ ସକ୍ରିୟ । ବଜାରରୁ ନକଲି ନୋଟ ଜବତ । ଗ୍ରାମାଞ୍ଚଳର ବଜାରରେ ଏବେ ନକଲି ନୋଟ କାରବାର ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ଲୋକଙ୍କୁ ନକଲି ନୋଟ ଦେଇ କାରବାର କରୁଛନ୍ତି କିଛି ନକଲି ନୋଟ ମାଫିଆ । ଅଧିକ ପଢ଼ନ୍ତୁ

ବଜାରରୁ ନକଲି ନୋଟ ଜବତ , ଜଣକୁ ଅଟକ ରଖି ପୋଲିସର ଜିମାଦେଲେ ଗ୍ରାମବାସୀ
ବଜାରରୁ ନକଲି ନୋଟ ଜବତ , ଜଣକୁ ଅଟକ ରଖି ପୋଲିସର ଜିମାଦେଲେ ଗ୍ରାମବାସୀ
ବଜାରରୁ ନକଲି ନୋଟ ଜବତ , ଜଣକୁ ଅଟକ ରଖି ପୋଲିସର ଜିମାଦେଲେ ଗ୍ରାମବାସୀ

ଭବାନୀପାଟଣା : କଳାହାଣ୍ଡିରେ ଜାଲ ନୋଟ ରାକେଟ ସକ୍ରିୟ । କଳାହାଣ୍ଡି ଗ୍ରାମାଞ୍ଚଳର ବଜାରରେ ଏବେ ନକଲି ନୋଟ କାରବାର ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ଲୋକଙ୍କୁ ନକଲି ନୋଟ ଦେଇ କାରବାର କରୁଛନ୍ତି କିଛି ମାଫିଆ । ଯାହା ଏବେ ଗ୍ରାମବାସୀଙ୍କ ହାତରେ ଲାଗିଛି । ଫଳରେ ଗ୍ରାମବାସୀ ନକଲି ନୋଟ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛନ୍ତି ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦେପୁର ଗାଁରେ ଆଜି ସାପ୍ତାହିକ ହାଟଥିଲା । ଏହି ସମୟରେ ନର୍ଲା ଥାନା ଅନ୍ତର୍ଗତ ସାନଖଏରମାଲ ଗାଁର ସୁଶୀଲ ମାଝୀ କିଛି ନକଲି ନୋଟ ଦେଇ ସାମଗ୍ରୀ କିଣୁଥିଲା । ଏହାକୁ ଦେଖି ଜଣେ ବ୍ୟସାୟୀ ଏହା ନକଲି ନୋଟ ବୋଲି ଜାଣିପାରି ସ୍ଥାନୀୟ ଲୋକଙ୍କୁ ଡାକି ଥିଲେ । ଏହି ସମୟରେ ସୁଶୀଲ ଫେରାର ମାରିବାକୁ ଚେଷ୍ଟା କରିଥିଲା । ହେଲେ ଗ୍ରାମବାସୀ ନକଲି ନୋଟ କାରବାର କରୁଥିବା ବ୍ୟକ୍ତିକୁ କାବୁ କରିନେଇଥିଲେ । ପରେ ସେହି ଯୁବକଙ୍କୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ରଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନକଲି ନୋଟ କାରବାରରେ ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୋଲିସ ସୁଶୀଲ ମାଝୀ ଠାରୁ ନକଲି ନୋଟ ଜବତ କରିଥିଲା ।

ପୋଲିସ ଅଭିଯୁକ୍ତ ଯୁବକକୁ ଆଣି ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରିଛି । ଏଥିସହ ଯୁବକ ଜଣକ କେଉଁଠାରୁ ଏହି ନକଲି ନୋଟ ଆଣୁଥିଲେ । କେତେ ପରିମାଣର ଆଣିଥିଲେ ଏବଂ ଏହି ରାକେଟରେ ଆଉ କିଏ କିଏ ଅଛନ୍ତି ସେନେଇ ଖୋଳତାଡ କରୁଛି । ଯୁବକ ଠାରୁ କେତେପରିମାଣର ନକଲି ନୋଟ ଜବତ ହୋଇଛି ସେନେଇ ସ୍ପଷ୍ଟ କରିନାହିଁ ପୋଲିସ । ଏହି ନକଲି ନୋଟ କାରବାର ଘଟଣାରେ ଏକ ବଡ଼ ରାକେଟ ଜିଲ୍ଲାରେ କାର୍ଯ୍ୟ କରୁଥିବା ପୋଲିସ ଆଶଙ୍କା କରି ତଦନ୍ତ କରୁଛି । ତେବେ ଖୁବଶୀଘ୍ର ଏହାର ମାଷ୍ଟର ମାଇଣ୍ଡକୁ ପୋଲିସ ଗିରଫ କରିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.