ETV Bharat / state

ନକଲି ମାଓବାଦୀ ନାଁରେ ଚାନ୍ଦା ଆଦାୟ: ଜଣେ ଗିରଫ, ୨ ନାବାଳକ ଅଟକ

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ବାରବନ୍ଦା ନିକଟ ଡୁଡ଼କାରଞ୍ଜା ଗାଁର ୩ଜଣ ନକଲି ମାଓବାଦୀ ନାଁରେ ୨୦ ହଜାର ଟଙ୍କା ଆଦାୟ କରି ହରଡ଼ ଘଣାରେ ପଡିଛନ୍ତି ।

author img

By

Published : Feb 16, 2021, 10:03 PM IST

ନକଲି ମାଓବାଦୀ ନାଁରେ ଚାନ୍ଦା ଆଦାୟ
ନକଲି ମାଓବାଦୀ ନାଁରେ ଚାନ୍ଦା ଆଦାୟ

ଭବାନୀପାଟଣା: ନକଲି ମାଓବାଦୀ ନାଁରେ ୨୦ ହଜାର ଟଙ୍କା ଚାନ୍ଦା ଆଦାୟ ଘଟଣାରେ ଜଣକୁ ଗିରଫ କଲା ପୋଲିସ । ଏହାସହ ୨ ଜଣ ନାବାଳକ ଅଟକ ରଖାଯାଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ବାରବନ୍ଦା ନିକଟ ଡୁଡ଼କାରଞ୍ଜା ଗାଁର ୩ ଜଣ ନକଲି ମାଓବାଦୀ ନାଁରେ ୨୦ ହଜାର ଟଙ୍କା ଆଦାୟ କରି ହରଡ଼ ଘଣାରେ ପଡିଛନ୍ତି ।

ନକଲି ମାଓବାଦୀ ନାଁରେ ଚାନ୍ଦା ଆଦାୟ

ମଦନପୁର ରାମପୁର ପୋଲିସ ପକ୍ଷରୁ ଜଣକୁ ଗିରଫ କରାଯିବା ସହ ଅନ୍ୟ ଦୁଇ ନାବାଳକଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁଯାୟୀ, ଡୁଡ଼କାରଞ୍ଜା ଗାଁରେ ଗତ ୮ ତାରିଖରେ ୨ଟି ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟରରେ ସିପିଆଇ ମାଓବାଦୀ ବୋଲି ଦର୍ଶାଇ ଏକ ବ୍ୟାଙ୍କ ଆକାଉଣ୍ଟରେ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ଟଙ୍କା ଜମା କରିବାକୁ ଚେତାବନୀ ଦିଆଯାଇଥିଲା ।

ଟଙ୍କା ଜମା ନଦେଲେ ପରିଣାମ ଭୟଙ୍କର ହେବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଥିଲେ ଏହି ନକଲି ମାଓବାଦୀ। ଟଙ୍କା ଜମା ନକଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ସଂପୃକ୍ତ ବ୍ୟକ୍ତି ଜଣକ ଆକାଉଣ୍ଟରେ ୨୦ ହଜାର ଟଙ୍କା ଜମା କରିଥିଲେ। ଜମା କରିବା ପରେ ସଂପୃକ୍ତ ବ୍ୟକ୍ତି ମଦନପୁର ରାମପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଥିଲା । ପରେ ପୋଲିସ ଡୁଡ଼କାରଞ୍ଜା ଗାଁରୁ ୩ ଜଣକୁ ଗିରଫ କରିଥିବା ବେଳେ ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗାଁର ଲକ୍ଷ୍ମୀଧର ପାତ୍ର ଏବଂ ସେହି ଗାଁର ଦୁଇ ଜଣ ନାବାଳକଙ୍କୁ ଅଟକ ରଖିଛି ପୋଲିସ। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଏକ ନକଲି ପୋଷ୍ଟର ଏବଂ ଦୁଇ ନାବାଳକଙ୍କ ମାଟ୍ରିକ ସାର୍ଟିଫିକେଟ ଜବତ କରିଥିବା ନେଇ ପୋଲିସ ସୂଚନା ଦେଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.